ମହିମା ଗୋସେଇଁଙ୍କ ମହିମା ଧର୍ମ

ଡ. ଉଦ୍ଧବ ଚରଣ ନାୟକ

ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱରବାଦ ଧର୍ମ ଭାବରେ ଏହା ସୁପରିଚିତ। ମହିମା ଧର୍ମ ଏକ ସ୍ବତନ୍ତ୍ର ଧର୍ମ ନୁହେଁ। ଏହା ଏକ ରୁଚିପୂର୍ଣ୍ଣ ବିଚାର। ହିନ୍ଦୁଧର୍ମରେ ସଂସ୍କାର ଆନୟନକାରୀ ମହାନ୍‌ ମତବାଦ। ହିନ୍ଦୁ ସମାଜରେ ପ୍ରଚଳିତ ଜାତିଭେଦ, ପ୍ରତିମା ପୂଜା ଓ ବ୍ରାହ୍ମଣ୍ୟ ଧର୍ମର ପରାଭବରୁ ସମାଜକୁ ମୁକ୍ତ କରି ସୁସ୍ଥ ରଖିବା ହେଲା ମହିମା ଧର୍ମର ମୂଳଲକ୍ଷ୍ୟ। କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ପରିହାର ପୂର୍ବକ ଶୂନ୍ୟ ବ୍ରହ୍ମଙ୍କଠାରେ ଶରଣ ପଶିବା ବା ଆତ୍ମସମର୍ପଣ କରିବା ହେଲା ଏହି ଧର୍ମର ମୂଳତତ୍ତ୍ୱ। ବିଶ୍ୱନିୟତା ଶୂନ୍ୟପୁରୁଷ ବା ଅଲେଖ ପୁରୁଷ ସର୍ବବ୍ୟାପୀ। ତାଙ୍କର ଆକାର ନାହିଁ, ସେ ନିରାକାର, ଅଣାକାର। ତାଙ୍କ ମହିମାରେ ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର ଆଦି ଆତଯାତ। ତାଙ୍କ ମହିମା ଲେଖିବା ସମ୍ଭବ ନୁହେଁ। ତେଣୁ ସେ ‘ଅଲେଖ’। ହିନ୍ଦୁ ଜଗତରେ ପ୍ରଚଳିତ ତେତ୍ରିଶ କୋଟି ଦେବଦେବୀଙ୍କ କଳ୍ପନା ଓ ଆରାଧନା, ବ୍ରାହ୍ମଣ୍ୟ ଧର୍ମର ଆଧିପତ୍ୟ ତଥା ବାହ୍ୟ ଆଡ଼ମ୍ବରକୁ ପ୍ରତ୍ୟାଖ୍ୟାନ ପୂର୍ବକ ଶୂନ୍ୟ ବ୍ରହ୍ମଙ୍କ ଉପାସନା ହେଉଛି ଏହି ଧର୍ମର ମୂଳଲକ୍ଷ୍ୟ। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ‘ମହିମା ସ୍ବାମୀ’ ବା ‘ମହିମା ଗୋସେଇଁ’। ତାଙ୍କର ଜନ୍ମସ୍ଥାନ, ପିତାମାତା ଓ ଜନ୍ମ ସମୟ ସମ୍ପର୍କରେ କୌଣସି ସଠିକ୍‌ ତଥ୍ୟ ମିଳେ ନାହିଁ। ଫଳରେ ମହିମା ଧର୍ମୀମାନେ ତାଙ୍କୁ ‘ଅଯୋନି ସମ୍ଭୂତ’ ଭାବରେ ଆଖ୍ୟାୟିତ କରନ୍ତି। ଯାହା ଜଣାଯାଏ ୧୮୨୬ ମସିହାରେ ମହିମା ସ୍ବାମୀଙ୍କର ଆବିର୍ଭାବ ଘଟିଥିଲା ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ‘ଧୂଳିଆ ଗୋସେଇଁ’ ଭାବରେ। ଏହାପରେ ସେ ଖଣ୍ଡଗିରି ଚାଲିଆସି ନିଭୃତ ଅରଣ୍ୟରେ ସାଧନାରତ ଥିଲେ। ଏଠାରେ ବରମୁଣ୍ଡା ଗ୍ରାମନିବାସୀ ଭାଗ୍ୟଧର ଦଳେଇ ତାଙ୍କୁ ପ୍ରତ୍ୟହ ନୀର ଯୋଗାଉଥିଲେ। ସେ ତାକୁ ପାନ କରି ୧୨ ବର୍ଷ ବିତାଇଥିବାରୁ ଏହି ସମୟରେ ତାଙ୍କୁ ନିରାହାରୀ ଗୋସେଇଁ ଭାବରେ ଆଖ୍ୟାୟିତ କରାଯାଇଥିଲା। ୧୮୩୮ରେ ସେ ଢେଙ୍କାନାଳର କପିଳାସଠାରେ ୨ଟି ପର୍ଯ୍ୟାୟରେ ଦୀର୍ଘ ୨୪ ବର୍ଷ କାଳ ଆତ୍ମଯୋଗ ସମାଧିରେ ରହିଥିଲେ। ପ୍ରଥମ ୧୨ ବର୍ଷ ସଦାନନ୍ଦ ଶବର ଦ୍ୱାରା ଫଳମୂଳ ପ୍ରାପ୍ତ ହୋଇ ଜୀବନ
ଧାରଣ କରିଥିବାରୁ ତାଙ୍କୁ ଫଳାହାରୀ ଗୋସେଇଁ ଭାବରେ ଆଖ୍ୟାୟିତ କରାଯାଇଥିଲା। ସେହିପରି ଦ୍ୱିତୀୟ ୧୨ ବର୍ଷ ତତ୍କାଳୀନ ଢେଙ୍କାନାଳ ରାଜା ଭଗୀରଥ ମହିନ୍ଦ୍ର ବାହାଦୁର ତାଙ୍କୁ ପ୍ରତ୍ୟହ ଗୋ ଦୁଗ୍ଧ ନୂତନ ମୃତ୍ତିକା ଭାଣ୍ଡରେ ଯୋଗାଉଥିଲେ। ରାଜା ଭଗୀରଥ ଓ ତାଙ୍କର ପତ୍ନୀ ହୀରାପ୍ରଭା ଦେବୀ ମହିମା ସ୍ବାମୀଙ୍କର ଗୃହୀଭକ୍ତ ପାଲଟି ଯାଇଥିଲେ। ୧୮୬୨ରେ ମହିମା ସ୍ବାମୀ ତାଙ୍କର ଆତ୍ମଯୋଗ ସମାଧି ଶେଷ କରୁଥିବା ସମୟରେ ଗୋବିନ୍ଦ ବାବାଙ୍କୁ ସନ୍ନ୍ୟାସୀ ଧର୍ମରେ ଦୀକ୍ଷିତ କରି ମିଶନ ଆରମ୍ଭ କରିଥିଲେ। ଏହାପରେ ମହିମା ସ୍ବାମୀ ଖୋର୍ଦ୍ଧା ଜିଲାର ଦାରୁଠେଙ୍ଗ, ଅନ୍ଧାରୁଆ, ପଟିଆ ଆଦି ଅଞ୍ଚଳରେ ଭ୍ରମଣ କରି ପ୍ରଥମେ ଧୁନି ଘର ପ୍ରତିଷ୍ଠା କରି ବଉଦର ନରସିଂହ ଦାସ, କଟକ ସାଇଁଲୋ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗ୍ରାମର ଭଗବାନ ଦାସ, ଅନ୍ଧାରୁଆର କୃଷ୍ଣ ଦାସ, ଭାଇଗ ଦାସ ଓ ଦାରୁଠେଙ୍ଗର ମାଧବ ଦାସ, କୃପାସିନ୍ଧୁ ଦାସ ଓ ଅଚ୍ୟୁତାନନ୍ଦ ଦାସଙ୍କୁ ଶିଷ୍ୟତ୍ୱ ପ୍ରଦାନ ସହ ଗୋବିନ୍ଦ ବାବାଙ୍କ ଦ୍ୱାରା ବଳ୍କଳ ପ୍ରଦାନ କରି ସନ୍ନ୍ୟାସୀ ଶ୍ରେଣୀ ଅନ୍ତର୍ଭୁକ୍ତ କରିଥିଲେ। ସେହିଠାରେ ମହିମା ଧର୍ମର ନୀତିନିୟମ ଓ ତାଙ୍କ ପରିପ୍ରଚାରିତ ଧର୍ମକୁ ମହିମା ଧର୍ମ ଭାବରେ ଅଭିହିତ କରିଥିଲେ। ସେ ମହିମା ଧର୍ମ ପ୍ରଚାର ଆରମ୍ଭ କରିଥିବାରୁ ଶିଷ୍ୟ ସନ୍ନ୍ୟାସୀମାନେ ତାଙ୍କୁ ମହିମା ଗୋସେଇଁ ଭାବରେ ଆଖ୍ୟାୟିତ କରିଥିଲେ। ୧୮୬୨ରେ ରେଢ଼ାଖୋଲ କାଙ୍କଣପଡ଼ାଠାରେ ଭୀମଭୋଇଙ୍କୁ କୂପରୁ ଉଦ୍ଧାର କରି ମହିମା ଧର୍ମରେ ଦୀକ୍ଷିତ କରିବା ସହ ତାଙ୍କୁ କବିତ୍ୱ ପ୍ରଦାନ କରିଥିଲେ। ଏହାପରେ ମହିମା ସ୍ବାମୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିମା ଟୁଙ୍ଗି ଓ ଧୁନିଘର ସ୍ଥାପନ କରି ଧର୍ମ ପ୍ରଚାରରେ ବ୍ରତୀ ଥିଲେ। ସେ ଯେଉଁ ସ୍ଥାନରେ ଧୁନିଘର ସ୍ଥାପନ କରିଥିଲେ ସେଗୁଡ଼ିକ ହେଲା ଅନୁଗୋଳର ଅଙ୍ଗାରବନ୍ଧ, ହିନ୍ଦୋଳର ବ୍ରହ୍ମପୁର, ଆଠଗଡ଼ର ଖୁଣ୍ଟୁଣୀ, ଢେଙ୍କାନାଳର ମଢ଼ି(କାମାକ୍ଷାନଗର), ଯୋରନ୍ଦା, ବଉଳପୁର, କାଲୁରିଆ, କାଶିପୁର ଓ ଚୌଦ୍ୱାରର ଆଗ୍ରାହାଟ ଆଦି ପ୍ରଧାନ। ଏହି ସ୍ଥାନଗୁଡ଼ିକ ମହିମା ଧର୍ମ ଶିକ୍ଷାକେନ୍ଦ୍ର ବା ପ୍ରଚାର କେନ୍ଦ୍ର ଭାବରେ ବିବେଚିତ ହୋଇଥିଲା। ଏହାପରେ ବାଙ୍କୀର ମାଳବିହାରପୁର ଠାରେ ଧୁନିଘର ସ୍ଥାପନ କରି ବଳ୍କଳଧାରୀ ଶିଷ୍ୟ ନୃସିଂହ ଦାସ ବାବାଙ୍କ ଦ୍ୱାରା ୯୧ ଜଣଙ୍କୁ ବଳ୍କଳ ପ୍ରଦାନ କରି ସେମାନଙ୍କ ମଧ୍ୟରେ ୬୪ଜଣଙ୍କୁ ସିଦ୍ଧଭାବେ ଆଖ୍ୟାୟିତ କରିଥିଲେ। ନୃସିଂହବାବା ପରେ କୌପିନ ଧାରଣ କରି ବଳ୍କଳ ପ୍ରଦାନ କରୁଥିଲେ। ବଳ୍କଳ ପ୍ରଦାନରେ ନିଷେଧାଜ୍ଞା ଜାରି କରି ସେ ୧୮୭୪ରେ ଢେଙ୍କାନାଳର ଜହ୍ନାଠାରେ ୮୦ଜଣଙ୍କୁ ସିଦ୍ଧ କୌପିନ ବାନା ପ୍ରଦାନ କରି ସେମାନଙ୍କ ମଧ୍ୟରେ ୩୪ ଜଣଙ୍କୁ ସିଦ୍ଧ ଆଖ୍ୟା ପ୍ରଦାନ କରିଥିଲେ।
୧୮୭୬ରେ ମହିମା ସ୍ବାମୀ ଯୋରନ୍ଦା ଆଶ୍ରମଠାରେ ଇହଲୀଳା ସାଙ୍ଗ କରିଥିଲେ। ସେଠାରେ ତାଙ୍କର ପ୍ରସିଦ୍ଧ ଶିଷ୍ୟ ସିଦ୍ଧ ବଡ଼ କୃପାସିନ୍ଧୁ ବାବା, ନୀଳାଦ୍ରି ବାବା, ସିଦ୍ଧ କୌପିନଧାରୀ ବିଦ୍ୟାଧର ବାବା ଓ ପରମାନନ୍ଦ ବାବାଙ୍କ ସହାୟତାରେ ସମାଧି ମନ୍ଦିର ନିର୍ମାଣ କରିବା ସହ ମଠ ଆଦି ନିର୍ମାଣ କରିଥିଲେ। କାରଣ ତାଙ୍କୁ ଢେଙ୍କାନାଳ ରାଜା ଭଗୀରଥ ମହିନ୍ଦ୍ର ବାହାଦୁର ଯୋରନ୍ଦା, ନାଟିମା ଓ ପଟଣା ଗ୍ରାମରେ ମଠ ନିର୍ମାଣ ପାଇଁ ୭୬ ଏକର ଜମି ନିଷ୍କର ଭାବରେ ପ୍ରଦାନ କରିଥିଲେ। ମହିମା ସ୍ବାମୀ ଯୋରନ୍ଦା ଆଶ୍ରମ ଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମେଳା ମହୋତ୍ସବ ପାଳନ କରୁଥିବାରୁ ତାଙ୍କର ବ୍ରହ୍ମଲୀନ ପରେ ଭକ୍ତ ଓ ସନ୍ନ୍ୟାସୀମାନେ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଏହି ତିଥିରେ ମେଳା ଅନୁଷ୍ଠିତ କରୁଛନ୍ତି।
ମୋ: ୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri