ପୁଣି ନକଲି ଔଷଧ ଠାବ

କଟକ ଅଫିସ, ୨୦ା୯:ନକଲି ମେଡିସିନ୍‌କୁ ନେଇ କଟକରେ ପୁଣି ତନାଘନା ଜୋରଦାର ହୋଇଛି। ସୋମବାର ପୁରୀଘାଟ ଥାନା ପୋଲିସ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ୧୩୫୦ ଷ୍ଟ୍ରିପ୍‌ ନକଲି ଟେଲ୍‌ମା-୪୦ ମେଡିସିନ୍‌ ଜବତ କରିଛି। ଜବତ ମେଡିସିନ୍‌ର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏସବୁକୁ ମାଣିକଘୋଷ ବଜାରସ୍ଥ ଭି.ଆର୍‌. ଡ୍ରଗ୍ସ ଏଜେନ୍ସି କୋଲକାତାରୁ କିଣିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଔଷଧ ବିକ୍ରିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷେଧ କରାଯାଇଥିବା ସତ୍ତ୍ୱେ ଏହାର କାରବାର ଚାଲିଥିବା ସୋମବାର ଚଢ଼ାଉରୁ ସ୍ପଷ୍ଟ ହେଉଛି।
ସୂଚନା ଅନୁଯାୟୀ, ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଟେଲ୍‌ମା-୪୦ ଏବଂ ଟେଲ୍‌ମା- ଏଏମ୍‌ ଟାବ୍‌ଲେଟକୁ ନକଲି କରି ବିକ୍ରି କରାଯାଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏନେଇ ୧୦ ତାରିଖରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ, ତାଙ୍କ ସ୍ତ୍ରୀ ଚଞ୍ଚଲ ଜଲାନ ଏବଂ ମାଣିକଘୋଷ ବଜାରର ଭି.ଆର୍‌. ଡ୍ରଗ୍ସ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ ଓ ତାଙ୍କ ସ୍ବାମୀ ରାହୁଲ କ୍ୟାଲଙ୍କୁ ଅଭିଯୁକ୍ତ ଦର୍ଶାଯାଇ ଥିଲା। ୧୧ ତାରିଖରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସମ୍ପୃକ୍ତ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା। ଫେରାର ଥିବା ଅଭିଯୁକ୍ତ ସଞ୍ଜୟ ଓ ରାହୁଲ ୧୨ତାରିଖରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ପରେ ଅଭିଯୁକ୍ତଦ୍ୱୟଙ୍କୁ ପୋଲିସ ୨ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରିଥିଲା। ଏହି ତଦନ୍ତ ସମୟରେ ପୋଲିସକୁ ସୂଚନା ମିଳିଥିଲା ଯେ, ମହତାବ ରୋଡ୍‌ସ୍ଥିତ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ ନକଲି ମେଡିସିନ ଗଚ୍ଛିତ ରହିଛି। ଉକ୍ତ ମେଡିସିନ୍‌ ଭି.ଆର୍‌. ଡ୍ରଗ୍ସ ଏଜେନ୍ସି ଦ୍ୱାରା କୋଲକାତାରୁ କ୍ରୟ କରି ଅଣାଯାଇଛି। ଏହାପରେ ପୋଲିସ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥା ଉପରେ ଚଢ଼ାଉ କରିବାକୁ ଯୋଜନା କରିଥିଲା। ଏଥିପାଇଁ କଟକ ସର୍କଲ-୧ର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଉକ୍ତ ଚଢ଼ାଉରେ ସାମିଲ ହୋଇ ମେଡିସିନ ପରୀକ୍ଷା କରିବାକୁ ଚିଠି ଲେଖାଯାଇଥିଲା। ଯୋଜନାନୁସାରେ ସୋମବାର ଉକ୍ତ ଟ୍ରାନ୍ସପୋର୍ଟ ଏଜେନ୍ସିରେ ଚଢ଼ାଉ କରାଯାଇ ଟେଲ୍‌ମା-୪୦ ମେଡିସିନ ଜବତ କରାଯାଇଛି। ଉକ୍ତ ମେଡିସିନ୍‌କୁ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍‌ ପରୀକ୍ଷା କରିବା ପରେ ସେଗୁଡ଼ିକ ନକଲି ବୋଲି ସ୍ପଷ୍ଟ ହୋଇଛି। ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଡିଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ନକଲି ଔଷଧ କାରବାର ନେଇ ପୁରୀଘାଟ ଥାନାରେ ଭି.ଆର୍‌. ଡ୍ରଗ୍ସ ଏଜେନ୍ସି ନାମରେ ୨୨୧/୨୨ ଓ ପୂଜା ଏଣ୍ଟରପ୍ରାଇଜେସ୍‌ ନାମରେ ୨୨୨/୨୨ରେ ମାମଲା ରୁଜୁ ହୋଇଥିଲା। ଉଭୟ ମାମଲାରେ ମୋଟ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। କାରବାର ସହ ସିଧାସଳଖ ସମ୍ପୃକ୍ତ ଥିବା ସଞ୍ଜୟ ଓ ରାହୁଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ବ୍ୟବସାୟର ମାଲିକାନା ଥିବା ଦୁଇ ମହିଳାଙ୍କୁ ପୋଲିସ ତଦନ୍ତ ପରିସରକୁ ଏଯାଏ ଆଣିପାରିନାହିଁ। ତେବେ ଆଗାମୀ ଦିନରେ ପୋଲିସର ପଦକ୍ଷେପ ଓ ତଦନ୍ତର ଗତି କେଉଁଆଡ଼କୁ ଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri