Posted inଜାତୀୟ

ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ

ଅହମ୍ମଦାବାଦ,୨୬।୨: ସୁରଟରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ପକ୍ଷୀ ସହ ମାଡ଼ ହେବା କାରଣରୁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ରବିବାର ସକାଳ ୮ଟାରେ ସୁରଟ ବିମାନବନ୍ଦରରୁ ବିମାନ ୬ଇ୬୪୬ ବାହାରିଥିଲା। ହେଲେ ସ୍ଥିତିକୁ ଦେଖି ଏହାକୁ ଅହମ୍ମଦାବାଦ ପଠାଯାଇଥିବା ନେଇ ଡିଜିସିଏ ପକ୍ଷରୁ ଏକ ଆଧିକାରୀକ ବିବୃତ୍ତି ଜାରି କରାଯାଇଛି।

ବିମାନ ଦିଗ ବଦଳାଇବା ପରେ ଯାତ୍ରୀମାନେ ଚିନ୍ତିତ ହୋଇପଡ଼ିଥିଲେ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଦିଲ୍ଲୀ ଇଣ୍ଡିଗୋର ଏକ ବିମାନ ସୁରଟରୁ ବାହାରିଥିଲା। ହେଲେ ସକାଳେ ପକ୍ଷୀ ସହ ଧକ୍କା ଲାଗିଥିଲା। ଘଟଣା ନେଇ ପାଇଲଟ୍‌ଙ୍କ ସହ କଥାବାର୍ତ୍ତା କରିବା ବେଳେ ପ୍ରଥମେ ସବୁକିଛି ଠିକ୍‌ ଥିବା ସେ କହିଥିଲେ। ହେଲେ ପରେ ଇଞ୍ଜିନରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଏହି ପରିସ୍ଥିତିକୁ ଦେଖି ବିମାନର ଦିଗ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଅହମ୍ମଦାବାଦ ବିମାନବନ୍ଦରରେ ଏହା ନିରାପଦରେ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଦିଲ୍ଲୀ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ସରକାରଙ୍କ ବଡ଼ ଘୋଷଣା, ପିପିଲି ଟୋଲ୍‌ ଗେଟ୍‌ରେ ଏହି ଗାଡ଼ିକୁ ଦେବାକୁ ପଡ଼ିବନି ଫି

ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି; କେସିଙ୍ଗାରେ ବିକାଶ ଧାରା,ଓଡିଶା ସାରା

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ଏକ ଭିଡିଓ କନଫରେନ୍ସ ଦ୍ଵାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା…

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

ପାକିସ୍ତାନରେ ପଶିଲା ଭାରତୀୟ ବିମାନ! ଇସଲାମାବାଦରେ ହଲଚଲ୍, ଯାତ୍ରୀ…

ଇସଲାମବାଦ,୨୪।୬: ଗତ ସୋମବାର ରାତିରେ, ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି…

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri