ପୁଣି ନକଲି ଔଷଧ ଠାବ

କଟକ ଅଫିସ, ୨୦ା୯:ନକଲି ମେଡିସିନ୍‌କୁ ନେଇ କଟକରେ ପୁଣି ତନାଘନା ଜୋରଦାର ହୋଇଛି। ସୋମବାର ପୁରୀଘାଟ ଥାନା ପୋଲିସ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ୧୩୫୦ ଷ୍ଟ୍ରିପ୍‌ ନକଲି ଟେଲ୍‌ମା-୪୦ ମେଡିସିନ୍‌ ଜବତ କରିଛି। ଜବତ ମେଡିସିନ୍‌ର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏସବୁକୁ ମାଣିକଘୋଷ ବଜାରସ୍ଥ ଭି.ଆର୍‌. ଡ୍ରଗ୍ସ ଏଜେନ୍ସି କୋଲକାତାରୁ କିଣିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଔଷଧ ବିକ୍ରିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷେଧ କରାଯାଇଥିବା ସତ୍ତ୍ୱେ ଏହାର କାରବାର ଚାଲିଥିବା ସୋମବାର ଚଢ଼ାଉରୁ ସ୍ପଷ୍ଟ ହେଉଛି।
ସୂଚନା ଅନୁଯାୟୀ, ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଟେଲ୍‌ମା-୪୦ ଏବଂ ଟେଲ୍‌ମା- ଏଏମ୍‌ ଟାବ୍‌ଲେଟକୁ ନକଲି କରି ବିକ୍ରି କରାଯାଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏନେଇ ୧୦ ତାରିଖରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ, ତାଙ୍କ ସ୍ତ୍ରୀ ଚଞ୍ଚଲ ଜଲାନ ଏବଂ ମାଣିକଘୋଷ ବଜାରର ଭି.ଆର୍‌. ଡ୍ରଗ୍ସ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ ଓ ତାଙ୍କ ସ୍ବାମୀ ରାହୁଲ କ୍ୟାଲଙ୍କୁ ଅଭିଯୁକ୍ତ ଦର୍ଶାଯାଇ ଥିଲା। ୧୧ ତାରିଖରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସମ୍ପୃକ୍ତ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା। ଫେରାର ଥିବା ଅଭିଯୁକ୍ତ ସଞ୍ଜୟ ଓ ରାହୁଲ ୧୨ତାରିଖରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ପରେ ଅଭିଯୁକ୍ତଦ୍ୱୟଙ୍କୁ ପୋଲିସ ୨ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରିଥିଲା। ଏହି ତଦନ୍ତ ସମୟରେ ପୋଲିସକୁ ସୂଚନା ମିଳିଥିଲା ଯେ, ମହତାବ ରୋଡ୍‌ସ୍ଥିତ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ ନକଲି ମେଡିସିନ ଗଚ୍ଛିତ ରହିଛି। ଉକ୍ତ ମେଡିସିନ୍‌ ଭି.ଆର୍‌. ଡ୍ରଗ୍ସ ଏଜେନ୍ସି ଦ୍ୱାରା କୋଲକାତାରୁ କ୍ରୟ କରି ଅଣାଯାଇଛି। ଏହାପରେ ପୋଲିସ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥା ଉପରେ ଚଢ଼ାଉ କରିବାକୁ ଯୋଜନା କରିଥିଲା। ଏଥିପାଇଁ କଟକ ସର୍କଲ-୧ର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଉକ୍ତ ଚଢ଼ାଉରେ ସାମିଲ ହୋଇ ମେଡିସିନ ପରୀକ୍ଷା କରିବାକୁ ଚିଠି ଲେଖାଯାଇଥିଲା। ଯୋଜନାନୁସାରେ ସୋମବାର ଉକ୍ତ ଟ୍ରାନ୍ସପୋର୍ଟ ଏଜେନ୍ସିରେ ଚଢ଼ାଉ କରାଯାଇ ଟେଲ୍‌ମା-୪୦ ମେଡିସିନ ଜବତ କରାଯାଇଛି। ଉକ୍ତ ମେଡିସିନ୍‌କୁ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍‌ ପରୀକ୍ଷା କରିବା ପରେ ସେଗୁଡ଼ିକ ନକଲି ବୋଲି ସ୍ପଷ୍ଟ ହୋଇଛି। ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଡିଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ନକଲି ଔଷଧ କାରବାର ନେଇ ପୁରୀଘାଟ ଥାନାରେ ଭି.ଆର୍‌. ଡ୍ରଗ୍ସ ଏଜେନ୍ସି ନାମରେ ୨୨୧/୨୨ ଓ ପୂଜା ଏଣ୍ଟରପ୍ରାଇଜେସ୍‌ ନାମରେ ୨୨୨/୨୨ରେ ମାମଲା ରୁଜୁ ହୋଇଥିଲା। ଉଭୟ ମାମଲାରେ ମୋଟ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। କାରବାର ସହ ସିଧାସଳଖ ସମ୍ପୃକ୍ତ ଥିବା ସଞ୍ଜୟ ଓ ରାହୁଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ବ୍ୟବସାୟର ମାଲିକାନା ଥିବା ଦୁଇ ମହିଳାଙ୍କୁ ପୋଲିସ ତଦନ୍ତ ପରିସରକୁ ଏଯାଏ ଆଣିପାରିନାହିଁ। ତେବେ ଆଗାମୀ ଦିନରେ ପୋଲିସର ପଦକ୍ଷେପ ଓ ତଦନ୍ତର ଗତି କେଉଁଆଡ଼କୁ ଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?