ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧ (ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ନୂଆ ପ୍ରୟାସ ଆରମ୍ଭ କରିଛି। ଭୁବନେଶ୍ୱର କେଶରୀନଗରଠାରେ ଏକ ସାଇବର କମ୍ପ୍ଲେକ୍ସ ସ୍ଥାପନ କରାଯାଇଛି। ସୋମବାର ଏହାକୁ ପୋଲିସ ଡିଜି ଅଭୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଡିଜିପି କହିଲେ, ବର୍ତ୍ତମାନ ରାଜ୍ୟରେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେଗୁଡିକ ହେଲା ରାଉରକେଲା, ସମ୍ବଲପୁର, କଟକ-ଭୁବନେଶ୍ୱର ଓ ବ୍ରହ୍ମପୁର। ପୂର୍ବରୁ କଟକରେ ଥିବା ସାଇବର ଥାନା ଭୁବନେଶ୍ୱରରୁ କାର୍ଯ୍ୟ କରିବ। ତେବେ ସାଇବର ମାମଲା ତୁଳନାରେ ଅଧିକାରୀଙ୍କ ଦକ୍ଷତାର ଅଭାବ ରହିଛି। ତେଣୁ ଏହି କମ୍ପ୍ଲେକ୍ସରେ ସାଇବର ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ। ସାଇବର ଥାନାର ସମସ୍ତ କର୍ମଚାରୀ ଓ ପ୍ରତି ଥାନାର ଜଣେ ଲେଖାଏ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ। ସେମାନେ ଅଭିଯୋଗର ତ୍ୱରିତ ସମାଧାନ କରିବେ ବୋଲି ଡିଜିପି କହିଛନ୍ତି। ଏଥିସହ ଏଠାରେ ମହିଳା ଓ ଶିଶୁ ବିରୋଧୀ ସାଇବର ଅପରାଧର ଟ୍ରେନିଂ କରାଯିବ। ଭବିଷ୍ୟତରେ ସୋସିଆଲ ମିଡ଼ିଆ ଆନାଲିସିସ୍‌ ସେଲ୍‌ ମଧ୍ୟ ଏହି କମ୍ପ୍ଲେକ୍ସ ଅଧୀନରେ କାର୍ଯ୍ୟ କରିବ। ପୋଲିସ ବ୍ୟତୀତ ନ୍ୟାୟିକ ଅଧିକାରୀଙ୍କୁ ମଧ୍ୟ ଏଠାରେ ସାଇବର ଅପରାଧ ସମ୍ପର୍କରେ ଟ୍ରେନିଂ ଦିଆଯିବ। ସବୁ ପ୍ରକାର ଟ୍ରେନିଂ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ରହିଛି। ଏହି ସାଇବର କମ୍ପ୍ଲେକ୍ସରେ ମଧ୍ୟ କେନ୍ଦ୍ର ସରକାରଙ୍କ ସାଇବର ପୋର୍ଟାଲ ମଧ୍ୟ କାମ କରିବ। ଏହାସହ ଆଗାମୀ ଦିନରେ ରାଜ୍ୟ ପୋଲିସର ସୋସିଆଲ ମିଡ଼ିଆ ଲାବ୍‌ ମଧ୍ୟ କରାଯିବ। ଟ୍ରେନିଂ ପାଇଁ ନ୍ୟାଶନାଲ ପୋଲିସ ଏକାଡେମୀ ସହ ଓଡ଼ିଶା ପୋଲିସ ଆଲୋଚନା କରିଛି। ସେମାନେ ୮ଥରରେ ପ୍ରାୟ ୨ଶହ ପୋଲିସକୁ ଟ୍ରେନିଂ ଦେବେ। ଗୋଟିଏ ବର୍ଷରେ ରାଜ୍ୟର ପ୍ରତ୍ୟେକ ଜିଲା ତଥା ପୋଲିସ ଷ୍ଟେଶନ ସ୍ତରରେ ଅଧିକାରୀଙ୍କୁ ଟ୍ରେନିଂ ଦେବାର ଲକ୍ଷ୍ୟ ରହିଥିବା ଡିଜିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri