Posted inଫୁରସତ

ସ୍କୁଟିର ଚାଲାଣ କାଟିବାରୁ ହାଇ ଭୋଲ୍‌ଟେଜ୍‌ ଡ୍ରାମା କଲେ ଏହି ମହିଳା, ପୋଲିସ ଟୋପି-ଏଟିଏମ୍‌ କାର୍ଡକୁ ଛଡ଼ାଇ…

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଜରିମାନା ଲାଗିବା ସାଧାରଣ କଥା। ହେଲେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମଜାଦାର ଘଟଣା ଘଟିଛି। ଜଣେ ମହିଳା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ପୋଲିସ ତାଙ୍କର ଚାଲାଣ କାଟିବା ସମୟରେ ସେ ହାଇ ଭୋଲ୍‌ଟେଜ୍‌ ଡ୍ରାମା କରିଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି।

ମହିଳାଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଟ୍ରାଫିକ୍‌ ନିୟମ ଭାଙ୍ଗିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇ ଚାଲାଣ କାଟିଥିଲା। ହେଲେ ମହିଳାଜଣଙ୍କ ପୋଲିସ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଥିଲେ। ପରେ ରାଗିଯାଇ ପୋଲିସକର୍ମୀଙ୍କ ଏଟିଏମ୍‌ କାର୍ଡ ଏବଂ ତାଙ୍କର ଟୋପିକୁ ନିଜ ସ୍କୁଟି ଡିକିରେ ରଖି ବନ୍ଦ କରିଦେଇଥିଲେ। ଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା।

ଘଟଣାଟି ଲକ୍ଷ୍ନୌର ସମତାମୂଲକ ଏବଂ ୧୦୯୦ ମଝିରେ ଆସୁଥିବା ଗୋମତୀ ନଦୀ ବ୍ରିଜ୍‌ ଉପରେ ଘଟିଛି। ବ୍ରିଜ୍‌ ଉପର ଦେଇ ମହିଳା ଯାଉଥିବା ବେଳେ ସେଠାରେ ନିୟୋଜିତ ହୋଇଥିବା ପୋଲିସ ତାଙ୍କ ଗାଡ଼ିର ଫଟୋ ଉଠାଇନେଇଥିଲେ। ଏହାଦେଖି ମହିଳା ଗାଡ଼ିର କାଗଜପତ୍ର ଠିକ ଥିବା ସତ୍ତ୍ୱେ ଏଭଳି କାହିଁକି କଲ ବୋଲି ପଚାରିଥିଲେ। ଜବାବରେ ୧୦୯୦ ଛକରେ ସିଗ୍‌ନାଲ ନ ମାନି ଚାଲି ଆସିଥିବା କଥା ପୋଲିସ କର୍ମଚାରୀ କହିଥିଲେ। ଏହାଶୁଣି ରାଗି ଯାଇଥିଲେ ଉକ୍ତ ମହିଳା। ତାଙ୍କର ତୁମୁଳକାଣ୍ଡ ପରେ ସେଠାରେ ଲୋକମାନେ ଗଦା ହେବାରେ ଲାଗିଥିଲେ। ସେମାନେ ମହିଳାଙ୍କୁ ବୁଝାଇଥିଲେ। ଶେଷରେ ମହିଳାଜଣଙ୍କ ପୋଲିସ କର୍ମଚାରୀଙ୍କ ସାମଗ୍ରୀ ଫେରାଇଥିବା ଜଣାପଡ଼ିଛି। ତେବେ ଭିଡିଓ ଭାଇରାଲ ପରେ ଏହା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri