କାଦୁଅରେ ପରିପୂର୍ଣ୍ଣ ସଂଯୋଗୀକରଣ ରାସ୍ତା

ନାଉଗାଁ,୨୪।୭ (ସ୍ବ.ପ୍ର.): ନାଉଗାଁବ୍ଲକ ଅନ୍ତର୍ଗତ ବାଂଶ- ଗୋବରୀକୂଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ରାସ୍ତାଟି କାଦୁଅରେ ପୂରି ଯାଇଥିବାରୁ ଲୋକେ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳର ପୁନରୁଦ୍ଧାର କାର୍ଯ୍ୟ ୨୦୨୦-୨୧ ଆର୍ଥତ୍କ ବର୍ଷରୁ ଜଳସମ୍ପଦ ବିଭାଗ ଦ୍ୱାରା କରାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇ ବାଂଶ-ଗୋବରୀକୂଳ ନିକଟରେ ଏହି ନାଳ ଉପରେ ଏକ ସେତୁ ନିର୍ମାଣ କରାଯାଇଛି। ୧ ଏପ୍ରିଲ ୨୦୨୧ରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ଏହି ସେତୁ କାର୍ଯ୍ୟର ଭିତ୍ତିପ୍ରସ୍ତରସ୍ଥାପନ ହୋଇଥିଲା। ଏହି ସେତୁ ନିର୍ମାଣ କାର୍ଯ୍ୟ ସରିଯାଇଛି। ଏହାର ଉଭୟ ପାର୍ଶ୍ୱକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇଛି। ଏହି ରାସ୍ତାର କିଛି ସ୍ଥାନରେ ମାଟି ପଡ଼ିଥିବାବେଳେ ଆଉ କିଛି ଜାଗାରେ ବାକି ରହିଛି। ଏବେ ବର୍ଷା ହେବା ପରେ ଉକ୍ତ ରାସ୍ତାଟି କାଦୁଅରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ଗୋବରୀକୂଳ ଓ ବାଂଶ ପଡାବାସୀ ଘରୁ ବାହାରି ପାରୁନାହାନ୍ତି। ଯାତାୟାତ ନିମନ୍ତେ ଉକ୍ତ ରାସ୍ତାରେ ନାଲି ମାଟି ଓ ବାଲି ପକାଇବା ପାଇଁ ନରହରି ସାହୁ,କାଳନ୍ଦୀ ମହାରଣା, ମଧୁ ମହାରଣା, ରବୀନ୍ଦ୍ର ଭଞ୍ଜ ଓ ଗୁରୁବାରି ଭୋଇ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତ କହିଛନ୍ତି, ଯଥାଶୀଘ୍ର ଉକ୍ତ ରାସ୍ତାରେ ବାଲି ମୋରମ ପକାଯିବା ପାଇଁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri