Posted inଖେଳ

ଏହି କ୍ରିକେଟର୍‌ଙ୍କୁ ଭାବପ୍ରବଣ ମେସେଜ୍‌ କଲେ କୋହଲି

ଅହମଦାବାଦ,୨୨।୨: ପ୍ରତ୍ୟେକ ଯୁବ କ୍ରିକେଟର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏକ ଆଦର୍ଶ ଭାବରେ ଦେଖନ୍ତି ଏବଂ ତାଙ୍କ ସହ କ୍ରିକେଟ ଖେଳିବାକୁ ଚାହାଁନ୍ତି। ମାତ୍ର ଅଳ୍ପ ସଂଖ୍ୟକ ଖେଳାଳି ଏଭଳି ସୁଯୋଗ ପାଆନ୍ତି। କିନ୍ତୁ ଯେଉଁମାନେ ଏହି ସୁଯୋଗ ପାଆନ୍ତି, ଏହା ଏକ ସ୍ବପ୍ନ ସାକାର ହେବା ପରି ଲାଗେ। କେରଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଅଜହରୁଦ୍ଦିନଙ୍କ ସହ ଏହା ଘଟିଛି। ପାଞ୍ଚ ଦିନ ପୂର୍ବରୁ ଆୟୋଜିତ ହୋଇଥିବା ଆଇପିଏଲ ନିଲାମରେ ତାଙ୍କୁ ବିରାଟଙ୍କ ନେତୃତ୍ୱାଧୀନ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨୦ ଲକ୍ଷ ଟଙ୍କାରେ କିଣିଥିଲା। ମହମ୍ମଦ ଅଜହରୁଦ୍ଦିନ ବେଙ୍ଗାଲୁରୁର ଏକ ହୋଟେଲରେ ବସିଥିବା ବେଳେ ଆଇପିଏଲ ନିଲାମ ଦେଖୁଥିଲେ। ତା’ପରେ ସେ ସୂଚନା ପାଇଲେ ଯେ କୋହଲିଙ୍କ ସହ ଖେଳିବାର ସ୍ବପ୍ନ ସାକାର ହେବାକୁ ଯାଉଛି। ଏହା ବ୍ୟତୀତ ସେ ଖୁସି ହେବାର ଆଉ ଏକ କାରଣ ହେଉଛି ଆରସିବିରେ ଦଳରେ ସାମିଲ ହେବାର ଦୁଇ ମିନିଟ ପରେ, ଆଜାରୁଦ୍ଦିନଙ୍କୁ ଫୋନରେ ଏକ ଅଜ୍ଞାତ ନମ୍ବରରୁ ମେସେଜ୍‌ ଆସିଥିଲା, ଯେଉଁଥିରେ ତାଙ୍କୁ ଆରସିବିରେ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଆଉ କେହି ନ ଥିଲେ ଆରସିବି ଅଧିନାୟକ ବିରାଟ କୋହଲି ହିଁ ଥିଲେ। ମେସେଜ୍‌ରେ ଲେଖା ଥିଲା ଆରସିବିକୁ ସ୍ବାଗତ, ଅଲ୍‌ ଦ ବେଷ୍ଟ, ମୁଁ ବିରାଟ। ଏହି ମେସେଜ ମୋତେ ବହୁତ ଭାବପ୍ରବଣ କରିଥିଲା ବୋଳି ସେ କହିଛନ୍ତି। ମୁଁ କଦାପି ଭାବି ନ ଥିଲି ଯେ ସେ ମୋତେ ମେସେଜ୍‌ ଦେବେ। ଏହା ମୋ ପାଇଁ ବହୁତ ଖୁସିର ମୂହୁର୍ତ୍ତ ଥିଲା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri