କ୍ଲାସ୍‌ ସରିବା ପରେ କଲେଜରେ ରହିପାରିବେନି ପିଲା

ଭୁବନେଶ୍ୱର, ୨୦।୯(ବ୍ୟୁରୋ):କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି ଲାଗି କେତେକ ନୂଆ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। କ୍ଲାସ ସରିବା ପରେ ଆଉ କ୍ୟାମ୍ପସରେ ରହିପାରିବେନି ଛାତ୍ରୀଛାତ୍ର। ପୂର୍ବଭଳି ଆଉ କ୍ଲାସ୍‌ ପରବର୍ତ୍ତୀ ଖଟି ଜମିବ ନାହିଁ। ଶେଷ କ୍ଲାସ ଘଣ୍ଟା ବାଜିବାର ସର୍ବାଧିକ ଅଧଘଣ୍ଟା ଭିତରେ ପିଲାଙ୍କୁ କ୍ୟାମ୍ପସ ଛାଡ଼ିବାକୁ ପଡ଼ିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। କରୋନା ସ୍ଥିତି ସୁଧୁରିଥିବାରୁ ଚଳିତ ଶିକ୍ଷାବର୍ଷରୁ ଯୁକ୍ତ୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ, ସୁରକ୍ଷା ଓ ଶୈକ୍ଷିକ ବାତାବରଣ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ବୈଠକରେ ଏନେଇ ଆଲୋଚନା କରାଯିବା ସହ ଆଉ କେତେକ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯିବ ବୋଲି ସୂଚନା ଦିଆଯାଇଛି। ଉକ୍ତ ନିଷ୍ପତ୍ତି ଅନୁସାରେ, ଛାତ୍ରୀଛାତ୍ରମାନେ ଦୈନିକ ଶ୍ରେଣୀ ପାଠପଢ଼ା ବ୍ୟତୀତ ପାଠାଗାର ପାଇଁ କେତେ ସମୟ ଦେବେ ତାହା କଲେଜ ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ତେଣୁ ପାଠାଗାର ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହେବ। ସେହି ସମୟ ମଧ୍ୟରେ ଛାତ୍ରୀଛାତ୍ରମାନେ ପାଠାଗାରରେ ପଢ଼ିବା ସହ ଆବଶ୍ୟକ ପୁସ୍ତକ ନେଇପାରିବେ। ଏହା ବ୍ୟତୀତ ଦୈନିକ କ୍ଲାସ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଛାତ୍ରୀଛାତ୍ରମାନେ କଲେଜ ଆସିବେ। ଅଧିକ ସମୟ ପୂର୍ବରୁ କଲେଜ ଆସିଲେ ବି କାଯ୍ୟାନୁଷ୍ଠାନ ହେବ। ପ୍ରାକ୍ଟିକାଲ ସରିବା ପରେ ଥିଓରି କ୍ଲାସ୍‌ ହେବ। ପୂର୍ବରୁ ପ୍ରଥମେ ଥିଓରି ଓ ପରେ ପ୍ରାକ୍ଟିକାଲ ହେଉଥିଲା। କିଛି ଛାତ୍ରୀଛାତ୍ର ପ୍ରାକ୍ଟିକାଲ ହେଉଥିବାର ମିଛ କହି କଲେଜରେ ଅଧିକ ସମୟ ରହି ଖଟି କରୁଥିଲେ ଓ ଘରକୁ ବିଳମ୍ବରେ ଯାଉଥିଲେ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ସୁରକ୍ଷାଜନିତ ବହୁ ସମସ୍ୟା ସୃଷ୍ଟି ହେବା ସହ କ୍ୟାମ୍ପସ ପରିବେଶ ନଷ୍ଟ ହେଉଥିଲା। ସେହିଭଳି ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ପାଇଁ ରିଟର୍ନ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ ହେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିରେ ଏଣିକି କଲେଜରେ ଦୈନିକ ଶେଷ କ୍ଲାସ୍‌ରେ ପିଲାଙ୍କର ଉପସ୍ଥାନ ନିଆଯିବ। କେଉଁଦିନ କେତେବେଳେ କ୍ଲାସ ଶେଷ ହେଲା ତାହାର ତାରିଖ ଓ ସମୟ ସମ୍ପୃକ୍ତ ଆଟେଣ୍ଡାନ୍ସରେ ଉଲ୍ଲେଖ ରହିବ। ଏହାବ୍ୟତୀତ ପ୍ରତି ମାସରେ କେତେଦିନ କ୍ଲାସ ହୋଇଛି ଏବଂ କେତେବେଳେ କ୍ଲାସ ଶେଷ ହୋଇଛି, ତାହାର ସୂଚନା ସେହି ମାସରେ ଅଭିଭାବକଙ୍କୁ ମୋବାଇଲରେ ଦିଆଯିବ। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜରେ ଏକ ସ୍ବତନ୍ତ୍ର ସୁରକ୍ଷା କମିଟି ଗଠନ ହେବ। ସେଥିରେ କଲେଜ ଅଧ୍ୟକ୍ଷ ମୁଖ୍ୟ ରହିବେ। ଏହାବ୍ୟତୀତ ଯୁକ୍ତ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ୩ଜଣ ସୁପରିଣ୍ଟେଣ୍ଡେଣ୍ଟ ରହିବେ। କଲେଜ ଛୁଟି ହେବା ପରେ ଯଦି କୌଣସି ଛାତ୍ରୀଛାତ୍ର ବିଳମ୍ବିତ ସମୟ ପର୍ଯ୍ୟନ୍ତ କ୍ୟାମ୍ପସରେ ରହିବେ, ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବିଭାଗୀୟ ସୁପରିଣ୍ଟେଣ୍ଡେଣ୍ଟ କାରଣ ଦର୍ଶାଅ ନୋଟିସ ଜାରି କରିବେ। ଛାତ୍ରୀଛାତ୍ରମାନେ ଯେଉଁ ରିପୋର୍ଟ ଦାଖଲ କରିବେ, ସେଥିରେ ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦସ୍ତଖତ ରହିବ। ପ୍ରତି ୩ ମାସରେ କଲେଜରେ ଅଭିଭାବକ ବୈଠକ ଅନୁଷ୍ଠିତ ହେବ। ଉପରୋକ୍ତ ନିୟମକୁ କୌଣସି ଛାତ୍ରୀଛାତ୍ର ବାରମ୍ବାର ଅବମାନନା କଲେ ଅଭିଭାବକଙ୍କୁ ବୈଠକରେ ଅବଗତ କରାଯିବା ସହିତ ଚେତାବନୀ ମଧ୍ୟ ଦିଆଯିବ। ୩ଥର ନୋଟିସ ପରେ ଯଦି କୌଣସି ଛାତ୍ରୀଛାତ୍ର ନିୟମକୁ ନ ମାନନ୍ତି ତେବେ ତାଙ୍କୁ କଲେଜରୁ ବାହାର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ କଲେଜରେ ଲାଗୁ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?