ଧବଳେଶ୍ୱରଙ୍କ ଦର୍ଶନ ପାଇଁ କଂକ୍ରିଟ୍‌ ସେତୁ ଖୋଲିଲା

ଖୁଣ୍ଟୁଣୀ,୬।୭(ସଚ୍ଚିଦାନନ୍ଦ ପଣ୍ଡା)କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠକୁ ଯିବା ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ୍‌ ସେତୁ ବୁଧବାରଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି। ଧବଳେଶ୍ୱର ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ଓ ସମ୍ପାଦକ ନରେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂଜକମାନେ ସକାଳ ପ୍ରାୟ ୮ଟାରେ ଉକ୍ତ ସେତୁ ଉପରେ ପୂଜାର୍ଚ୍ଚନା ଓ ହୋମ କରିଥିଲେ। ପରେ ନଡ଼ିଆ ବାଡ଼େଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ଓ ଆଠଗଡ଼ ବ୍ଲକର କେତେଜଣ ଜନ ପ୍ରତିନିଧି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଧବଳେଶ୍ୱର ପୀଠକୁ ଯିବା ପାଇଁ ଡଙ୍ଗା ଏକମାତ୍ର ମାଧ୍ୟମ ଥିଲା। ହେଲେ ପଞ୍ଚକ ଓ ବର୍ଷାଋତୁ ସମୟରେ ବାରମ୍ବାର ଅଘଟଣ ଘଟି ଜୀବନହାନି ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୦୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ଉପରେ ଝୁଲାପୋଲ ନିର୍ମାଣ କରାଯାଇଥିଲା। ମାତ୍ର ଯାତ୍ରା ସମୟରେ ମାତ୍ରାଧିକ ଜନସମାଗମ ଓ ଆବଶ୍ୟକ ରକ୍ଷଣାବେକ୍ଷଣା ଅଭାବରୁ ପୋଲଟି ଦୁର୍ବଳ ହୋଇ ଯାଇଥିଲା। ଗୁଜରାଟର ମୋର୍ବିସ୍ଥିତ ମାଛୁନଦୀରେ ଗତବର୍ଷ ଅକ୍ଟୋବରରେ ଏକ ଝୁଲାପୋଲ ଭୁଶୁଡ଼ି ପଡ଼ିବାରୁ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ଧବଳେଶ୍ୱର ପୀଠକୁ ସଂଯୋଗ ହୋଇଥିବା ଝୁଲାପୋଲ ଅସୁରକ୍ଷିତ ଦର୍ଶାଇଥିଲେ। ଫଳରେ ମରାମତି ପାଇଁ ଗତ ନଭେମ୍ବର ୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଝୁଲାପୋଲରେ ଯିବାକୁ ବାରଣ କରାଯାଇଛି। ଅପରପକ୍ଷରେ ଝୁଲାପୋଲର ଭବିଷ୍ୟତକୁ ଦୃଷ୍ଟିରେ ରଖି ମହାନଦୀ ଉପରେ କଂକ୍ରିଟ୍‌ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ନାଗରିକ, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଆସୁଥିଲେ। ଫଳରେ ବିଜୁସେତୁ ଯୋଜନାରେ ୨୩ କୋଟି ଟଙ୍କା ବ୍ୟୟରେ ୨୦୨୨ ମେ’ ମାସରୁ କଂକ୍ରିଟ୍‌ ସେତୁ ଆରମ୍ଭ ହୋଇଥିଲା। ହେଲେ ନିର୍ମାଣ କାମ ବିଳମ୍ବ ହେବାରୁ ମହାନଦୀରେ ଏକ ଅସ୍ଥାୟୀ ନିର୍ମାଣ କରାଯାଇଥିଲା। ଗତ ଜୁନ୍‌ ୨୯ ତାରିଖ ରାତିରେ ମହାନଦୀରେ ପାଣି ଆସିବାରୁ ଉକ୍ତ ଅସ୍ଥାୟୀ ରାସ୍ତା ଧୋଇଯାଇଥିଲା। ଫଳରେ ୩୦ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ପୀଠକୁ ଭକ୍ତମାନେ ଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତୁରନ୍ତ କଂକ୍ରିଟ୍‌ ସେତୁ କାମ ସମ୍ପୂର୍ଣ୍ଣ କରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବାକୁ ଦାବି କରାଯାଇଥିଲା। ତେଣୁ ସେତୁ କାମ ଶେଷ କରାଯାଇ ବୁଧବାର ପୂଜାର୍ଚ୍ଚନା ପରେ ଲୋକମାନେ ଏହା ଉପରେ ଯାତାୟାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri