ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ, ୧୨।୧୦: ଦଶହରା ପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର। ଗାଁଠୁ ସହର ସବୁଠି ମହକୁଛି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶାରଦୀୟ ଦୁର୍ଗାତ୍ସୋବର ସ୍ବତନ୍ତ୍ରତା ବହନ କରୁଥିବା ଶ୍ରୀକ୍ଷେତ୍ର ଏବେ ନବବଧୂ ଭଳି ସକେଇ ହୋଇଛି। ରଙ୍ଗିନ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ ଓ ବିଭିନ୍ନ ଦେବୀ ପୀଠ। ଗଳିକନ୍ଦିରେ ଦେବୀ ମୂତ୍ତର୍ର୍ି ଓ ନାଗା ଆକର୍ଷଣ ପାଲଟିଛନ୍ତି। ଦେବୀ ମୂର୍ତ୍ତିଙ୍କ ଉପାସନା ସହିତ ସମସ୍ତ ଜାଗା, ଆଖଡ଼ା ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶକ୍ତିପୀଠରେ ସୋମବାର ସପ୍ତମୀ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଛି। ବିଶେଷକରି ଶ୍ରୀମନ୍ଦିରରେ ମା’ ବିମଳାଙ୍କ ସମେତ ଭିତରବେଢ଼ା ପରିସରସ୍ଥ ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଶ୍ରୀକ୍ଷେତ୍ର ଠାକୁରାଣୀ, ଦକ୍ଷିଣକାଳୀ, ଆଲାମଚଣ୍ଡୀ କପିଳେଶ୍ୱର ଶାସନର ମା’ ପଞ୍ଚମୁଖୀ, ବାସେଳୀ, ମଙ୍ଗଳା, ମରିଚି ଠାକୁରାଣୀ, ବାଟକାଳୀ, କାକୁଡ଼ିଖାଇ, ବାଙ୍କୀମୁହାଣ ରାମଚଣ୍ଡୀ, ଜେନାରୀଗଛ ରାମଚଣ୍ଡୀ, ଶ୍ୟାମାକାଳୀ ପ୍ରଭୃତି ପୀଠରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ବିଭିନ୍ନ ପୀଠରେ ଠାକୁରାଣୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଛି। ବାରବାଟୀ, ଜହି୍ନଖାଇ, ଶୂନ୍ୟଗୋସାଣି, ହରଚଣ୍ଡୀ, ଗେଲବାଇ ବନଦୁର୍ଗା, ଚକ୍ରକୋଟ, ଭୋଗଯାଗା, କରତିଖାଇ ପ୍ରଭୃତି ଦେବୀ ମଣ୍ଡପରେ ସୋମବାର ଷଷ୍ଠୀ ପୂଜା ହୋଇଛି। ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ପାଇଁ ପ୍ରସ୍ତୁତି ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ମହିଳାଙ୍କୁ ଥଇଥାନ କେନ୍ଦ୍ରକୁ ପଠାଗଲା

ଧର୍ମଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ଧର୍ମଗଡ଼ସ୍ଥିତ ଏକ ଥଇଥାନ କେନ୍ଦ୍ରକୁ ଶୁକ୍ରବାର ହସ୍ତାନ୍ତର କରାଯାଇଛି। ମାନସିକ ବିକୃତି...

ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ, ୨ ଗୁରୁତର ଆହତ

ବାଲେଶ୍ୱର ଅଫିସ,୭।୧୧: ବାଲେଶ୍ୱର ଜିଲାରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ...

ସଜେଇ ହେଉଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୨୯ା୧୦(ଡିଏନଏ): ଶୀତ ଋତୁରେ ପର୍ଯ୍ୟଟନ କଥା କହିଲେ ସାଧାରଣଃ କନ୍ଧମାଳ ଜିଲା କଥା ମନକୁ ଆସିଥାଏ। ସହରର ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଶାନ୍ତ,...

ପଥର ଟ୍ରକ୍‌ ଧରିବାକୁ ଯାଇ ତହସିଲଦାର ହଟହଟା

କଣାସ,୮।୧୧(ସ୍ବ.ପ୍ର.)- ପୁରୀ ଜିଲା କଣାସ ତହସିଲଦାର ଶୁକ୍ରବାର ଏକ ପଥର ବୋଝେଇ ଟ୍ରକ୍‌କୁ ଧରିବାକୁ ଯାଇ ହଟହଟା ହୋଇଛନ୍ତି। ଅପରପକ୍ଷେ ତହସିଲଦାର ଏ ନେଇ ଥାନାରେ...

କପିଳାସରେ ୫୦ ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୩ା୧୧- ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଙ୍ଗଳବାର ପ୍ରବଳ ଜନ ସମାଗମ ଲାଗିରହିଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରାୟ ୫୦...

ଶ୍ରମିକ ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ; ତେଲଙ୍ଗାନାରୁ ବଲାଙ୍ଗୀର ଫେରୁଥିଲେ

ଟିଟିଲାଗଡ଼, ୫।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ଠାରେ ଲିଙ୍ଗମପାଲିରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଶୁକ୍ରବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ...

ପାଳି ଅପେକ୍ଷାରେ ଓଳିଏ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.): ଡାକ୍ତରଙ୍କୁ ଜଣାଇବେ ସ୍ବାସ୍ଥ୍ୟ ସମସ୍ୟା। ଏହି ଆଶାରେ ରାତି ନ ପାହୁଣୁ ଡାକ୍ତରଖାନାକୁ ଛୁଟୁଛନ୍ତି ରୋଗୀ। ଡାକ୍ତରଙ୍କ ଚ୍ୟାମ୍ବର ପାଖରୁ ସ୍ବାସ୍ଥ୍ୟକେନ୍ଦ୍ର ବାହାର...

Advertisement
Archives

Model This Week