ଅବହେଳାରୁ ଆଦର ହରାଉଛି

ଯାଜପୁର ଅଫିସ,୨୪।୭: ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ୨୦୧୯ ତୁଳନାରେ ୨୦୨୦ରେ ୬୯.୯୬% ଏବଂ ୨୦୨୧ରେ ୭୬% ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି, ଯାହାକି ପର୍ଯ୍ୟଟନ କ୍ଷେତ୍ରରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି ବୋଲି ଅଭିଯୋଗ ହୋଇଛି।
ରାଜ୍ୟ ପର୍ଯ୍ୟଟନ ଶିଳ୍ପର ସ୍ବତନ୍ତ୍ରତା ରହିଛି। ସୁଦୀର୍ଘ ବେଳାଭୂମି ସାଙ୍ଗକୁ ବିଭିନ୍ନ ଜିଲାରେ ଥିବା ବଣପାହାଡ଼ ଘେରା ପ୍ରାକୃତିକ ପରିବେଶ, ଐତିହାସିକ ସ୍ଥଳୀ, ସାଂସ୍କୃତିକ ଏବଂ ଧାର୍ମିକ ପୀଠ ଦେଶ, ବିଦେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବେଶ୍‌ ସକ୍ଷମ। ହେଲେ ଓଡ଼ିଶା ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ଦେଶ, ବିଦେଶରେ ଆବଶ୍ୟକ ପ୍ରଚାର ପ୍ରସାର ହେଉନାହିଁ। ଏହାବାଦ୍‌ ଅନେକ ପର୍ଯ୍ୟଟନସ୍ଥଳୀ ଲୋକଲୋଚନରୁ ଦୂରେଇ ରହିଛି। କେତେକ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ସହ ଭିତ୍ତିଭୂମିର ବିକାଶ ହେଉ ନ ଥିବାରୁ ଆଗାମୀ ଦିନରେ ସେହି ସ୍ଥାନ ଜନମାନସରୁ ଦୂରେଇ ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ସମୁଦ୍ର ତଟରେ ସେଭଳି ଆଖିଦୃଶିଆ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରିବାରେ ସରକାର ବିଫଳ ହୋଇଛନ୍ତି। ଏହାସହ ପର୍ଯ୍ୟଟନସ୍ଥଳର ଉନ୍ନତି ପାଇଁ ପ୍ରତିବର୍ଷ ପ୍ରସ୍ତାବ ଯାଉଛି, ଅନୁଦାନ ବି ଆସୁଛି। ହେଲେ ତାହା ଉପଯୁକ୍ତ ଭାବେ ବିନିଯୋଗ ହେଉ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଅଭିଯୋଗ ହୋଇଛି।
ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଇ.ବି. ଜେନାଙ୍କ ରିପୋର୍ଟ ଅନୁସାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୨ଟି ଯୋଜନାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଅନୁଦାନ ମିଳିଛି। ପ୍ରଥମେ ସ୍ବଦେଶ ଦର୍ଶନ ଯୋଜନାରେ ଉପକୂଳବର୍ତ୍ତୀ ଗୋପାଳପୁର, ବାରକୋଟ, ସାତପଡ଼ା, ଟମ୍ପରା ଏବଂ ପ୍ରସାଦ ଯୋଜନାରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ-ପ୍ରାଚୀ, ଦେଉଳି-ଧଉଳିର ଭିତ୍ତିଭୂମିର ବିକାଶ କାର୍ଯ୍ୟ ହେଉଛି। ଏହାସହ ସାତକୋଶିଆ, ହୀରାକୁଦ, ଭିତରକନିକା, ଚିଲିକା, ଚନ୍ଦ୍ରଭାଗା, ଧଉଳି, ଦାରିଙ୍ଗବାଡି, ଉଦୟପୁର-ତଳସାରୀ, ବୌଦ୍ଧପୀଠ ଖଣ୍ଡଗିରି ଓ ଉଦୟଗିରି, କୋରାପୁଟ ନୃସିଂହନାଥ ଓ ହରିଶଙ୍କର, ଟମ୍ପରା, ମହେନ୍ଦ୍ରଗିରି, ବକୁଳବଣ, ରଘୁରାଜପୁର, ଶିଖରଚଣ୍ଡୀ, ଧବଳେଶ୍ୱର ସ୍ଥଳୀର ବିକାଶ ପାଇଁ ପ୍ରସ୍ତାବ ରହିଛି। ସେହିପରି ଭୁବନେଶ୍ୱର, ପୁରୀ, ସମ୍ବଲପୁର, ରାଉରକେଲା, ରମ୍ଭା, ବରକୁଳ, ଚନ୍ଦନେଶ୍ୱର, ଚାନ୍ଦିପୁର ଆଦି ୮ ପାନ୍ଥନିବାସର ନବୀକରଣ କରିବାକୁ ଯୋଜନା ହୋଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ୩୫୮ରୁ ୪୯ଟି ପର୍ଯ୍ୟଟନସ୍ଥଳୀର ଇନ୍‌ଫ୍ରାଷ୍ଟ୍ରକ୍ଚର ଗ୍ୟାପ୍‌ ଆସେସମେଣ୍ଟ ଜରିଆରେ ପର୍ଯ୍ୟାୟ କ୍ରମେ ଉନ୍ନତୀକରଣ କରାଯାଇଛି। ରାମଚଣ୍ଡୀ, ଟମ୍ପରା ଇକୋ କଟେଜ, ତ୍ରିଶୂଳିଆ ଫୁଡ୍‌ କୋର୍ଟ, ରାମଚଣ୍ଡୀ ଫୁଡ୍‌ କୋର୍ଟ, ସିଲଭର ସିଟି ବୋଟ୍‌ କ୍ଲବ୍‌, ହୀରାକୁଦ ବୋଟ୍‌ କ୍ଲବକୁ ସ୍ବତନ୍ତ୍ର ପ୍ରକଳ୍ପ ଭାବେ ଗ୍ରହଣ କରି କାମ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାର ହରିଶଙ୍କର ପୀଠର ଉନ୍ନତୀକରଣ ପାଇଁ ୧୫ କୋଟି ୧୨ ଲକ୍ଷ ୫୩ ହଜାର ଟଙ୍କା ଏବଂ ନୃସିଂହନାଥ ମନ୍ଦିରର ଉନ୍ନତୀକରଣ ପାଇଁ ୨୩ କୋଟି ୧ ଲକ୍ଷ ୭୪ ହଜାର ୨୦୦ ଟଙ୍କାର ବ୍ୟୟ ଅଟକଳ ହୋଇଛି। ପୌରାଣିକ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟପାର୍ଶ୍ୱରେ ଥିବା ଏହି ଦୁଇ ପୀଠରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏକାଧିକ ଝରଣା ରହିଛି। ତେବେ ହରିଶଙ୍କରଠାରୁ ନୃସିଂହନାଥ ମନ୍ଦିରକୁ ଗର୍ଦ୍ଦମାର୍ଦ୍ଦନ ପାହାଡ଼ ଦେଇ ରୋପ୍‌ୱେ ଯୋଗାଯୋଗ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଦାବି ହୋଇଆସୁଛି। ହେଲେ ଏହି ଦାବି ଅଣଦେଖା ହୋଇରହିଛି। ତେବେ ରାଜ୍ୟର କେତେକ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟାୟକ୍ରମେ ରୋପ୍‌ୱେ ନିର୍ମାଣ କରିବାକୁ ଯୋଜନା ରହିଛି ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଥାଉ କି, ଗତ ୧୦ ବର୍ଷ ମଧ୍ୟରେ ୨୦୧୯ରେ ସର୍ବାଧିକ ୧,୫୪,୨୨,୭୬୫ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧,୧୫,୧୨୮ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ। କିନ୍ତୁ ୨୦୨୦ରେ ମାତ୍ର ୪୬,୩୨,୪୭୯ (-୬୯.୯୬%) ଏବଂ ୨୦୨୧ରେ ୩୭,୪୪,୪୯୨ ପର୍ଯ୍ୟଟକ ଆସିଛନ୍ତି। ଯାଜପୁର ଜିଲାର ଐତିହାସିକ ରତ୍ନଗିରି, ଉଦୟଗିରି, ଲଳିତଗିରି ଓ ଓଳାଶୁଣି ପର୍ଯ୍ୟଟନସ୍ଥଳୀ ଅବହେଳିତ ହୋଇ ପଡ଼ିରହିଛି।
ବଲାଙ୍ଗୀର ଜିଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଲେଇଙ୍କୁ ପଚାରିବାରେ ସେ କହିଛନ୍ତି, କରୋନା ମହାମାରୀ ପର୍ଯ୍ୟଟକ ଆଗମନ ସଂଖ୍ୟା ହ୍ରାସର ମୁଖ୍ୟ କାରଣ। ଏହାସହ ହରିଶଙ୍କର ଭଳି କେତେକ ପର୍ଯ୍ୟଟନସ୍ଥଳୀକୁ ଉପଯୁକ୍ତ ଗମନାଗମନ ସୁବିଧା ନ ଥିବାରୁ ପର୍ଯ୍ୟଟକମାନେ ସହଜରେ ଯାଇ ପାରୁନାହାନ୍ତି। ବର୍ତ୍ତମାନ ଅଧିକାଂଶ ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି।
ହରିଶଙ୍କର ମନ୍ଦିର ପରିସରର ଫେନ୍ସି ଦୋକାନୀ ସାଧୁ ଦେ କୁହନ୍ତି, କରୋନା ସମୟରେ ମନ୍ଦିର ପରିସର ଶୂନଶାନ ହୋଇ ପଡ଼ିଥିଲା। ସେତେବେଳେ ପରିବାର ଚଳାଇବା ବହୁ କଷ୍ଟକର ହୋଇଥିଲା। ସରକାର ବିିଭିନ୍ନ ଦୋକାନୀଙ୍କୁ ସହାୟତା ରାଶି ଦେଇଥିବାବେଳେ ସେମାନଙ୍କୁ ବଞ୍ଚିତ କରିଛନ୍ତି। ଏହାସହ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅନେକ ଯୋଜନା ହେଉଥିଲେ ହେଁ ଠିକ୍‌ ସମୟରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?