Posted inଜାତୀୟ

ଝିଅପୁଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ

ନୂଆଦିଲ୍ଲୀ,୩୦।୧(ପି.ଟି.): ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ। କେନ୍ଦ୍ର ସରକାର ଏନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହାର ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ରହିବ ବୋଲି ସୋମବାର ପ୍ରକାଶିତ ସରକାରୀ ବିବୃତିରେ କୁହାଯାଇଛି। ପୂର୍ବରୁ ପରିବାର ପେନସନ ମୃତ ସରକାରୀ କର୍ମଚାରୀ ବା ପେନ୍‌ସନଭୋଗୀଙ୍କ ଜୀବନସାଥୀଙ୍କୁ ମିଳୁଥିଲା। ଜୀବନସାଥୀଙ୍କ ମୃତ୍ୟୁ ହେବା ପରେ ଯାଇ ପରିବାରର ଅନ୍ୟ ସଦସ୍ୟ ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହେଉଥିଲେ। କେନ୍ଦ୍ର ସରକାରଙ୍କ ପେନ୍‌ସନ ଓ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍‌ (ପେନ୍‌ସନ) ନିୟମାବଳୀ, ୨୦୨୧ରେ ସଂଶୋଧନ ଆଣିଛନ୍ତି। ଏହି ସଂଶୋଧନ ବଳରେ ମହିଳା ସରକାରୀ କର୍ମଚାରୀ ବା ପେନ୍‌ସନଧାରୀଙ୍କ ମୃତ୍ୟୁ ହେଲେ, ସ୍ବାମୀଙ୍କ ସ୍ଥାନରେ ଯୋଗ୍ୟ ପୁଅ କିମ୍ବା ଝିଅ ପରିବାର ପେନ୍‌ସନ ପାଇପାରିବେ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି। ଛାଡ଼ପତ୍ର ମାମଲାକୁ ନେଇ ବୈବାହିକ ଜୀବନରେ ବିବାଦ ରହିଥିଲେ କିମ୍ବା ଘରୋଇ ହିଂସା ଆଇନରୁ ମହିଳାଙ୍କୁ ସୁରକ୍ଷା, ଯୌତୁକ ନିରୋଧୀ ଆଇନ କିମ୍ବା ଆଇପିସି ନେଇ ମାମଲା ଚାଲିଥିଲେ, ମହିଳା କର୍ମଚାରୀଙ୍କ ପିଲାମାନେ ଉପକୃତ ହୋଇପାରିବେ। ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦୀର୍ଘଦିନର ନିୟମାବଳୀରେ ସଂଶୋଧନ କରାଯାଇ ମହିଳା କର୍ମଚାରୀଙ୍କୁ ପରିବାର ପେନ୍‌ସନ ପାଇଁ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ପୁଅ କିମ୍ବା ଝିଅଙ୍କୁ ପ୍ରତିନିଧିତ୍ୱ କରାଇବାର ଅଧିକାର ପ୍ରଦାନ କରାଯାଇଛି। ମହିଳା କର୍ମଚାରୀ ବା ପେନ୍‌ସନଭୋଗୀଙ୍କର ଯଦି ମୃତ୍ୟୁ ହୁଏ, ତେବେ ଫାମିଲ ପେନ୍‌ସନ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଯୋଗ୍ୟ ପୁଅ କିମ୍ବା ଝିଅକୁ ଦିଆଯାଉ ବୋଲି ସେ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଲିଖିତ ଭାବେ ନିବେଦନ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତାରାପୀଠର ଏକ ହୋଟେଲରେ ସୋମବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ନିଆଁରେ ପୋଡ଼ିଯିବାରୁ ଅତି କମରେ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri