କ୍ଲାସ୍‌ ସରିବା ପରେ କଲେଜରେ ରହିପାରିବେନି ପିଲା

ଭୁବନେଶ୍ୱର, ୨୦।୯(ବ୍ୟୁରୋ):କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି ଲାଗି କେତେକ ନୂଆ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। କ୍ଲାସ ସରିବା ପରେ ଆଉ କ୍ୟାମ୍ପସରେ ରହିପାରିବେନି ଛାତ୍ରୀଛାତ୍ର। ପୂର୍ବଭଳି ଆଉ କ୍ଲାସ୍‌ ପରବର୍ତ୍ତୀ ଖଟି ଜମିବ ନାହିଁ। ଶେଷ କ୍ଲାସ ଘଣ୍ଟା ବାଜିବାର ସର୍ବାଧିକ ଅଧଘଣ୍ଟା ଭିତରେ ପିଲାଙ୍କୁ କ୍ୟାମ୍ପସ ଛାଡ଼ିବାକୁ ପଡ଼ିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। କରୋନା ସ୍ଥିତି ସୁଧୁରିଥିବାରୁ ଚଳିତ ଶିକ୍ଷାବର୍ଷରୁ ଯୁକ୍ତ୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ, ସୁରକ୍ଷା ଓ ଶୈକ୍ଷିକ ବାତାବରଣ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ବୈଠକରେ ଏନେଇ ଆଲୋଚନା କରାଯିବା ସହ ଆଉ କେତେକ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯିବ ବୋଲି ସୂଚନା ଦିଆଯାଇଛି। ଉକ୍ତ ନିଷ୍ପତ୍ତି ଅନୁସାରେ, ଛାତ୍ରୀଛାତ୍ରମାନେ ଦୈନିକ ଶ୍ରେଣୀ ପାଠପଢ଼ା ବ୍ୟତୀତ ପାଠାଗାର ପାଇଁ କେତେ ସମୟ ଦେବେ ତାହା କଲେଜ ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ତେଣୁ ପାଠାଗାର ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହେବ। ସେହି ସମୟ ମଧ୍ୟରେ ଛାତ୍ରୀଛାତ୍ରମାନେ ପାଠାଗାରରେ ପଢ଼ିବା ସହ ଆବଶ୍ୟକ ପୁସ୍ତକ ନେଇପାରିବେ। ଏହା ବ୍ୟତୀତ ଦୈନିକ କ୍ଲାସ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଛାତ୍ରୀଛାତ୍ରମାନେ କଲେଜ ଆସିବେ। ଅଧିକ ସମୟ ପୂର୍ବରୁ କଲେଜ ଆସିଲେ ବି କାଯ୍ୟାନୁଷ୍ଠାନ ହେବ। ପ୍ରାକ୍ଟିକାଲ ସରିବା ପରେ ଥିଓରି କ୍ଲାସ୍‌ ହେବ। ପୂର୍ବରୁ ପ୍ରଥମେ ଥିଓରି ଓ ପରେ ପ୍ରାକ୍ଟିକାଲ ହେଉଥିଲା। କିଛି ଛାତ୍ରୀଛାତ୍ର ପ୍ରାକ୍ଟିକାଲ ହେଉଥିବାର ମିଛ କହି କଲେଜରେ ଅଧିକ ସମୟ ରହି ଖଟି କରୁଥିଲେ ଓ ଘରକୁ ବିଳମ୍ବରେ ଯାଉଥିଲେ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ସୁରକ୍ଷାଜନିତ ବହୁ ସମସ୍ୟା ସୃଷ୍ଟି ହେବା ସହ କ୍ୟାମ୍ପସ ପରିବେଶ ନଷ୍ଟ ହେଉଥିଲା। ସେହିଭଳି ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ପାଇଁ ରିଟର୍ନ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ ହେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିରେ ଏଣିକି କଲେଜରେ ଦୈନିକ ଶେଷ କ୍ଲାସ୍‌ରେ ପିଲାଙ୍କର ଉପସ୍ଥାନ ନିଆଯିବ। କେଉଁଦିନ କେତେବେଳେ କ୍ଲାସ ଶେଷ ହେଲା ତାହାର ତାରିଖ ଓ ସମୟ ସମ୍ପୃକ୍ତ ଆଟେଣ୍ଡାନ୍ସରେ ଉଲ୍ଲେଖ ରହିବ। ଏହାବ୍ୟତୀତ ପ୍ରତି ମାସରେ କେତେଦିନ କ୍ଲାସ ହୋଇଛି ଏବଂ କେତେବେଳେ କ୍ଲାସ ଶେଷ ହୋଇଛି, ତାହାର ସୂଚନା ସେହି ମାସରେ ଅଭିଭାବକଙ୍କୁ ମୋବାଇଲରେ ଦିଆଯିବ। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜରେ ଏକ ସ୍ବତନ୍ତ୍ର ସୁରକ୍ଷା କମିଟି ଗଠନ ହେବ। ସେଥିରେ କଲେଜ ଅଧ୍ୟକ୍ଷ ମୁଖ୍ୟ ରହିବେ। ଏହାବ୍ୟତୀତ ଯୁକ୍ତ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ୩ଜଣ ସୁପରିଣ୍ଟେଣ୍ଡେଣ୍ଟ ରହିବେ। କଲେଜ ଛୁଟି ହେବା ପରେ ଯଦି କୌଣସି ଛାତ୍ରୀଛାତ୍ର ବିଳମ୍ବିତ ସମୟ ପର୍ଯ୍ୟନ୍ତ କ୍ୟାମ୍ପସରେ ରହିବେ, ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବିଭାଗୀୟ ସୁପରିଣ୍ଟେଣ୍ଡେଣ୍ଟ କାରଣ ଦର୍ଶାଅ ନୋଟିସ ଜାରି କରିବେ। ଛାତ୍ରୀଛାତ୍ରମାନେ ଯେଉଁ ରିପୋର୍ଟ ଦାଖଲ କରିବେ, ସେଥିରେ ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦସ୍ତଖତ ରହିବ। ପ୍ରତି ୩ ମାସରେ କଲେଜରେ ଅଭିଭାବକ ବୈଠକ ଅନୁଷ୍ଠିତ ହେବ। ଉପରୋକ୍ତ ନିୟମକୁ କୌଣସି ଛାତ୍ରୀଛାତ୍ର ବାରମ୍ବାର ଅବମାନନା କଲେ ଅଭିଭାବକଙ୍କୁ ବୈଠକରେ ଅବଗତ କରାଯିବା ସହିତ ଚେତାବନୀ ମଧ୍ୟ ଦିଆଯିବ। ୩ଥର ନୋଟିସ ପରେ ଯଦି କୌଣସି ଛାତ୍ରୀଛାତ୍ର ନିୟମକୁ ନ ମାନନ୍ତି ତେବେ ତାଙ୍କୁ କଲେଜରୁ ବାହାର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ କଲେଜରେ ଲାଗୁ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri