Posted inଜାତୀୟ

ଯୁବବର୍ଗଙ୍କୁ ଅସ୍ତ୍ର ଧରିବାକୁ ଆହ୍ବାନ

ଚଣ୍ଡିଗଡ଼,୧୪ା୮: ହରିୟାଣାର ନୁହ ଜିଲାରେ ଗତ ମାସ ୩୧ରେ ଘଟିଥିବା ହିଂସାତ୍ମକ ସଂଘର୍ଷ ଘଟଣା ଉପରେ ଆଲୋଚନା ପାଇଁ ରବିବାର ପାଲଓ୍ବାଲଠାରେ ସର୍ବ ହିନ୍ଦୁ ସମାଜ ପକ୍ଷରୁ ଏକ ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ଏହି ଧର୍ମୀୟ ଶୋଭାଯାତ୍ରା ୨୮ରୁ ପୁନର୍ବାର ଆରମ୍ଭ କରିବା ଲାଗି ମହାପଞ୍ଚାୟତ ନିଷ୍ପତ୍ତି ନେଇଛି। ଏଥିସହିତ ହିଂସା ଘଟଣାର ଏନ୍‌ଏସ୍‌ଏ ତଦନ୍ତ କରାଯିବାକୁ ଦାବି ହୋଇଛି। ନୁହକୁ ଗୋବଧ ମୁକ୍ତ କରିବା ସହ ଜିଲାବାସୀଙ୍କ ସୁରକ୍ଷା ପାଇଁ ନୁହରେ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟାଳୟ ଖୋଲିବାକୁ ସେମାନେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି।
ସୂଚନାଯୋଗ୍ୟ, ଘୃଣିତ ଭାଷଣ ଦିଆଯିବ ନାହିଁ ସର୍ତ୍ତରେ ମହାପଞ୍ଚାୟତ ପାଇଁ ଅନୁମତି ଦିଆଯାଇଥିଲା ବୋଲି ପାଲଓ୍ବାଲ୍‌ ଏସ୍‌ପି ଲୋକେନ୍ଦ୍ର ସିଂ କହିଛନ୍ତି। ପ୍ରଶାସନର ସର୍ତ୍ତକୁ ଅବଜ୍ଞା କରି ବକ୍ତାମାନେ ମହାପଞ୍ଚାୟତରେ ଖୋଲା ଧମକ ଦେଇଛନ୍ତି। ଆୟୋଜକମାନେ ବକ୍ତାମାନଙ୍କୁ ସତର୍କ କରାଇଥିଲେ ମଧ୍ୟ ଅଧିକାଂଶ ଏହାକୁ ମାନି ନ ଥିଲେ। ଯଦି ଆମକୁ ଗୋଟିଏ ଆଙ୍ଗୁଠି ଦେଖାଇବ, ଆମେ ପୂରା ହାତ କାଟିଦେବୁ ବୋଲି ଜଣେ ବକ୍ତା କହୁଥିବା ଶୁଣାଯାଇଥିଲା। ମହାପଞ୍ଚାୟତରେ ହରିୟାଣା ଗୋରକ୍ଷକ ଦଳର ଆଚାର୍ଯ୍ୟ ଆଜାଦ ଶାସ୍ତ୍ରୀ ଯୁବବର୍ଗଙ୍କୁ ଅସ୍ତ୍ର ଧରିବା ପାଇଁ ପରାମର୍ଶ ଦେଇଛନ୍ତି। ମଓ୍ବୋତ୍‌ରେ ତୁରନ୍ତ ୧୦୦ ରାଇଫଲ ଲାଇସେନ୍ସ ନିଶ୍ଚିତ କରିବାକୁ ହେବ। ଏହା ଏକ ‘କର ବା ମର’ ସ୍ଥିତି ବୋଲି ଶାସ୍ତ୍ରୀ କହିଛନ୍ତି। ଏତଲାକୁ ଭୟ ନ କରିବା ଲାଗି ସେ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୩୧ରେ ବିଶ୍ୱ ହିନ୍ଦୁ ପରଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିବା ସହ ଟେକାମାଡ଼ କରିବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ୨ ହୋମଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ। ବହୁ ଗାଡ଼ି, ଦୋକାନ ଓ ଘର ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?