ବିମାନରେ କାଚ ଭାଙ୍ଗିଲେ, ତଳେ ଗଡ଼ିଲେ

ଇସ୍‌ଲାମାବାଦ୍‌,୨୦ା୯:ପାକିସ୍ତାନରୁ ଦୁବାଇ ଯାଉଥିବା ବିମାନରେ ଜଣେ ଯାତ୍ରୀ ବାଚଳାମି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମଝି ଆକାଶରେ ବିମାନରୁ ଓହ୍ଲାଇବା ପାଇଁ ଜିଦ୍‌ କରିଥିଲେ ସମ୍ପୃକ୍ତ ଯୁବକ। ଯେତେ ବୁଝାସୁଝା କଲେ ସୁଦ୍ଧା ସେ କାହା କଥା ଶୁଣି ନ ଥିଲେ। ଯୁବକଙ୍କ ଏ ପ୍ରକାର ଅସ୍ବାଭାବିକ ବ୍ୟବହାର ପାଇଁ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍‌ (ପିଆଇଏ) ଯୁବକଙ୍କୁ କଳା ତାଲିକାଭୁକ୍ତ କରିଦେଇଛି।
ପ୍ଲେନ୍‌ଟି ପେଶାଓ୍ବରରୁ ଦୁବାଇ ଅଭିମୁଖେ ଯାଉଥିଲା। ଉଡ଼ାଣ ଭରିବା କିଛି ସମୟ ମଧ୍ୟରେ ହଠାତ୍‌ ଯୁବକ ଜଣକ ବିମାନରୁ ଓହ୍ଲାଇବାକୁ କହିଥିଲେ। ଖାଲି ସେତିକି ନୁହେଁ ନିଜ ସିଟ୍‌ରୁ ଉଠି ପାଖରେ ବସିଥିବା ଯାତ୍ରୀଙ୍କୁ ହଟାଇ ବିମାନ ଫ୍ଲୋର୍‌ରେ ଗଡ଼ିପଡ଼ିଥିଲେ। ଯୁବକଙ୍କ ଏ ପ୍ରକାର ବ୍ୟବହାରରେ ଅନ୍ୟ ଯାତ୍ରୀ ବିବ୍ରତ ହୋଇ ଏହାର ସୂଚନା ପ୍ଲେନ୍‌ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। କ୍ରିଉ ମେମ୍ବର ସେଠାରେ ପହଞ୍ଚି ଯୁବକଙ୍କୁ ଯେତେ ବୁଝାସୁଝା କରିଥିଲେ ହେଁ ସେ ବୁଝି ନ ଥିଲେ। ବିମାନ ଝରକାକୁ ଗୋଇଠା ମାରି ତା’ ସଟର ଭାଙ୍ଗିବା ସହ ସିଟ୍‌କୁ ମଧ୍ୟ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ତା’ ପରେ ସମ୍ପୃକ୍ତ ଯୁବକ ଜୋର୍‌ ପାଟିରେ ଆଜାନ୍‌ (ସାମୁହିକ ପ୍ରାର୍ଥନା) ପାଠ କରିଥିଲେ। ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହେବା ନେଇ ଯୁବକଙ୍କୁ କ୍ରିଉ ମେମ୍ବର ଏଭଳି ବ୍ୟବହାର ନ କରିବା ପାଇଁ କହିଥିଲେ ହେଁ ସେ କ୍ରିଉ ମେମ୍ବରଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ। ପରିଶେଷରେ ଅତିଷ୍ଠ ହୋଇ ବିମାନ ର୍କମଚାରୀ ଏଭିଏସନ୍‌ ଆଇନ ବଳରେ ଯୁବକଙ୍କୁ ତାଙ୍କ ସିଟ୍‌ରେ ବଳପୂର୍ବକ ବାନ୍ଧି ଦେଇଥିଲେ। ବିମାନଟି ଦୁବାଇରେ ଲ୍ୟାଣ୍ଡ୍‌ କରିବା ପରେ କର୍ତ୍ତୃପକ୍ଷ ତାଙ୍କୁ କାବୁ କରିନେଲେ। ପିଆଇଏ ସମ୍ପୃକ୍ତ ଯୁବକଙ୍କୁ କଳା ତାଲିକା ଭୁକ୍ତ କରିବା ସହ ତାଙ୍କୁ ପୁଣି ପାକିସ୍ତାନ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ପରେ ଏବେ ବକ୍ସିଂରେ ଟ୍ରମ୍ପ୍‌…

ଓ୍ବାଶିଂଟନ,୯।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ରାଜନୀତି ଛାଡ଼ି ବକ୍ସିଂରେ ଯୋଗଦେବାକୁ ଯାଉଛନ୍ତି। ସେ ବକ୍ସିଂ ରିଙ୍ଗ୍‌ରେ ଫାଇଟ୍‌ କରିବେନି। ମାତ୍ର ବକ୍ସି...

ପେନ୍‌ସନ ସଂସ୍କାରକୁ ବିରୋଧ, ଫ୍ରାନ୍ସରେ ବିକ୍ଷୋଭ

ପ୍ୟାରିସ୍‌ ,୧୯।୧୨(ଏଏଫ୍‌ପି): ଫ୍ରାନ୍ସ ସରକାରଙ୍କ ପେନ୍‌ସନ ସଂସ୍କାର ଯୋଜନାକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଲକ୍ଷାଧିକ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଇ...

୭ରେ ବାଇଡେନ୍‌-ପୁଟିନ୍‌ ଆଲୋଚନା

ମସ୍କୋ, ୬ା୧୨: ୟୁକ୍ରେନ ସୀମାରେ ରୁଷିଆ ସେନା ମୁତୟନ ବଢ଼ାଇବାକୁ କେନ୍ଦ୍ର କରି ଆମେରିକା ଓ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ୨୦୨୨ ପ୍ରାରମ୍ଭରେ...

ଆମେରିକାରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣରେ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖିବ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍‌ !

ନ୍ୟୁୟର୍କ,୧୫।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଔଷଧ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଦିନରାତି ଏନେଇ ଉଦ୍ୟମ ଅବ୍ୟାହତ ରହିଛି। ତେବେ...

ସୁନୀଲ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ନ୍ୟୁୟର୍କ, ୩୦ା୧୦:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ସୁନୀଲ ଫ୍ରିମ୍ୟାନ୍‌। ପାର୍ଟି ଫର୍‌ ସୋସିଆଲିଜମ୍‌ ଆଣ୍ଡ୍‌...

ରୁଷିଆ ଆକ୍ରମଣରେ ନଷ୍ଟ ହେଲାଣି ୟୁକ୍ରେନର ୭ ହସ୍ପିଟାଲ, ୧୦୪ କ୍ଷତିଗ୍ରସ୍ତ

କ୍ୱିଭ୍‌,୧୪ ।୩: ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରାଯାଇଛି । ଏହାରି ଭିତରେ ଦ କ୍ୱିଭ ଇଣ୍ଡିପେଣ୍ଡେଟର ରିପୋର୍ଟରୁ ଜଣାପଡିଛି କି...

ଆମୋନିଆ ଗ୍ୟାସ୍‌ ଲିକ୍‌, ଲୋକଙ୍କୁ ଅଣ୍ଡରଗ୍ରାଉଣ୍ଡରେ ରହିବାକୁ ପରାମର୍ଶ

କ୍ୱିଭ୍‌,୨୧।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧର ଆଜି ୨୬ତମ ଦିନ। ରୁଷିଆ ୟୁକ୍ରେନ ରାଜଧାନୀ କ୍ୱିଭ୍‌ ଦଖଲ ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛି। କିନ୍ତୁ ୟୁକ୍ରେନରୁ...

ସାମ୍ନାକୁ ଆସିଲା ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍‌ ବିମାନର ଭିଡିଓ

କିଏଭ୍‌,୧୦।୧: ଇରାନର ରାଜଧାନୀ ତେହେରାନ ବିମାନ ବନ୍ଦର ନିକଟରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ଏହି ଦୁର୍ଘଟଣାର ଏକ ଭିଡିଓ...

Advertisement
Archives

Model This Week