ଋଣବୋଝ ନେଲା ଚାଷୀଙ୍କ ଜୀବନ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲା ଗାଇସିଲେଟ୍‌ ଥାନା ରାଇସଲପଦର ପଞ୍ଚାୟତର ଉମରାଡ ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ପଦ୍ମନ ଭୁଏ(୩୪)। ଋଣବୋଝ ତଥା ଋଣ ଅସୁଲିରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ତାଗିଦା ଯୋଗୁ ମାନସିକ ଭାରସାମ୍ୟ ହରାଇ ପଦ୍ମନ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଗାଇସିଲେଟ୍‌ ଥାନାରେ ବୁଧବାର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଗାଇସିଲେଟ୍‌ ବ୍ଲକ ଅଧୀନ ଶରଧାପାଲି ଛକରେ ଅଞ୍ଚଳବାସୀ ଚାଷୀଙ୍କ ମୃତଦେହ ରଖି ଲୋଇସିଂହା-ପଦ୍ମପୁର ରାସ୍ତାକୁ ଅବରୋଧ କରିଥିଲେ। ମୃତ ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ଗିରଫ, ପରିବାର ଲୋକଙ୍କୁ ଇନ୍ଦିରା ଆବାସ ଏବଂ ୫ଲକ୍ଷ ଟଙ୍କାର ବୀମା କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଖବର ଲେଖାହେବା ସୁଦ୍ଧା (ରାତି ୮ଟା) ରାସ୍ତା ଅବରୋଧ ଆନ୍ଦୋଳନ ଜାରି ରହିଥିଲା।

ସୂଚନା ଅନୁସାରେ, ମୃତ ଚାଷୀ ପଦ୍ମନ ୩ ଏକର ଜମିରେ ଧାନଚାଷ କରିଛନ୍ତି। ଚାଷକାର୍ଯ୍ୟ, ସାର, କୀଟନାଶକ ପାଇଁ ମାଇକ୍ରୋ ଫାଇନାନ୍ସ ସଂସ୍ଥାରୁ ସେ ଋଣ ଆଣିଥିଲେ। ତେବେ ମଙ୍ଗଳବାର ଉକ୍ତ ମାଇକ୍ରୋ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ତାଙ୍କ ଘରକୁ ଆସି ଋଣ ପରିଶୋଧ ପାଇଁ କଟୁ ଭାଷାରେ ତାଗିଦା କରିଥିଲେ। ଅନ୍ୟପକ୍ଷେ ଋଣ ପରିଶୋଧ ପାଇଁ ଟଙ୍କା ନ ଥିବାରୁ ସେ ପରିଶୋଧ କରି ପାରି ନ ଥିଲେ ଏବଂ ପଦ୍ମନଙ୍କ ସ୍ତ୍ରୀ ସନ୍ତୋଷିନୀ ଋଣ ପରିଶୋଧ ସକାଶେ ଆବଶ୍ୟକ ଟଙ୍କା ଯୋଗାଡ଼ ପାଇଁ ତାଙ୍କ ବାପଘର ପତରାପାଲି ଗ୍ରାମକୁ ଯାଇଥିଲେ। ସେ ଫେରିବା ବେଳକୁ ପଦ୍ମନ କୀଟନାଶକ ଖାଇଦେଇଥିଲେ ବୋଲି ସନ୍ତୋଷିନୀ କହିଛନ୍ତି। ପରିବାର ଲୋକେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ: ୯୦% ରଖିଥିବା ୮୪ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲ ଠାରେ ଶନିବାର ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନର ୯୦%ରୁ…

ଗୁଣାତ୍ମକ ଶିକ୍ଷା,ଅକ୍ଲାନ୍ତ ପରିଶ୍ରମ ଆଣିଦେଲା ସଫଳତା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଛାତ୍ରୀଛାତ୍ର ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଥୁଆମୂଳ ରାମପୁରରେ ‘ସମାଧାନ ସମାରୋହ-୨୦୨୬’ ପ୍ରସ୍ତୁତି ବୈଠକ: ସୁପ୍ରିମ କୋର୍ଟଙ୍କ ବିଶେଷ ଲୋକ ଅଦାଲତ ନେଇ ସଚେତନତା…

ଥୁଆମୂଳ ରାମପୁର, ୨୩।୫(ଦୁର୍ଗା କୀର୍ତ୍ତି): ସାଧାରଣ ଜନତାଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ)ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri