ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଭାବେ ଲକ୍‌ ଶିଶୁକୁ ଜନ୍ମ ଲାଭ କରାଇଛି। ବିଶେଷକରି ହସ୍ପିଟାଲର ପ୍ରସୂତି ତଥା ସ୍ତ୍ରୀରୋଗ ବିଶେଷଜ୍ଞ (ଲାପାରୋସ୍କୋପିକ୍‌ ସର୍ଜନ ଓ ଫର୍ଟିଲିଟି ବିଶେଷଜ୍ଞ) ଡା. ଲୀନା ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ସଫଳତାର ସହ ୩ କି.ଗ୍ରା. ଓଜନର ଉକ୍ତ ଶିଶୁକୁ ସୁସ୍ଥ ଭାବେ ଜନ୍ମ କରାଇଥିଲେ। ସେହିଭଳି ଏହି ସୁବିଧା ଅଙ୍କୁରା ହସ୍ପିଟାଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାବେଳେ ଶିଶୁର ମାଆ ଅନନ୍ୟା ଅନୁପମା ଏବଂ ତାଙ୍କ ସ୍ବାମୀ ଏକ ଶିଶୁ ପୁତ୍ରକୁ ପାଇ ବହୁ ଖୁସି ଅନୁଭବ କରିଥିଲେ।
ଏ ନେଇ ଡା. ଲୀନା ଦାସ କହିଛନ୍ତି, ଏହି ଦମ୍ପତି ୱାଟର ବାଥ୍‌ ଜରିଆରେ ପ୍ରସବ ପାଇଁ ବାଛିଥିଲେ। ଏହି ପ୍ରଣାଳୀରେ କମ୍‌ ଯନ୍ତ୍ରଣା, ଶୀଘ୍ର ଲେବର, ଉନ୍ନତ ଆରାମ ଓ ମହିଳାଙ୍କ ଚିନ୍ତା ହ୍ରାସ ହୋଇଥାଏ। କୌଣସି ଜଟିଳତା ବିନା ୩୭ ସପ୍ତାହ ପରେ ପ୍ରାକୃତିକ ଭାବେ ପ୍ରସବ କରିବା ଏକ ନିରାପଦ ବିଷୟ ଥିଲା। ଏପରିକି ମହିଳା ଜଣକ ପ୍ରସବ ପୂର୍ବରୁ ଆମ ସହ ଯୋଗାଯୋଗକରି ଫିଜିଓଥେରାପି ଟିମ୍‌ଙ୍କ ପରାମର୍ଶ ଅନୁଯାୟୀ ବ୍ୟାୟାମ ଅଭ୍ୟାସ କରିଥିଲେ। ୬ ଘଣ୍ଟାର ୱାଟର ବାଥ୍‌ ପ୍ରକ୍ରିୟା ପରେ ମହିଳା ଜଣକ ୩ କି.ଗ୍ରା. ଓଜନର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ବହୁତ ଭଲ ଥିଲା। ଏହି ଦମ୍ପତି ଅଙ୍କୁରା ହସ୍ପିଟାଲ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଉଭୟେ ଏହାକୁ ଏକ ଚମତ୍କାର ଅନୁଭୂତି ବୋଲି କହିଥିଲେ।
ଅଙ୍କୁରା ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ନିର୍ଦ୍ଦେଶକ ଡ. ବିଚିତ୍ରାନନ୍ଦ ରାଉତ କହିଥିଲେ, ସଫଳ ପ୍ରସବ ସୁନିଶ୍ଚିତ କରିବା ପାଇଁ ଆମେ ଉନ୍ନତ ଜ୍ଞାନକୌଶଳ ଓ ଅତ୍ୟାଧୁନିକ ସୁବିଧା ଏଠାରେ ଉପଲବ୍ଧ କରାଇଛୁ। ଏପରିକି ରୋଗୀମାନଙ୍କ ପ୍ରତି ଉପଯୁକ୍ତ ଯତ୍ନ, ଉନ୍ନତ ମାନର ଚିକିତ୍ସା ଓ ଆବଶ୍ୟକ ସୁବିଧା ସୁଯୋଗ ଆମେ ଠିକ୍‌ ଭାବେ ଯୋଗାଇଦେଇଥାଉ। ଉନ୍ନତମାନର ଚିକିତ୍ସାସେବା ପ୍ରଦାନ ପାଇଁ ଏହି ହସ୍ପିଟାଲ ପ୍ରତିଶ୍ରୁତିବଦ୍ଧ ବୋଲି ରାଉତ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri