ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧ (ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ନୂଆ ପ୍ରୟାସ ଆରମ୍ଭ କରିଛି। ଭୁବନେଶ୍ୱର କେଶରୀନଗରଠାରେ ଏକ ସାଇବର କମ୍ପ୍ଲେକ୍ସ ସ୍ଥାପନ କରାଯାଇଛି। ସୋମବାର ଏହାକୁ ପୋଲିସ ଡିଜି ଅଭୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଡିଜିପି କହିଲେ, ବର୍ତ୍ତମାନ ରାଜ୍ୟରେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେଗୁଡିକ ହେଲା ରାଉରକେଲା, ସମ୍ବଲପୁର, କଟକ-ଭୁବନେଶ୍ୱର ଓ ବ୍ରହ୍ମପୁର। ପୂର୍ବରୁ କଟକରେ ଥିବା ସାଇବର ଥାନା ଭୁବନେଶ୍ୱରରୁ କାର୍ଯ୍ୟ କରିବ। ତେବେ ସାଇବର ମାମଲା ତୁଳନାରେ ଅଧିକାରୀଙ୍କ ଦକ୍ଷତାର ଅଭାବ ରହିଛି। ତେଣୁ ଏହି କମ୍ପ୍ଲେକ୍ସରେ ସାଇବର ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ। ସାଇବର ଥାନାର ସମସ୍ତ କର୍ମଚାରୀ ଓ ପ୍ରତି ଥାନାର ଜଣେ ଲେଖାଏ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ। ସେମାନେ ଅଭିଯୋଗର ତ୍ୱରିତ ସମାଧାନ କରିବେ ବୋଲି ଡିଜିପି କହିଛନ୍ତି। ଏଥିସହ ଏଠାରେ ମହିଳା ଓ ଶିଶୁ ବିରୋଧୀ ସାଇବର ଅପରାଧର ଟ୍ରେନିଂ କରାଯିବ। ଭବିଷ୍ୟତରେ ସୋସିଆଲ ମିଡ଼ିଆ ଆନାଲିସିସ୍‌ ସେଲ୍‌ ମଧ୍ୟ ଏହି କମ୍ପ୍ଲେକ୍ସ ଅଧୀନରେ କାର୍ଯ୍ୟ କରିବ। ପୋଲିସ ବ୍ୟତୀତ ନ୍ୟାୟିକ ଅଧିକାରୀଙ୍କୁ ମଧ୍ୟ ଏଠାରେ ସାଇବର ଅପରାଧ ସମ୍ପର୍କରେ ଟ୍ରେନିଂ ଦିଆଯିବ। ସବୁ ପ୍ରକାର ଟ୍ରେନିଂ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ରହିଛି। ଏହି ସାଇବର କମ୍ପ୍ଲେକ୍ସରେ ମଧ୍ୟ କେନ୍ଦ୍ର ସରକାରଙ୍କ ସାଇବର ପୋର୍ଟାଲ ମଧ୍ୟ କାମ କରିବ। ଏହାସହ ଆଗାମୀ ଦିନରେ ରାଜ୍ୟ ପୋଲିସର ସୋସିଆଲ ମିଡ଼ିଆ ଲାବ୍‌ ମଧ୍ୟ କରାଯିବ। ଟ୍ରେନିଂ ପାଇଁ ନ୍ୟାଶନାଲ ପୋଲିସ ଏକାଡେମୀ ସହ ଓଡ଼ିଶା ପୋଲିସ ଆଲୋଚନା କରିଛି। ସେମାନେ ୮ଥରରେ ପ୍ରାୟ ୨ଶହ ପୋଲିସକୁ ଟ୍ରେନିଂ ଦେବେ। ଗୋଟିଏ ବର୍ଷରେ ରାଜ୍ୟର ପ୍ରତ୍ୟେକ ଜିଲା ତଥା ପୋଲିସ ଷ୍ଟେଶନ ସ୍ତରରେ ଅଧିକାରୀଙ୍କୁ ଟ୍ରେନିଂ ଦେବାର ଲକ୍ଷ୍ୟ ରହିଥିବା ଡିଜିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri