ମହିମା ଗୋସେଇଁଙ୍କ ମହିମା ଧର୍ମ

ଡ. ଉଦ୍ଧବ ଚରଣ ନାୟକ

ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱରବାଦ ଧର୍ମ ଭାବରେ ଏହା ସୁପରିଚିତ। ମହିମା ଧର୍ମ ଏକ ସ୍ବତନ୍ତ୍ର ଧର୍ମ ନୁହେଁ। ଏହା ଏକ ରୁଚିପୂର୍ଣ୍ଣ ବିଚାର। ହିନ୍ଦୁଧର୍ମରେ ସଂସ୍କାର ଆନୟନକାରୀ ମହାନ୍‌ ମତବାଦ। ହିନ୍ଦୁ ସମାଜରେ ପ୍ରଚଳିତ ଜାତିଭେଦ, ପ୍ରତିମା ପୂଜା ଓ ବ୍ରାହ୍ମଣ୍ୟ ଧର୍ମର ପରାଭବରୁ ସମାଜକୁ ମୁକ୍ତ କରି ସୁସ୍ଥ ରଖିବା ହେଲା ମହିମା ଧର୍ମର ମୂଳଲକ୍ଷ୍ୟ। କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ପରିହାର ପୂର୍ବକ ଶୂନ୍ୟ ବ୍ରହ୍ମଙ୍କଠାରେ ଶରଣ ପଶିବା ବା ଆତ୍ମସମର୍ପଣ କରିବା ହେଲା ଏହି ଧର୍ମର ମୂଳତତ୍ତ୍ୱ। ବିଶ୍ୱନିୟତା ଶୂନ୍ୟପୁରୁଷ ବା ଅଲେଖ ପୁରୁଷ ସର୍ବବ୍ୟାପୀ। ତାଙ୍କର ଆକାର ନାହିଁ, ସେ ନିରାକାର, ଅଣାକାର। ତାଙ୍କ ମହିମାରେ ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର ଆଦି ଆତଯାତ। ତାଙ୍କ ମହିମା ଲେଖିବା ସମ୍ଭବ ନୁହେଁ। ତେଣୁ ସେ ‘ଅଲେଖ’। ହିନ୍ଦୁ ଜଗତରେ ପ୍ରଚଳିତ ତେତ୍ରିଶ କୋଟି ଦେବଦେବୀଙ୍କ କଳ୍ପନା ଓ ଆରାଧନା, ବ୍ରାହ୍ମଣ୍ୟ ଧର୍ମର ଆଧିପତ୍ୟ ତଥା ବାହ୍ୟ ଆଡ଼ମ୍ବରକୁ ପ୍ରତ୍ୟାଖ୍ୟାନ ପୂର୍ବକ ଶୂନ୍ୟ ବ୍ରହ୍ମଙ୍କ ଉପାସନା ହେଉଛି ଏହି ଧର୍ମର ମୂଳଲକ୍ଷ୍ୟ। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ‘ମହିମା ସ୍ବାମୀ’ ବା ‘ମହିମା ଗୋସେଇଁ’। ତାଙ୍କର ଜନ୍ମସ୍ଥାନ, ପିତାମାତା ଓ ଜନ୍ମ ସମୟ ସମ୍ପର୍କରେ କୌଣସି ସଠିକ୍‌ ତଥ୍ୟ ମିଳେ ନାହିଁ। ଫଳରେ ମହିମା ଧର୍ମୀମାନେ ତାଙ୍କୁ ‘ଅଯୋନି ସମ୍ଭୂତ’ ଭାବରେ ଆଖ୍ୟାୟିତ କରନ୍ତି। ଯାହା ଜଣାଯାଏ ୧୮୨୬ ମସିହାରେ ମହିମା ସ୍ବାମୀଙ୍କର ଆବିର୍ଭାବ ଘଟିଥିଲା ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ‘ଧୂଳିଆ ଗୋସେଇଁ’ ଭାବରେ। ଏହାପରେ ସେ ଖଣ୍ଡଗିରି ଚାଲିଆସି ନିଭୃତ ଅରଣ୍ୟରେ ସାଧନାରତ ଥିଲେ। ଏଠାରେ ବରମୁଣ୍ଡା ଗ୍ରାମନିବାସୀ ଭାଗ୍ୟଧର ଦଳେଇ ତାଙ୍କୁ ପ୍ରତ୍ୟହ ନୀର ଯୋଗାଉଥିଲେ। ସେ ତାକୁ ପାନ କରି ୧୨ ବର୍ଷ ବିତାଇଥିବାରୁ ଏହି ସମୟରେ ତାଙ୍କୁ ନିରାହାରୀ ଗୋସେଇଁ ଭାବରେ ଆଖ୍ୟାୟିତ କରାଯାଇଥିଲା। ୧୮୩୮ରେ ସେ ଢେଙ୍କାନାଳର କପିଳାସଠାରେ ୨ଟି ପର୍ଯ୍ୟାୟରେ ଦୀର୍ଘ ୨୪ ବର୍ଷ କାଳ ଆତ୍ମଯୋଗ ସମାଧିରେ ରହିଥିଲେ। ପ୍ରଥମ ୧୨ ବର୍ଷ ସଦାନନ୍ଦ ଶବର ଦ୍ୱାରା ଫଳମୂଳ ପ୍ରାପ୍ତ ହୋଇ ଜୀବନ
ଧାରଣ କରିଥିବାରୁ ତାଙ୍କୁ ଫଳାହାରୀ ଗୋସେଇଁ ଭାବରେ ଆଖ୍ୟାୟିତ କରାଯାଇଥିଲା। ସେହିପରି ଦ୍ୱିତୀୟ ୧୨ ବର୍ଷ ତତ୍କାଳୀନ ଢେଙ୍କାନାଳ ରାଜା ଭଗୀରଥ ମହିନ୍ଦ୍ର ବାହାଦୁର ତାଙ୍କୁ ପ୍ରତ୍ୟହ ଗୋ ଦୁଗ୍ଧ ନୂତନ ମୃତ୍ତିକା ଭାଣ୍ଡରେ ଯୋଗାଉଥିଲେ। ରାଜା ଭଗୀରଥ ଓ ତାଙ୍କର ପତ୍ନୀ ହୀରାପ୍ରଭା ଦେବୀ ମହିମା ସ୍ବାମୀଙ୍କର ଗୃହୀଭକ୍ତ ପାଲଟି ଯାଇଥିଲେ। ୧୮୬୨ରେ ମହିମା ସ୍ବାମୀ ତାଙ୍କର ଆତ୍ମଯୋଗ ସମାଧି ଶେଷ କରୁଥିବା ସମୟରେ ଗୋବିନ୍ଦ ବାବାଙ୍କୁ ସନ୍ନ୍ୟାସୀ ଧର୍ମରେ ଦୀକ୍ଷିତ କରି ମିଶନ ଆରମ୍ଭ କରିଥିଲେ। ଏହାପରେ ମହିମା ସ୍ବାମୀ ଖୋର୍ଦ୍ଧା ଜିଲାର ଦାରୁଠେଙ୍ଗ, ଅନ୍ଧାରୁଆ, ପଟିଆ ଆଦି ଅଞ୍ଚଳରେ ଭ୍ରମଣ କରି ପ୍ରଥମେ ଧୁନି ଘର ପ୍ରତିଷ୍ଠା କରି ବଉଦର ନରସିଂହ ଦାସ, କଟକ ସାଇଁଲୋ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗ୍ରାମର ଭଗବାନ ଦାସ, ଅନ୍ଧାରୁଆର କୃଷ୍ଣ ଦାସ, ଭାଇଗ ଦାସ ଓ ଦାରୁଠେଙ୍ଗର ମାଧବ ଦାସ, କୃପାସିନ୍ଧୁ ଦାସ ଓ ଅଚ୍ୟୁତାନନ୍ଦ ଦାସଙ୍କୁ ଶିଷ୍ୟତ୍ୱ ପ୍ରଦାନ ସହ ଗୋବିନ୍ଦ ବାବାଙ୍କ ଦ୍ୱାରା ବଳ୍କଳ ପ୍ରଦାନ କରି ସନ୍ନ୍ୟାସୀ ଶ୍ରେଣୀ ଅନ୍ତର୍ଭୁକ୍ତ କରିଥିଲେ। ସେହିଠାରେ ମହିମା ଧର୍ମର ନୀତିନିୟମ ଓ ତାଙ୍କ ପରିପ୍ରଚାରିତ ଧର୍ମକୁ ମହିମା ଧର୍ମ ଭାବରେ ଅଭିହିତ କରିଥିଲେ। ସେ ମହିମା ଧର୍ମ ପ୍ରଚାର ଆରମ୍ଭ କରିଥିବାରୁ ଶିଷ୍ୟ ସନ୍ନ୍ୟାସୀମାନେ ତାଙ୍କୁ ମହିମା ଗୋସେଇଁ ଭାବରେ ଆଖ୍ୟାୟିତ କରିଥିଲେ। ୧୮୬୨ରେ ରେଢ଼ାଖୋଲ କାଙ୍କଣପଡ଼ାଠାରେ ଭୀମଭୋଇଙ୍କୁ କୂପରୁ ଉଦ୍ଧାର କରି ମହିମା ଧର୍ମରେ ଦୀକ୍ଷିତ କରିବା ସହ ତାଙ୍କୁ କବିତ୍ୱ ପ୍ରଦାନ କରିଥିଲେ। ଏହାପରେ ମହିମା ସ୍ବାମୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିମା ଟୁଙ୍ଗି ଓ ଧୁନିଘର ସ୍ଥାପନ କରି ଧର୍ମ ପ୍ରଚାରରେ ବ୍ରତୀ ଥିଲେ। ସେ ଯେଉଁ ସ୍ଥାନରେ ଧୁନିଘର ସ୍ଥାପନ କରିଥିଲେ ସେଗୁଡ଼ିକ ହେଲା ଅନୁଗୋଳର ଅଙ୍ଗାରବନ୍ଧ, ହିନ୍ଦୋଳର ବ୍ରହ୍ମପୁର, ଆଠଗଡ଼ର ଖୁଣ୍ଟୁଣୀ, ଢେଙ୍କାନାଳର ମଢ଼ି(କାମାକ୍ଷାନଗର), ଯୋରନ୍ଦା, ବଉଳପୁର, କାଲୁରିଆ, କାଶିପୁର ଓ ଚୌଦ୍ୱାରର ଆଗ୍ରାହାଟ ଆଦି ପ୍ରଧାନ। ଏହି ସ୍ଥାନଗୁଡ଼ିକ ମହିମା ଧର୍ମ ଶିକ୍ଷାକେନ୍ଦ୍ର ବା ପ୍ରଚାର କେନ୍ଦ୍ର ଭାବରେ ବିବେଚିତ ହୋଇଥିଲା। ଏହାପରେ ବାଙ୍କୀର ମାଳବିହାରପୁର ଠାରେ ଧୁନିଘର ସ୍ଥାପନ କରି ବଳ୍କଳଧାରୀ ଶିଷ୍ୟ ନୃସିଂହ ଦାସ ବାବାଙ୍କ ଦ୍ୱାରା ୯୧ ଜଣଙ୍କୁ ବଳ୍କଳ ପ୍ରଦାନ କରି ସେମାନଙ୍କ ମଧ୍ୟରେ ୬୪ଜଣଙ୍କୁ ସିଦ୍ଧଭାବେ ଆଖ୍ୟାୟିତ କରିଥିଲେ। ନୃସିଂହବାବା ପରେ କୌପିନ ଧାରଣ କରି ବଳ୍କଳ ପ୍ରଦାନ କରୁଥିଲେ। ବଳ୍କଳ ପ୍ରଦାନରେ ନିଷେଧାଜ୍ଞା ଜାରି କରି ସେ ୧୮୭୪ରେ ଢେଙ୍କାନାଳର ଜହ୍ନାଠାରେ ୮୦ଜଣଙ୍କୁ ସିଦ୍ଧ କୌପିନ ବାନା ପ୍ରଦାନ କରି ସେମାନଙ୍କ ମଧ୍ୟରେ ୩୪ ଜଣଙ୍କୁ ସିଦ୍ଧ ଆଖ୍ୟା ପ୍ରଦାନ କରିଥିଲେ।
୧୮୭୬ରେ ମହିମା ସ୍ବାମୀ ଯୋରନ୍ଦା ଆଶ୍ରମଠାରେ ଇହଲୀଳା ସାଙ୍ଗ କରିଥିଲେ। ସେଠାରେ ତାଙ୍କର ପ୍ରସିଦ୍ଧ ଶିଷ୍ୟ ସିଦ୍ଧ ବଡ଼ କୃପାସିନ୍ଧୁ ବାବା, ନୀଳାଦ୍ରି ବାବା, ସିଦ୍ଧ କୌପିନଧାରୀ ବିଦ୍ୟାଧର ବାବା ଓ ପରମାନନ୍ଦ ବାବାଙ୍କ ସହାୟତାରେ ସମାଧି ମନ୍ଦିର ନିର୍ମାଣ କରିବା ସହ ମଠ ଆଦି ନିର୍ମାଣ କରିଥିଲେ। କାରଣ ତାଙ୍କୁ ଢେଙ୍କାନାଳ ରାଜା ଭଗୀରଥ ମହିନ୍ଦ୍ର ବାହାଦୁର ଯୋରନ୍ଦା, ନାଟିମା ଓ ପଟଣା ଗ୍ରାମରେ ମଠ ନିର୍ମାଣ ପାଇଁ ୭୬ ଏକର ଜମି ନିଷ୍କର ଭାବରେ ପ୍ରଦାନ କରିଥିଲେ। ମହିମା ସ୍ବାମୀ ଯୋରନ୍ଦା ଆଶ୍ରମ ଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମେଳା ମହୋତ୍ସବ ପାଳନ କରୁଥିବାରୁ ତାଙ୍କର ବ୍ରହ୍ମଲୀନ ପରେ ଭକ୍ତ ଓ ସନ୍ନ୍ୟାସୀମାନେ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଏହି ତିଥିରେ ମେଳା ଅନୁଷ୍ଠିତ କରୁଛନ୍ତି।
ମୋ: ୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?