କୋଭିଡ ଭଳି ମହାମାରୀ ଆମେରିକାର ମାଂସ ବଜାରରୁ ହୋଇପାରେ ଆରମ୍ଭ…

ଓ୍ବାଶିଂଟନ,୨୩।୭ : ଆମେରିକାରେ ମାଂସ ବଜାରରୁ କୋଭିଡ ଭଳି ଆଗାମୀ ମହାମାରୀ ସହଜରେ ଆରମ୍ଭ ହୋଇପାରେ। ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଦାବି କରାଯାଇଛି।

ଯଦିଓ ଆମେରିକୀୟମାନେ ଭାବନ୍ତି ଏଭଳି ସ୍ଥିତି ତାଙ୍କ ଦେଶରୁ ହୋଇପାରିବ ନାହିଁ। ମାତ୍ର ଆାମେରିକା ମାଂସ ବଜାର ନିୟମାବଳୀ ଖରାପ ରହିଛି। ଫଳରେ ଭୁତାଣୁୁ ସହଜରେ ପ୍ରାଣୀମାନଙ୍କଠାରୁ ଏକ ମାରାତ୍ମକ ସଂକ୍ରମଣ ଘଟାଇ ପାରିବାର ଆଶଙ୍କା ରହିଛି।

ପ୍ରକୃତରେ ମିଥ୍ୟା ସୁରକ୍ଷା ଭାବନା ଏବଂ ଭିତ୍ତିହୀନ ବିଶ୍ୱସ ଅଛି ଜୁନୋଟିକ ରୋଗ ଅନ୍ୟ ଅଞ୍ଚଳରେ ଘଟିଥାଏ ବୋଲି ଆମେରିକୀୟ ମାନେ ଭାବନ୍ତି। ମାତ୍ର ତାହା ବାସ୍ତବରେ ନୁହେଁ। ଏହି ରିପୋର୍ଟରେ ଆମେରିକାର ଅନେକ ଦୁର୍ବଳ କ୍ଷେତ୍ର ମଧ୍ୟ ଦର୍ଶାଯାଇଛି ଯେଉଁଥିରେ ବାଣିଜି୍ୟକ ଚାଷଜମି ରହିଛି। ସେଠାରେ ଲକ୍ଷ ଲକ୍ଷ ପ୍ରାଣୀ ପରସ୍ପର ଏବଂ ସେମାନଙ୍କ ନିୟନ୍ତ୍ରକଙ୍କ ସହ ସବୁବେଳେ ମିଳାମିଶା କରିଥାନ୍ତି।

ଆନ ଲିଣ୍ଡର କହିଛନ୍ତି ଜଗତୀକରଣ ମାଧ୍ୟମରେ ଆମେ ସମୁଦ୍ର, ପର୍ବତ ଏବଂ ରୋଗର ଅନ୍ୟାନ୍ୟ ପ୍ରାକୃତିକ ସୀମା ବିଲୋପ କରିଛୁ।

ଗୃହପାଳିତ ପ୍ରାଣୀ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ପ୍ରତିବର୍ଷ ଆମେରିକାରେ ପ୍ରାୟ ୨୨୦ ନିୟୁତ ଜୀବନ୍ତ ବନ୍ୟପ୍ରାଣୀ ଆମଦାନୀ କରାଯାଏ। ଯଦି କେହି କୁକୁର କିମ୍ବା ବିଲେଇକୁ ଦେଶକୁ ଆଣିବାକୁ ଚାହାଁନ୍ତି, ତେବେ ଏକ ପ୍ରକ୍ରିୟା ଅଛି, କିନ୍ତୁ ଯଦି ଜଣେ ବନ୍ୟଜନ୍ତୁ ଆମଦାନୀକାରୀ ଏବଂ ଦକ୍ଷିଣ ଆମେରିକାରୁ ୧୦୦ ଟି ବଣୁଆ ସ୍ତନ୍ୟପାୟୀ ପ୍ରାଣୀ ଆଣିବାକୁ ଚାହୁଁଛନ୍ତି, ତେବେ କୌଣସି ପ୍ରକାରର ନିୟମ ସହିତ ଏହା କରିପାରିବେ।

ଅଧ୍ୟୟନର ଉତ୍ତରରେ ବୈଜ୍ଞାନିକ ତଥା ନିୟାମକ ବ୍ୟାପାରର ଜାତୀୟ ଚିକେନ କାଉନସିଲର ବରିଷ୍ଠ ଉପସଭାପତି ଆଶଲି ପିଟରଶନ କହିଛନ୍ତି ସିଡିସି ଅନୁଯାୟୀ ଆମେରିକାରେ ମାନବଙ୍କୁ ପକ୍ଷୀ ରୋଗ ବ୍ୟାପିବାର ସମ୍ଭାବନା ଅତ୍ୟନ୍ତ ବିରଳ।

ଘୁଷୁରି ଏବଂ କୁକୁଡ଼ା ଫାର୍ମରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବିଶେଷ ଭାବରେ ଅସୁରକ୍ଷିତ, ସେମାନଙ୍କୁ ସୁରକ୍ଷା ଦେଉଥିବା ନିୟମରେ ଅଭାବ ରହିଛି ବୋଲି ଆଇନ ତଥା ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡେଲସିୟାନା ୱିଣ୍ଡର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ବାୟାବାବା କଲେଜ, ୧୯ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି…

ମହାକାଳପଡ଼ା, ୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦର ମହକୁମାସ୍ଥିତ ବାୟା ବାବା କଲେଜରେ ୪୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

ସନ୍ତାନ ପାଇଁ ସ୍ବାମୀ-ସ୍ତ୍ରୀ ମୁହାଁମୁହିଁ: ଛତିଶଗଡ଼ରୁ ଧାଇଁ ଆସିଥିଲେ ମା’

ଭୁବନେଶ୍ୱର,୮।୮(ତ୍ରିନାଥ ମହାନ୍ତି):ନିଜ ଛୁଆକୁ ଖୋଜି ଖୋଜି ଛତିଶଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଧାଇଁଆସିଲେ ମା’। ତେବେ ଛୁଆକୁ ଫେରାଇନେବାକୁ ଉଦ୍ୟମ କଲାବେଳେ ବିରୋଧ କଲେ ସ୍ବାମୀ। ଉଭୟ ସ୍ବାମୀ-…

ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ…

Mettle Meet 2026: Live Updates: ଆରମ୍ଭ ହେଲା କୁଇଜ ମହାକୁମ୍ଭ

ଭୁବନେଶ୍ୱର, ୮।୮: ୨୦୨୬ ‘ମେଟଲ ମିଟ୍‌’ ପ୍ରିଲିମ୍ସ ଆଜିଠାରୁ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ‘ମେଟଲ ମିଟ୍‌’ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

Mettle Meet 2026: ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ସକାଳ ୮.୩୦ରୁ ଏହି କୁଇଜ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri