Posted inରାଜ୍ୟ

ହନୁମାନ ପଇସା ପାଇଁ ଦମ୍ପତିଙ୍କୁ ଅପହରଣ

ବରଗଡ଼ ଅଫିସ୍‌/ଝାରବନ୍ଧ,୧୩।୭: ହନୁମାନ ପଇସା ଲୋଭରେ ବରଗଡ଼ ଜିଲା ଝାରବନ୍ଧ ଥାନା ଭଇଁଷାଦର୍ହା ଗ୍ରାମର ଏକ ଦମ୍ପତିଙ୍କୁ ଅପହରଣ କରାଯାଇଥିଲ। ଅପହୃତ ଦମ୍ପତି ଉକ୍ତ ଗ୍ରାମର ଧରମସିଂ ନାଏକ(୩୦) ଓ ସ୍ତ୍ରୀ ବିନିତା(୨୫)ଙ୍କୁ ମଙ୍ଗଳବାର ଉଦ୍ଧାର କରିଛି ଝାରବନ୍ଧ ପୋଲିସ। ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲା ବେଲଟୁକୁରୀ ଥାନା ଅମୋଡ଼ି ଗ୍ରାମର ନେହେରୁଲାଲ ନାଏକ(୫୩), କିଶନଲାଲ ନାଏକ(୨୭), ଟଙ୍କିଦାଦର ଗ୍ରାମର ଟିକେଶ୍ୱର ସତନାମୀ(୨୮), ଝାରବନ୍ଧ ଥାନା ଡୁଡୁକିଦାଦର ଗ୍ରାମର ସୁରେଶ ନାଏକ(୨୪), କିଶୋର ବାଗ(୩୦), ଏବଂ ରାମପ୍ରସାଦ ନାଏକ(୩୫)। ସେମାନଙ୍କ ପାଖରୁ ଏକ ଟାଟା ସୁମୋ (ନଂ. ସିଜି୦୪ଏଚ୍‌ଏ ୧୭୮୪), ମାରୁତି ଇକୋ (ନଂ.ସିଜି୦୪ଏମଆର ୬୯୩୩) ଏବଂ ୬ଟି ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ପଦ୍ମପୁର କୋର୍ଟକୁ ଚାଲାଣ କରାଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧରମସିଂଙ୍କ ଘରେ ଥିବା ଗୋଟିଏ ହନୁମାନ ପଇସା ଚାଉଳ ଟାଣୁଥିବା ଗୁଜବ ହୋଇଥିଲା। ଏହି ଗୁଜବକୁ ସତ ବିଶ୍ୱାସ କରି ଅଭିଯୁକ୍ତମାନେ ହନୁମାନ ପଇସା ପାଇଁ ଗତ ୧୧ତାରିଖ ପୂୂର୍ବାହ୍ନ ପ୍ରାୟ ୧୧ଟାରେ ସେମାନେ ଟାଟାସୁମୋ ଗାଡ଼ି ଧରି ପହଞ୍ଚିଥିଲେ ଧରମସିଂଙ୍କ ଘରେ। ଘର ବାହାରେ କାଠ କାଟୁଥିବା ଧରମସିଂଙ୍କୁ ଜୋରଜବରଦସ୍ତ ଗାଡ଼ିକୁ ଉଠାଇ ନେଇଥିଲେ ଅଭିଯୁକ୍ତମାନେ। ଏହା ଦେଖି ବିନିତା ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଡ଼ିକୁ ଟାଣି ନେଇଥିଲେ।

ଅଭିଯୁକ୍ତମାନେ ଏହି ଦମ୍ପତିଙ୍କୁ ଛତିଶଗଡ଼ର ବିଳାସପୁର, ପଲ୍ଲାରୀ, ରାୟପୁର ନେଇଥିଲେ ଏବଂ ପରେ ଝାରବନ୍ଧ ଥାନା ଡୁଡୁକିଦାଦର ନିକଟ ସୁରକୁଲା ଜଙ୍ଗଲକୁ ଆଣିଥିଲେ। ନଗଦ ୬୦ହଜାର ଟଙ୍କା ଓ ହନୁମାନ ପଇସା ନ ଦେଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିଲେ। ତେବେ ତାଙ୍କ ପାଖରେ ହନୁମାନ ପଇସା ଥିବା ନେଇ କେବଳ ଗୁଜବ ହୋଇଥିବା ଦମ୍ପତି କହିଥିଲେ। କିନ୍ତୁ ଅଭିଯୁକ୍ତମାନେ ବିଶ୍ୱାସକୁ କରି ନ ଥିଲେ ଏବଂ ତାଙ୍କ ସମ୍ପର୍କୀୟ ହୀରାଲାଲଙ୍କୁ ଫୋନ କରି ଅପହରଣ ସମ୍ପର୍କରେ ସୂଚନା ଦେଇଥିଲେ। ଏ ନେଇ ହୀରାଲାଲ ଝାରବନ୍ଧ ଥାନାରେ ଏତଲା ଦେବା ପରେ ଝାରବନ୍ଧ ଥାନାଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଖୋଳତାଡ଼ ଆରମ୍ଭ କରିଥିଲା । ମଙ୍ଗଳବାର ସକାଳୁ ସୁରକୁଲା ଜଙ୍ଗଲରୁ ଅପହୃତ ଦମ୍ପତିଙ୍କୁ ଉଦ୍ଧାର ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?