ଆନ୍ଦୋଳନରତ ଶିକ୍ଷକ ସଂଘରେ ଫାଟ

ଭୁବନେଶ୍ୱର, ୧୯ା୯ (ଅସମାପିକା ସାହୁ):ଆନ୍ଦୋଳନ ଚଳାଇଥିବା ୧୦ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସୋମବାର ଆନ୍ଦୋଳନ ୧୧ ଦିନରେ ପହଞ୍ଚତ୍ଥିବାବେଳେ ଶିକ୍ଷକଙ୍କ ଦାବି ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିଥିଲା। ହେଲେ ତାହା ଫଳପ୍ରଦ ହୋଇ ନ ଥିବାବେଳେ ଆନ୍ଦୋଳନକୁ ନେଇ ସଂଘଗୁଡିକ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ପଦାକୁ ଆସିଛି। ବୈଠକ ପରେ ୨ ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରିଯାଇଥିବାବେଳେ ଅନ୍ୟ ଶିକ୍ଷକ ସଂଘଗୁଡିକ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ଡାକରା ଦେଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ(ଏୟୁପିଟିଏଫ୍‌) ଆନ୍ଦୋଳନକୁ ସ୍ଥଗିତ ରଖିଛି। ତେବେ ପୂର୍ବପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନିଷ୍ପତ୍ତି ନେଇଛି। ସରକାର ପ୍ରାଥମିକ ଶିକ୍ଷକଙ୍କ ଦାବିଗୁଡ଼ିକୁ ଗ୍ରହଣ କରୁ ନ ଥିବାରୁ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିଥିଲା। ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଥିଲା। ବୈଠକରେ ସଂଘର ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିପାଇଁ ବହୁ ସମୟ ରହିଥିବାରୁ ବର୍ତ୍ତମାନ ଆନ୍ଦୋଳନରୁ ଓହରିଯିବା ପାଇଁ କମିଟି ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ। ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଭବନରେ ଷ୍ଟିୟରିଂ କମିଟି ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ମହସଚିବ ଚାରୁଲତା ମହାପାତ୍ର କହିଛନ୍ତି। ସେ କହିଛନ୍ତି, ସରକାରଙ୍କ ସହ ଆଲୋଚନା ସକରାତ୍ମକ ଥିଲା। ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ସହିତ ଏଥିଲାଗି ସମୟ ନେଇଛନ୍ତି ସରକାର। ସରକାରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ଓ ଭରସା ରହିଛି। ସେଥିପାଇଁ ଆମେ ଆନ୍ଦୋଳନକୁ ସ୍ଥଗିତ ରଖିଲୁ। ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବ ବୋଲି ସରକାର ଆମକୁ କହିଛନ୍ତି। ଯଦି ଏହି ସମୟରେ ଦାବି ପୂରଣ ନ ହୁଏ ତେବେ ଆମେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବୁ। ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପୁଣି ପାଠପଢ଼ା ଆରମ୍ଭ ହେବ। ସରକାରଙ୍କ ଅନୁରୋଧ ପରେ ଏୟୁପିଟିଏଫ୍‌ ଡାକରାରେ ଚାଲିଥିବା ଏହି ଆନ୍ଦୋଳନ ସ୍ଥଗିତ ରହିଲା। ଯେଉଁ ଶିକ୍ଷକ ସଂଘ ଆନ୍ଦୋଳନ କରିବାକୁ ଚାହଁୁଛନ୍ତିି, ସେମାନେ କରିପାରିବେ ବୋଲି ଚାରୁଲତା କହିଛନ୍ତି। ଏୟୁପିଟିଏଫ୍‌ ସହ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଏହି ଆନ୍ଦୋଳନରୁ ଓହରି ଯାଇଥିବା ସୂଚନା ଦେଇଛି। ତେବେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତୃତ୍ୱରେ ୮ଟି ସଂଘ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସାମିଲ ହେବାକୁ ସହମତି ଜଣାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହି ଆନ୍ଦୋଳନ ପୂର୍ବପରି ବ୍ଲକ୍‌ ସ୍ତରରେ ଜାରି ରହିବ। ଆଗାମୀ ଦିନରେ ରାଜ୍ୟସ୍ତରରେ ଆନ୍ଦୋଳନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍ସନ ଓ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ ଆଦି ଦାବି ନେଇ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଆନ୍ଦୋଳନକୁ ସମର୍ଥନ କରି ଅଭିଭାବକ ସଂଘର ଧାରଣା
ଶିକ୍ଷକ ଆନ୍ଦୋଳନକୁ ଓଡ଼ିଶା ଅଭିଭାବକ ମହାସଂଘ ସମର୍ଥନ ଜଣାଇଛି। ସୋମବାର ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକମାନେ ଧାରଣା ଦେଇଥିଲେ। ସରକାର ବିଦ୍ୟାଳୟରେ ପାଠପଢ଼ାକୁ ସ୍ବାଭାବିକ ଅବସ୍ଥା ଫେରାଇ ନ ଆଣିଲେ ଆଗକୁ ସମସ୍ତ ବିଦ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?