ଉତ୍ସାହ ମଧ୍ୟରେ ଆଗକୁ ବଢ଼ିବାର ସଂକଳ୍ପ

ଭୁବନେଶ୍ୱର,୧।୬(ବ୍ୟୁରୋ)- ବୁଧବାର +୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ନିଜ ନିଜ ଫଳାଫଳ ଦେଖିବା ପରେ ରାଜଧାନୀର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଥିଲା। ଆଶାନୁରୂପ ଫଳ ପାଇଥିବା ପରୀକ୍ଷାର୍ଥୀ ଖୁସି ପାଳନ କରିଥିବାବେଳେ ଆଶାଠାରୁ କିଛି କମ୍‌ ପାଇଥିବା ବିଦ୍ୟାର୍ଥୀ ଅଧିକ ପରିଶ୍ରମ ଓ ଏକାଗ୍ରତା ସହ ଆଗକୁ ବଢ଼ିବାକୁ ସଂକଳ୍ପ ନେଇଛନ୍ତି। କେତେଜଣ କୃତୀ ଛାତ୍ରୀଛାତ୍ରଙ୍କ ମୁହଁରୁ …
୫୬୪ ମାର୍କ ରଖି ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହୋଇଛି। ଆଗକୁ ନିଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କଠିନ ପରିଶ୍ରମ ଓ ପରିବାରର ସହଯୋଗରୁ ମୋତେ ଏହି ସଫଳତା ମିଳିଛି। ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇବି। ଦିନକୁ ୧୨ରୁ ୧୫ ଘଣ୍ଟା ପାଠପଢ଼ାରେ ବିତାଉଥିଲି। ତାହାରି ଫଳ ସ୍ବରୂପ କଲେଜରେ ସବୁଠାରୁ ଅଧିକ ମାର୍କ ରଖିପାରିଛି।
                                                                                                                                    – ବର୍ଷାରାଣୀ ସ୍ବାଇଁ, ବିଜେବି ଏଚଏସ୍‌ଏସ୍‌
ଯୁକ୍ତ ୨ ବାଣିଜ୍ୟରେ କଲେଜରେ ସର୍ବାଧିକ ୫୧୬ ମାର୍କ ରଖିଥିବାରୁ ଖୁସି ଲାଗୁଛି। କଲେଜ ଓ ଟ୍ୟୁଶନ  ଶିକ୍ଷୟିତ୍ରୀଶିକ୍ଷକଙ୍କ ମାର୍ଗଦର୍ଶନ ଓ କଠିନ ପରିଶ୍ରମର ଏହା ଫଳ। ମୋର ସଫଳତାର ଶ୍ରେୟ ମୋ ଅଜାଙ୍କୁ ଦେବାଙ୍କୁ ଚାହିଁବି। ତାଙ୍କର ସହଯୋଗ ଓ ପରାମର୍ଶରୁ ମୁଁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିଛି। ଆଗକୁ କଷ୍ଟ୍‌ କିମ୍ବା ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛି।
                                                                                                                                 – ସାଇଦତ୍ତମ ପଣ୍ଡା, ରାଜଧାନୀ ଏଚ୍‌ଏସ୍‌ଏସ୍‌
ପରିଶ୍ରମ ଅନୁଯାୟୀ ଫଳ ମିଳିଲେ ଖୁସି ଲାଗେ। ମାତ୍ର ମୋ ପରିଶ୍ରମ ଅନୁସାରେ କିଛି ମାର୍କ କମିଛି। ତେବେ ଆଗକୁ ଅଧିକ ପରିଶ୍ରମ କଲେ  ସଫଳତା ପାଇବି ବୋଲି ଆଶା ରଖିଛି।  ଗଣିତରେ କିଛି ମାର୍କ କମିଛି । ବିଜ୍ଞପ୍ତି ପ୍ରକାଶ ପରେ ରିଆଡିଶନ୍‌ ଅଫ୍‌ ମାର୍କ  ପାଇଁ ଆବେଦନ କରିବା ପାଇଁ ଚିନ୍ତା କରୁଛି। ତେବେ ଏହା ଜୀବନର ଶେଷଫଳ ନୁହେଁ। ଆଗାମୀ ଦିନରେ ଅଧିକ ପରିଶ୍ରମ କରିବି ବୋଲି ନିଷ୍ପତ୍ତି ନେଇଛି।
– ଶ୍ରଦ୍ଧାଞ୍ଜଳି ପଣ୍ଡା, ଜୁପିଟର ସାଇନ୍ସ ଏଚ୍‌ଏସ୍‌ଏସ୍‌
ବାପା ଜଣେ ପାନ ଦୋକାନୀ। ପାଠପଢ଼ା ପାଇଁ ବିଶେଷ ସମୟ ଦେଇପାରନ୍ତି ନାହିଁ କିନ୍ତୁ ସବୁବେଳେ ଆଗକୁ ବଢ଼ିବାକୁ ପ୍ରୋସତ୍ାହିତ କରନ୍ତି। ମା’ ପଢ଼ାକଥା ନିୟମିତ ବୁଝନ୍ତି। ବିଜ୍ଞାନରେ ସର୍ବାଧିକ ୫୩୫ ମାର୍କ ରଖିବା ସହ କଲେଜ ଟପ୍ପର ହେବି ବୋଲି ଭାବି ନ ଥିଲି। ଜାଣିବା ପରେ ବହୁତ ଖୁସି ଲାଗୁଛି। ଆଗକୁ ମେଡିକାଲ ସାଇନ୍ସ ପଢ଼ିବାକୁ ପ୍ରସ୍ତୁତି ଚଳାଇଛି। ସଫଳତାର ଶ୍ରେୟ ସବୁ ଗୁରୁଜନଙ୍କୁ ଦେବାକୁ ଚାହଁିବି।
                                                                                                                              – ଆର୍ଯ୍ୟନ୍‌ ପଟ୍ଟନାୟକ, ରାଜଧାନୀ ଏଚ୍‌ଏସ୍‌ଏସ୍‌
ଯେତିକି ଭାବିଥିଲି ତାହାଠାରୁ ଭଲ ରେଜଲ୍ଟ ହୋଇଛି। ୫୫୬ ମାର୍କ ରଖି +୨ ବିଜ୍ଞାନ ପାସ୍‌ କରିଛି। ଆଗକୁ ମେଡିକାଲ ସାଇନ୍ସ ପଢ଼ିବାକୁ ଇଚ୍ଛା ରହିଛି। ଅନଲାଇନ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି। କଲେଜ ଓ ଟ୍ୟୁଶନ ବ୍ୟତୀତ ଘରେ ୫ରୁ ୬ ଘଣ୍ଟା ପଢ଼ାପଢ଼ି କରୁଥିଲି। କଠିନ ପରିଶ୍ରମ ହିଁ ସଫଳତା ଦେଇଛି।
                                                                                                                                       – ବିମଳ ରାଉତ, ବିଜେବି ଏଚ୍‌ଏସ୍‌ଏସ୍‌

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?