Odisha Elections 2024
Posted inଜାତୀୟ

ବିନା ଅନୁମତିରେ ବାବୁଙ୍କ ବିରୋଧରେ ହେବ ମାମଲା

ନୂଆଦିଲ୍ଲୀ,୧୨ା୯(ପି.ଟି.):କେନ୍ଦ୍ର ସରକାରଙ୍କ ଅଧୀନରେ ନିଯୁକ୍ତ ଯୁଗ୍ମ ସଚିବ ଓ ତଦୂର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ଦୁର୍ନୀତିରେ ସମ୍ପୃକ୍ତ ଥିଲେ, କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେମାନଙ୍କ ବିରୋଧରେ ତଦନ୍ତ କରାଯିବା ସହ ମାମଲା ରୁଜୁ କରାଯାଇପାରିବ। ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟକୁ ୨୦୦୩ ସେପ୍ଟେମ୍ବର ୧୧ରୁ ପିଛିଲା ଭାବେ ଲାଗୁ କରିବା ପାଇଁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତି ମାମଲାରେ ଦିଲ୍ଲୀ ସ୍ବତନ୍ତ୍ର ପୋଲିସ ପ୍ରତିଷ୍ଠାନ (ଡିଏସ୍‌୍‌ପିଇ) ଅଧିନିୟମ, ୧୯୪୬ ଉପରୋକ୍ତ ଅଧିକାରୀମାନଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାର ବ୍ୟବସ୍ଥା ରହିଥିଲା। ସର୍ବୋଚ୍ଚ ଅଦାଲତ ୨୦୧୪ ମେ’ରେ ଏହି ବ୍ୟବସ୍ଥାକୁ ଖାରଜ କରିଦେଇଥିଲେ। ଏବେ ଉକ୍ତ ରାୟକୁ ପିଛିଲା ଭାବେ ଲାଗୁ କରିବା ଲାଗି ଜଷ୍ଟିସ ସଞ୍ଜୟ କିଷନ କୌଲଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ସର୍ବସମ୍ମତ ରାୟ ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ୨୦୧୪ର ରାୟ ୨୦୦୩ ସେପ୍ଟେମ୍ବର ୧୧ରୁ ଲାଗୁ ହେବ, ଯେତେବେଳେ ଡିଏସ୍‌ପିଇ ଅଧିନିୟମରରେ ଧାରା ୬(ଏ)କୁ ଯୋଡ଼ାଯାଇଥିଲା। ଏହି ଧାରାରେ ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କ ବିରୋଧରେ ତଦନ୍ତ ଓ ମାମଲା ରୁଜୁ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ ବୋଲି ଉଲ୍ଲେଖ ରହିଥିଲା। ଉକ୍ତ ଧାରା ଅବୈଧ ବୋଲି ସେତେବେଳେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିବା ସହ ଏଥିରେ ଦୁର୍ନୀତି ଘୋଡ଼ାଇବା ପ୍ରବୃତ୍ତି ରହିଥିବା ଟିପ୍ପଣୀ ଦେଇଥିଲେ। ଉକ୍ତ ବ୍ୟବସ୍ଥାକୁ ହଟାଇଦିଆଯିବା ଦ୍ୱାରା ଅଧିକାରର ସୁରକ୍ଷା କରୁଥିବା ସମ୍ବିଧାନର ଅନୁଚ୍ଛେଦ ୨୦କୁ ଏହା ପ୍ରଭାବିତ କରିପାରେ କି ପ୍ରସଙ୍ଗ ଉପରେ ସୋମବାର ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ୨୦୧୪ ମେ’ରେ ସୁବ୍ରମଣ୍ୟମ ସ୍ବାମୀ ମାମଲାରେ ସାମ୍ବିଧାନିକ ପୀଠ ଦେଇଥିବା ରାୟକୁ ପିଛିଲା ଭାବେ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ-ଆଣ୍ଡାମାନ ଛୁଇଁଲା ମୌସୁମୀବାୟୁ

ଭୁବନେଶ୍ୱର,୧୯।୫: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ରବିବାର କୋମରିନ-ମାଲଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଗତ ୨୪...

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, ଆପଣ ତ ଭେଜିଟେରିଆନ ଅଟନ୍ତି ମୋଦିଜୀ…

ନୂଆଦିଲ୍ଲୀ,୧୯।୫: ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ମୋଦିଙ୍କୁ ନିଶାନା କରିଛନ୍ତି।...

ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ …

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ମେନକା ଗାନ୍ଧୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିତର୍କ ହେଲେ ରାହୁଲ ପଚାରିବେ ଏହି ୬ପ୍ରଶ୍ନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୫: କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବିତର୍କ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ। ଯାହା ଖୁବ୍‌...

ଡାକ୍ତର କହିଲେ ଖରାରେ ରଖ, ଅଧଘଣ୍ଟା ପରେ ନବଜାତକ ମୃତ

ମୈନପୁରି, ୧୯।୫: ଉତ୍ତରପ୍ରଦେଶର ମୈନପୁରି ଜିଲା ଭୁଗାଇ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ୫ ଦିନ ତଳେ ଜନ୍ମିତ ଜଣେ ଶିଶୁକନ୍ୟାକୁ ଖରାରେ...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌, ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ୪୦ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ,୧୯।୫: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌। ଉତ୍ତରପ୍ରଦେଶ ଆଗ୍ରାରେ ବଡ଼ ଧରଣର ଆଇଟି ରେଡ ହୋଇଛି । ଜଣେ ଜୋତା ବ୍ୟବସାୟୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri