Posted inଖେଳ

ମା’-ବାପାଙ୍କୁ କନ୍ଦାଇଲେ ଏହି କ୍ରିକେଟର୍‌

ପାଟନା,୨୨।୨: ବିହାରର କ୍ରିକେଟର୍‌ ଇଶାନ କିଶନ ଟିମ ଇଣ୍ଡିଆରେ ମନୋନୀତ ହେବା ପରେ ତାଙ୍କର ଏକ କଲ ପିତାମାତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ତେବେ ତାଙ୍କ ମା’ବାପାଙ୍କ ଆଖିରେ ଏହି ଦୁଃଖର ନୁହେଁ ଖୁସିର ଲୁହ ଥିଲା। ଇଂଲଣ୍ଡ ବିପକ୍ଷ ଭାରତୀୟ ଦଳରେ ଇଶାନ ସ୍ଥାନ ପାଇଛନ୍ତି। ସେ ଏହି ସିରିଜ ସହିତ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ମଧ୍ୟ ସୁଯୋଗ ରହିଛି।
ଇଶାନଙ୍କୁ ଚୟନ ବିଷୟରେ ପ୍ରଥମେ ମା’ ବାପାଙ୍କୁ ପ୍ରଥମେ ତାଙ୍କ ଭାଉଜ ଜଣାଇଥିଲେ। ଏହାପରେ ଇଶାନଙ୍କ କଲ ମାତା ସୁଚିତ୍ରା ସିଂଙ୍କ ନିକଟକୁ ଆସିଥିଲା। ପୁଅ ମୁହଁରେ ଚୟନ ବିଷୟରେ ଶୁଣି ମା’ଙ୍କ ଆଖିରେ ଲୁହ ଆସିଯାଇଥିଲା।
ଇଶାନଙ୍କ ପିତା କହିଥିଲେ ଯେ ପିଲାଦିନରୁ ଭାରତ ଖେଳିବା ପାଇଁ ତାଙ୍କର କେବଳ ଗୋଟିଏ ସ୍ବପ୍ନ ଥିଲା। ଏବେ ଏହି ସ୍ବପ୍ନ ସ୍‌ପୂରଣ ହେବାକୁ ଯାଉଛ। ଏଥିପାଇଁ ସେ କଠିନ ପରିଶ୍ରମ କରିଥିଲେ।ସେ କହିଥିଲେ ଯେ ଯେତେବେଳେ ଇଶାନ ୯ମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ ଏକ ପରୀକ୍ଷା ଦେବାକୁ ଯାଉଥିଲେ ଏବଂ ଏକ ମ୍ୟାଚ ମଧ୍ୟ ଥିଲା। ବିଦ୍ୟାଳୟ ନିର୍ଦ୍ଦେଶ ଦେଇଥିଲା ଯେ ଯଦି ଇଶାନ ପରୀକ୍ଷା ନ ଦିଅନ୍ତି ତେବେ ତାଙ୍କ ନାମ ସ୍କୁଲରୁ କାଟି ଦିଆଯିବ। କିନ୍ତୁ ମୁଁ ମୋ ପୁଅକୁ ସମର୍ଥନ କରି କହିଲି ଯେ ସେ ମ୍ୟାଚ ଖେଳିବେ। କିନ୍ତୁ ମା’ ଚାହୁଁଥିଲେ ପୁଅ ଅନ୍ତତଃ ପକ୍ଷେ ମାଟ୍ରିକ ପରୀକ୍ଷାରେ ପାସ କରନ୍ତୁ । ଇଶାନଙ୍କ ମା’ କହିଥିଲେ ଯେ ଅନ୍ତର୍ଜାତୀୟ ସ୍ତରରେ ପୁଅର ନାମ ନଆସିବା ପର୍ଯ୍ୟନ୍ତ ସେ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମକୁ ଯିବେ ନାହିଁ ବୋଲି ପିତା କହିଛନ୍ତି। ଇଶାନ ଏବେ ଝାଡଖଣ୍ଡ ପକ୍ଷରୁ ଖେଳୁଛନ୍ତି। ସେ ଆଇପିଏଲ ଦଳର ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ଏବଂ ଗତ ସିଜନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ବୈଦେଶିକ ମନ୍ତ୍ରଣାଳୟର ବଡ଼ ବୟାନ; ବ୍ଲେମ୍ ଗେମ୍ ଖେଳୁଛି ଆମେରିକା, ଆଉ ଆଲୋଚନା ପାଇଁ…

ତେହରାନ,୨୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ । ଏହାରି ଭିତରେ ଇରାନ ସ୍ପଷ୍ଟ ଭାବରେ କହିଛି ଯେ ବର୍ତ୍ତମାନ ଆମେରିକା…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ମିଳିଲା ଅଗ୍ନିବୀରଙ୍କ ମୃତଦେହ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବାପା

ବାଲୁଗାଁ,୨୦।୪: ଖୋଦ୍ଧା ଜିଲା INS ଚିଲିକାରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୋମବାର ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

ଯୁବକଙ୍କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଝିଟ୍‌କି ହୋଇପଡିଥିବା ଗୁରୁତର ଆହତଙ୍କୁ ଡ୍ରାଇଭର…

ମୋହନା,୨୦।୪ ( ମନ୍ମଥ ମିଶ୍ର ) : ରାୟଗଡା ଠାରୁ ରୋଗୀଙ୍କୁ ନେଇ ବ୍ରହ୍ମପୁର ଯିବା ସମୟରେ ବିରିକୋଟ ନିକଟସ୍ଥ ଶିବ ମନ୍ଦିର ନିକଟରେ ଯୁବକକୁ ଧକ୍କା…

ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କର: ଚାଷୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସୋମବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ…

ମୋଦି ଯିବା ପୂର୍ବରୁ ସବୁ ଜଳିପୋଡ଼ି ହୋଇଗଲା ପାଉଁଶ: ଗୋଟିଏ ଦିନ ପରେ କରିଥାନ୍ତେ…

ଜୟପୁର,୨୦।୪: ରାଜସ୍ଥାନର ବାଡ଼ମେରର ବାଲୋତ୍ରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। CDU ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ବହୁ ସଂଖ୍ୟକ ଦମକଳ ଗାଡ଼ି…

ହବିବନଗର ବେଆଇନ କରତକଳ ଉପରେ ଚଢ଼ାଉ, ୩ ଲକ୍ଷରୁ ଉର୍ଦ୍ଧ୍ବ କାଠ…

ଧାମନଗର,୨୦।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଏନଏସି ଅଧିନ ହବିବନଗର ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri