ଓଡ଼ିଆ ଭାଷା, ସଂସ୍କୃତିର ସମ୍ମେଳନ ‘ଏକାମ୍ର ଉତ୍ସବ’: ୩ରୁ ଆରମ୍ଭ

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଆ ଭାଷା, କଳା ଓ ସଂସ୍କୃତି ସହ ମନୋରଞ୍ଜନର ଖୋରାକ ଯୋଗାଇବ ‘ଏକାମ୍ର ଉତ୍ସବ’। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ପ୍ରଦର୍ଶନୀ ପଡ଼ିଆରେ ଏହି ଉତ୍ସବ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉତ୍ସବ ସମ୍ପର୍କରେ ସୂଚନା ଦିଆଯାଇଛି। ସମ୍ମିଳନୀରେ ବିଏମ୍‌ସି ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ,
ଏକାମ୍ର ଉତ୍ସବ ସ୍ପେଶାଲ ଡ୍ୟୁଟିରେ ଥିବା ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସିଦ୍ଦିକ ଆଲାମ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସଙ୍ଗୀତର ମୂର୍ଚ୍ଛନା
ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ‘ଏକାମ୍ର ଉତ୍ସବ’ ଅନ୍ୟତମ ପ୍ଲାଟ୍‌ଫର୍ମ ହେବ। ସାରେ ‘ସଙ୍ଗୀତର ମୂର୍ଚ୍ଛନା’ କାର୍ଯ୍ୟକ୍ରମରେ ଝୁମିବେ ସହରବାସୀ। ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ୍‌ ବ୍ୟାଣ୍ଡ୍‌ ପରିବେଷଣ। ଏହି ୭ଦିନିଆ ଉତ୍ସବରେ ପ୍ରତି ସାରେ ରହିବ ଭିନ୍ନ ଭିନ୍ନ ପ୍ରଦର୍ଶନ।

ଆମ ବ୍ୟଞ୍ଜନ
ଉତ୍ସବରେ ଅନ୍ୟତମ ଆକର୍ଷଣ ହେଉଛି ‘ଆମ ବ୍ୟଞ୍ଜନ’। ଏହା ଲୋକଙ୍କୁ ଓଡିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ଦେବ। ଏହାଦ୍ୱାରା ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାରପ୍ରସାର ହେବ। ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ସାଙ୍ଗକୁ କେବଳ ଗ୍ରାମାଞ୍ଚଳରେ ଉପଲବ୍ଧ ହେଉଥିବା ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ।

କାହାଣୀ ଉତ୍ସବ
‘ଏକାମ୍ର ଉତ୍ସବ’ରେ ଭୁବନେଶ୍ୱର କାହାଣୀ ଉତ୍ସବ (ଭୁଫେଷ୍ଟୋ)ର ତୃତୀୟ ସଂସ୍କରଣ ଆରମ୍ଭ ହେବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ସହରର ପ୍ରମୁଖ ୪ଟି ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି), ଏପିଜେ ଅବଦୁଲ କାଲାମ ପାର୍କ (କଳିଙ୍ଗନଗର) ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କଠାରେ ଅନୁଷ୍ଠିତ ହେବ। ଅପରାହ୍ମ ୨ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଏହା ଚାଲିବ। କୁନା ତ୍ରିପାଠୀ, ଆକାଶ ଦାସନାୟକ, ଉଷସୀ ମିଶ୍ର ଏବଂ ମୀରା ପରିଡାଙ୍କ ଭଳି ଜଣାଶୁଣା କାହାଣୀକାରମାନେ ଯୋଗଦେବେ। ଉପସ୍ଥିତ ଲୋକେ ଶାସ୍ତ୍ରୀୟ ଓଡ଼ିଆ ଉପନ୍ୟାସର ସମସାମୟିକ ରୂପ ଓ କାଳଜୟୀ କାହାଣୀରେ ଏକ ଆଧୁନିକ ଅଧ୍ୟାୟ ସହ ଏଥିରେ ଯୋଡ଼ି ହୋଇପାରିବେ।

ଏକାମ୍ର ହାଟରେ ରାତ୍ରିକାଳୀନ ବଜାର
ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ରାତ୍ରିକାଳୀନ ବଜାର ଖୋଲିବ। ଏହା ଆସନ୍ତା ୩ ତାରିଖରୁ ୯ ଯାଏ ଖୋଲିବ। ପ୍ରତିଦିନ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବଜାରରେ ମନ ପସନ୍ଦର ଜିନିଷ କିଣିବାକୁ ସୁଯୋଗ ପାଇପାରିବେ।

ମଧୁସୂଦନ ମାର୍ଗରେ ୩ଦିନିଆ ଡ୍ରୋନ୍‌ ଶୋ
ଆସନ୍ତା ୭,୮ ଓ ୯ ତାରିଖରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ୍‌ ଶୋ ଅନୁଷ୍ଠିତ ହେବ। ଭାଷାର ପ୍ରସାର ପାଇଁ ମଧୁସୂଦନ ମାର୍ଗକୁ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଡିଜାଇନରେ ପ୍ରଦର୍ଶିତ କରାଯିବ। ଏଥିପାଇଁ ପାଖାପାଖି ୨୦୦ରୁ ଅଧିକ ଡ୍ରୋନ ବ୍ୟବହାର କରାଯିବ।

 

ଆକର୍ଷଣ ସାଜିବେ ସୋନୁ ନିଗମ, ଜୁବିନ୍‌

୩ ଫେବୃଆରୀ – ସ୍ମୃତି ତୁମେ ଅକ୍ଷୟ
ଜ୍ୟୋତର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁ।
୪ ଫେବୃଆରୀ – ସଙ୍ଗୀତର ତାଳେ ତାଳେ
ଅନୁରାଧା ପୌଡୱାଲ,ସୁରେଶ ୱାଡେକର
୫ ଫେବୃଆରୀ – ଅଭୁଲା ଅତୀତ
ସନମ ପୁରୀ ଲାଇଭ ଓ ଅନନ୍ୟା ଶ୍ରୀତମ ନନ୍ଦ
୬ ଫେବୃଆରୀ – ଭାଷା ହିଁ ଭବିଷ୍ୟତ
କୁନା ତ୍ରିପାଠୀ, ଅରୁଣା ମହାନ୍ତି ଓ ସାଥୀ, ପ୍ରଜ୍ଞା, ଶଙ୍କର
୭ ଫେବୃଆରୀ – ବସନ୍ତର ସ୍ବର
ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ଋତୁରାଜ ମହାନ୍ତି
୮ଫେବୃଆରୀ – ମୂର୍ଚ୍ଛନାର ଭିନ୍ନ ଏକ ସା
ସୋନୁ ନିଗମ
୯ ଫେବୃଆରୀ – ତୁମେ ଚାହିଁଲ ବୋଲି
ଜୁବିନ ନୌଟିଆଲ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?