ଝିଅଙ୍କ ପାଠପଢ଼ାରେ କେନ୍ଦ୍ର କଣ୍ଟା

ଭୁବନେଶ୍ୱର,୪ା୪(ଅନିଲ ଦାସ)‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା କେନ୍ଦ୍ର ସରକାର ଝିଅଙ୍କ ପାଠପଢ଼ାରେ କଣ୍ଟା ସାଜିଛନ୍ତି। ଏକକ କନ୍ୟାସନ୍ତାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ନାମଲେଖା ପାଇଁ ସ୍ବତନ୍ତ୍ର ସୁବିଧା ମିଳିବ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଜାରି କରାଯାଇଥିବା ନାମଲେଖା ଗାଇଡ୍‌ଲାଇନରେ ଏକକ କନ୍ୟା ସନ୍ତାନ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଶିକ୍ଷାବିତ୍‌ଙ୍କୁ ଚକିତ କରିଛି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ଅଭିଭାବକଙ୍କର ଗୋଟିଏ କନ୍ୟାସନ୍ତାନ ଅଛନ୍ତି, ଦେଶର ଯେକୌଣସି କେନ୍ଦ୍ରୀୟ ବିଦ୍ୟାଳୟରେ ସେମାନଙ୍କ ପାଠପଢ଼ା ପାଇଁ ପୂର୍ବରୁ ୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଝିଅମାନଙ୍କ ସାକ୍ଷରତା ହାର ବଢ଼ାଇବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ ଭାବେ ବିବେଚିତ ହେଉଥିଲା। ୨୦୨୩-୨୪ ଶିକ୍ଷାବର୍ଷରେ ମଧ୍ୟ ଉକ୍ତ ବ୍ୟବସ୍ଥା ପ୍ରଚଳିତ ଥିଲା। ଏହି ସୁବିଧା ବଳରେ ଝିଅମାନଙ୍କୁ ମାଗଣାରେ ପାଠ ପଢ଼ିବାର ସୁଯୋଗ ମିଳୁଥିଲା। ଶିକ୍ଷା ଅଧିକାର ଆଇନ ବଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଭଳି ଏକକ କନ୍ୟା ସନ୍ତାନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଲାଗି ବହୁ ଦିନରୁ ସଂରକ୍ଷଣ ବ୍ୟବସ୍ଥା ଥିଲା। ଚଳିତ ବର୍ଷ ଏପ୍ରିଲ ପହିଲାରୁ କେନ୍ଦ୍ରୀୟ ବିଦ୍ୟାଳୟରେ ଅନ୍‌ଲାଇନ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏକକ କନ୍ୟା ସନ୍ତାନଙ୍କ ନାମଲେଖା ପାଇଁ ଥିବା ସ୍ବତନ୍ତ୍ର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଅଭିଭାବକମାନେ ନିଜ ପିଲାଙ୍କ ନାମଲେଖାଇ ନ ପାରି ନିରାଶ ହୋଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଭୁବନେଶ୍ୱର ରିଜିଅନ୍‌ର ନୋଡାଲ ଅଫିସର(ଆଡ୍‌ମିଶନ) ଅନିଲ କୁମାରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆମେ କିଛି କରିପାରିବୁ ନାହିଁ। ଏହା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ନିଷ୍ପତ୍ତି। ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଯାଜପୁରର ଜଣେ ଅଭିଭାବକ ମନୋଜ କୁମାର ଜେନା କହିଛନ୍ତି, ସିଙ୍ଗଲ୍‌ ଗାର୍ଲ ଚାଇଲ୍ଡ ସଂରକ୍ଷଣ ବ୍ୟବସ୍ଥାରେ ସେ ତାଙ୍କ ଝିଅକୁ ପାଠ ପଢ଼ାଇବାକୁ ଇଚ୍ଛାପ୍ରକାଶ କରିଥିଲେ। ହେଲେ ଚଳିତଥର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏହି ବ୍ୟବସ୍ଥାକୁ ହଟାଇ ଦେଇଛି। ସରକାର ‘ବେଟି ବଚାଓ, ବେଟି ପଢ଼ାଓ’ ନାରା ଦେଉଛନ୍ତି। କିନ୍ତୁ ଏଠାରେ ବେଟିଙ୍କ ପ୍ରତି କେନ୍ଦ୍ରର ଅବହେଳା ସ୍ପଷ୍ଟ ବାରିହୋଇ ପଡୁଛି। ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଦରକାର ବୋଲି ମନୋଜ ଦାବି କରିଛନ୍ତି। ସେହିପରି ଭୁବନେଶ୍ୱରର ଜଣେ ଅଭିଭାବକ ଅଶୋକ କୁମାର ନାୟକ କହିଛନ୍ତି, ଆମେ ସାଧାରଣ ବର୍ଗର ଲୋକ। ପାଠପଢ଼ା ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ ସିଙ୍ଗଲ୍‌ ଗାର୍ଲ ଚାଇଲ୍ଡ ସଂରକ୍ଷଣ ବ୍ୟବସ୍ଥାର ସାହାରା ନେଉଥିଲୁ। ଏଥିରେ ଆମ ପିଲା ଉପକୃତ ହେବେ ବୋଲି ଆଶାବାଦୀ ଥିଲୁ। କିନ୍ତୁ ଚଳିତଥର କେନ୍ଦ୍ର ସରକାର ଏହାକୁ ହଟାଇ ଦେଇଥିବାରୁ ଆମ ପିଲା ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ସରକାର ଏହାର ପୁନର୍ବିଚାର କରିବା ଦରକାର। ନଚେତ୍‌ କେନ୍ଦ୍ର ସରକାର ସିଙ୍ଗଲ୍‌ ଗାର୍ଲ ଚାଇଲ୍ଡଙ୍କୁ ଅଣଦେଖା କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ିବ। ଭୁବନେଶ୍ୱରର ଅନ୍ୟଜଣେ ଅଭିଭାବକ ଦୀପ୍ତିରେଖା ବେହୁରା କହିଛନ୍ତି, ସେ ତାଙ୍କ ଝିଅକୁ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ବହୁ ଆଶା କରିଥିଲେ। କେବେ ଅନ୍‌ଲାଇନ ଆବେଦନ କରାଯିବ ତାହାକୁ ଅପେକ୍ଷା କରିଥିଲେ। ଏବେ ତାଙ୍କ ଆଶା ମଉଳିଯାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?