ସହମତିରେ ଦୁର୍ଗତି

ଖରା ଛୁଟି ସରିଲା। ପିଲାଏ ବିଦ୍ୟାଳୟକୁ ଫେରିଲେ। ହଷ୍ଟେଲରେ ରହୁଥିବା ଛୁଆ ରହିବା ଆରମ୍ଭ କଲେ। ବଢ଼ିଲା ଝିଅଙ୍କ ସମସ୍ୟା ଟିକେ ଅଧିକ। କର୍ମଚାରୀଙ୍କୁ ଭାରି ଟେନ୍‌ସନ। ରେଡ୍‌ ରେକର୍ଡକୁ ତନଖି କରାଗଲା। ମାସିକ ଋତୁସ୍ରାବ ତାରିଖ ଯାଞ୍ଚ କରାଗଲା। ପ୍ରାୟତଃ ସବୁ ଠିକ୍‌ଠାକ୍‌ ଥିଲା। କିନ୍ତୁ ମାସେ ପରେ ବି ଜଣେ ବଢ଼ିଲା ଛୁଆର ମାସିକ ଧର୍ମ ହେଲାନି। ଭାବିଲେ ରକ୍ତହୀନତା ଅଥବା ଅନିୟମିତତା ହେତୁ ଏମିତି ହୋଇଥାଇପାରେ। ଡାକ୍ତରଙ୍କ ପରାମର୍ଶ ନିଆଗଲା, ତଥାପି କିଛି ସୁଫଳ ମିଳିଲାନି। ତା’ପରେ ଗର୍ଭଧାରଣ କିଟ୍‌ ପରୀକ୍ଷା କରାଗଲା। ମୁଣ୍ଡରେ ହାତ ଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଆରମ୍ଭ ହେଲା କାଉନ୍‌ସେଲିଂ। ଶେଷରେ ସ୍ବୀକାର କଲା ଝିଅ। ଗଁାରେ ସହମତିରେ ନିଜ ପୁଅ ସାଙ୍ଗ ସହ ଯୌନ ସମ୍ପର୍କ ସ୍ଥାପନ କରିଛି। ପୁଅର ନାମ ଓ ଠିକଣା ଲିପିବଦ୍ଧ ହେଲା। ବିଦ୍ୟାଳୟ ପକ୍ଷରୁ ଏକ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଗଲା। ତେଣିକି ଆରମ୍ଭ ହେଲା ତନାଘନା। ଶିଶୁ ସୁରକ୍ଷା କମିଟି, ଶିଶୁ କଲ୍ୟାଣ କମିଟି ପଛକୁ ପଛ ଅଫିସରଙ୍କ ତୁହାକୁ ତୁହା ବିଦ୍ୟାଳୟକୁ ଗସ୍ତ ଚାଲିଲା। ଥାନାରେ ଏତଲା ଦେବାକୁ ପଡ଼ିଲା। ସହମତିରେ ଯୌନ ସମ୍ପର୍କ ସ୍ଥାପନ ହୋଇଥିଲେ ମଧ୍ୟ ନାବାଳକ ହେତୁ ପୋକ୍ସୋ ଆଇନ ମୁତାବକ ତାକୁ ଅପରାଧ ବିବେଚନା କରାଗଲା। ବାଳ ଅପରାଧୀକୁ ପୋଲିସ ଧରି ଆଣିଲା। ଆରମ୍ଭ ହେଲା ତାଡ଼ନା। ଦୁଇ ଜନଜାତି ପରିବାର ଗଁାରେ ବୈଠକ ହେଲା। ଉଭୟ ପକ୍ଷ ସହମତିରେ ବିବାହ ପାଇଁ ସମ୍ମତି ପ୍ରକଟ କଲେ। କିନ୍ତୁ ବିବାହ ବୟସ ହୋଇ ନ ଥିବାରୁ ବାଲ୍ୟ ବିବାହ କରିବାର ସୁଯୋଗ ଦେଲାନି ଆଇନ। ଏଣେ ଗଣମାଧ୍ୟମର ଶିରୋନାମା ପାଲଟିଲା ଖବର। ଘାଣ୍ଟି ହୋଇଗଲେ ବିଦ୍ୟାଳୟର ସମସ୍ତ କର୍ମଚାରୀ। ତିଳେ ମାତ୍ର ଭୁଲ ନ ଥିବା ସତ୍ତ୍ୱେ ଜଣେ ଜଣେ ଅପରାଧୀ ଭଳି ସମସ୍ତଙ୍କୁ ବିବେଚନା କରାଗଲା।
ସୁରକ୍ଷିତ ପ୍ରସବ ଉପରେ ଗୁରୁତ୍ୱଦେଲା ପ୍ରଶାସନ ଓ ଆଇନ। ଅପରପକ୍ଷେ ଝିଅ ଓ ପୁଅ ଗୋଷ୍ଠୀର ଲୋକେ ବିଦ୍ୟାଳୟକୁ ଆସି ତୁହାକୁତୁହା ନିଜ ଇଚ୍ଛା ମୁତାବକ ଭଲମନ୍ଦ କହି ଚାଲିଲେ। ବିଚରା ବିଦ୍ୟାଳୟ କର୍ତ୍ତୃପକ୍ଷ ଚାକିରିର ଦାୟରେ ନୀରବରେ ସବୁ ସହିବାକୁ ବାଧ୍ୟ ହେଲା। ସେମାନଙ୍କ କହିବା କଥା- ଘଟଣା ଜଣାଇବା ପରେ ପୋଲିସରେ ଏତଲା ଦେଲେ କ’ଣ ପାଇଁ? ଉଭୟ ପକ୍ଷକୁ ଜଣେଇ କଥା ପ୍ରଘଟ ନ ହୋଇ ସହମତିରେ ସମାଧାନ ହୋଇପାରନ୍ତା। ଉଭୟଙ୍କର ବାହାଘର ହୋଇପାରନ୍ତା। ଏଭଳି ପ୍ରଶ୍ନର ଉତ୍ତର ଦେବା ଭାରି କଷ୍ଟ। ମୁହଁ ଖୋଲିଲେ ବିସ୍ଫୋରଣ ହେବ, ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ। ସେମାନଙ୍କଠାରୁ ଆକ୍ରମଣ ବି ହୋଇପାରିବ। ବିଚରା ସ୍କୁଲ କର୍ତ୍ତୃପକ୍ଷଙ୍କୁ ତତ୍କାଳ ସୁରକ୍ଷା ଦେବ କିଏ ? ପୁଣି ତାକୁ ନେଇ ଥାନା କଚେରୀ ଝାମେଲାରେ ପଶିବ କିଏ? ବରଂ ଏଭଳି ସ୍ଥିତିରେ ସବୁ ସହିଯିବା ବୁଦ୍ଧିମାନର କାମ ବୋଲି ସହିଗଲେ ସମସ୍ତେ। ଦିନ ଗଡ଼ିଲା। ଛୁଆ ପ୍ରସବ ହେଲା। ଏଭଳି ଘଟଣା ପରେ ଏଇ ସ୍ପର୍ଶକାତର ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିନି ଏଇଠି। ବରଂ ବର୍ତ୍ତମାନ ପରିସ୍ଥିତିରେ ସହମତିରେ ଯୌନ ସମ୍ପର୍କ ଓ ଗର୍ଭଧାରଣ ଘଟଣା ସମାଜରେ ହୁ ହୁ ହୋଇ ବଢ଼ିଚାଲିଛି। ସହମତିରେ ହେଉଛି ଦୁର୍ଗତି। ଅନେକ ଘଟଣା ପଦାକୁ ଆସୁଛି। ବହୁ ଘଟଣା ଚାପି ହୋଇଯାଉଛି। ଲୋକଲଜ୍ଜା ଭୟରେ ଝିଅ ପକ୍ଷ ପରିବାର ଘଟଣାକୁ ରଫାଦଫା କରିବା ଲାଗି ସବୁ ସାଧ୍ୟମତେ ଉଦ୍ୟମ କରୁଛନ୍ତି। ହାଇସ୍କୁଲ ସ୍ତରରୁ ଏଇ ଘଟଣାମାନ ଘଟିବାରେ ଲାଗିଛି। କଲେଜ ସ୍ତରରେ ଏବେ ଏହା ଉତ୍କଟ ପ୍ରସଙ୍ଗ। କିଶୋର ବୟସର ଅନୁସନ୍ଧିତ୍ସୁ ମନ ଏଭଳି ବାଟବଣା କରିବାକୁ ବାଧ୍ୟ କରୁଛି। ବିଶେଷକରି ବହୁଳ ଭାବରେ ମୋବାଇଲ ଓ ଇଣ୍ଟରନେଟର ବ୍ୟବହାର ପିଲାଙ୍କୁ କୁପଥରେ ନେବାକୁ ସହାୟକ ହୋଇଛି। ଏହା ଯେତିକି ସତ୍ୟ ବଦଳୁଥିବା ସାମାଜିକ ପରିସ୍ଥିତି ଓ ଆମ ପାରିବାରିକ ବ୍ୟବସ୍ଥା ବି ସେତିକି ପରିମାଣରେ ଦାୟୀ ବୋଲି ବିଚାର କରିବାକୁ ହେବ।
ନିକଟରେ ସୁପ୍ରିମକୋର୍ଟ ପ୍ରମୁଖ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କିଶୋରୀ କିଶୋରଙ୍କ ମଧ୍ୟରେ ସହମତିରେ ହେଉଥିବା ଯୌନ ସମ୍ପର୍କ ଓ ତଜ୍ଜନିତ ସମସ୍ୟାକୁ ନେଇ ଏକ ଚିନ୍ତାଶୀଳ ପ୍ରସ୍ତାବ ଦେଇଛନ୍ତି। ୨୦୧୨ ପୋକ୍ସୋ ଆଇନରେ ନିର୍ଦ୍ଧାରିତ ବୟସ ସୀମା ଉପରେ ପୁନର୍ବିଚାର କରିବା ଲାଗି ବ୍ୟବସ୍ଥାପିକା ସଭାକୁ ପ୍ରସ୍ତାବ ଦେଇଛନ୍ତି। ସହମତିରେ ଯୌନ ସ୍ଥାପନ ପରେ ବି ପୁଅ ସାଙ୍ଗକୁ ଅପରାଧୀ ବିଚାର କରାଯାଇ ଦଣ୍ଡବିଧାନ କରାଯାଉଛି। ଝିଅର ସହମତି ଥାଇ ବି ଅନେକ ବାଳକ କିଶୋରାବସ୍ଥାରୁ ଅପରାଧୀ ହୋଇ ଦଣ୍ଡ ଭୋଗିବାକୁ ବାଧ୍ୟ ହେଉଛନ୍ତି। ଏପରିକି ପୀଡ଼ିତା ନାବାଳିକାର ପରିବାର ନିଜର ସାମାଜିକ ପ୍ରତିଷ୍ଠାକୁ ବଞ୍ଚେଇବାକୁ ଉଦ୍ଦେଶ୍ୟମୂଳକ ଭାବେ ମାମାଲା ରୁଜୁ କରିବାକୁ ଆଗ୍ରହ ପ୍ରକଟ କରୁଥିବା ସେ ଦର୍ଶାଇଛନ୍ତି। ମୁଖ୍ୟ ବିଚାରପତି ସାମ୍ପ୍ରତିକ ସାମାଜିକ ସ୍ଥିତିର ବାସ୍ତବ ଦିଗକୁ ଉନ୍ମୋଚନ କରିଛନ୍ତି। ଶିଶୁମାନଙ୍କ ଉପରେ ଯୌନ ନିର୍ଯାତନାର ପ୍ରଭାବ କମାଇବା ପାଇଁ ବିଦ୍ୟାଳୟସ୍ତରରେ ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି। ଯୌନ ସମ୍ପର୍କ ସ୍ଥାପନର ଭୟାବହ ସ୍ଥିତିକୁ ନେଇ କିଶୋରୀ କିଶୋରଙ୍କୁ ବିଦ୍ୟାଳୟସ୍ତରରୁ ସଚେତନ କରାଯାଉଛି। ଏ ଦିଗରେ କିଛି ଲାଭ ମିଳୁଛି ସତ, କିନ୍ତୁ ବେଳେବେଳେ ଏମିତି ପରିସ୍ଥିତି ଉପୁଜୁଛି ଶିକ୍ଷୟିତ୍ରୀ ଶିକ୍ଷକମାନେ ଏଭଳି ସ୍ପର୍ଶକାତର ଘଟଣାରେ ନିଜକୁ ଯଥାସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି। ଅନେକ କ୍ଷେତ୍ରରେ ଉଭୟ ପରିବାରର ମିଳିତ ଆକ୍ରମଣରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚେପା ହୋଇପଡ଼ୁଛନ୍ତି। ହଷ୍ଟେଲରେ ରହି ପଢ଼ୁଥିବା କିଶୋରୀ କିଶୋରଙ୍କୁ ନେଇ ବିଦ୍ୟାଳୟ ଓ କଲେଜସ୍ତରରେ ପରିସ୍ଥିତି ଆହୁରି ଭୟଙ୍କର। କଡ଼ା କଟକଣା ସତ୍ତ୍ୱେ କିଛି ଅଘଟଣ ଘଟିଲେ ଅନେକ ସମୟରେ ପୁଅଝିଅ ମିଳିତ ଭାବେ ନିଜକୁ ବଞ୍ଚେଇବା ପାଇଁ ବିଚରା କର୍ମଚାରୀଙ୍କୁ ଟାର୍ଗେଟ କରି ଦୋଷ ଢାଳିବାକୁ ପଛାଉନାହାନ୍ତି। ତେଣିକି ପରିସ୍ଥିତି ଗମ୍ଭୀର। ଏମିତି ବହୁ କାରଣରୁ ଏବେ ସବୁଠି ସମସ୍ତେ ଏଭଳି ପରିସ୍ଥିତି ଉପୁଜିଲେ ଭିତିରି ଭିତିରି ଘଟଣାକୁ ପ୍ରଶମିତ କରିବାକୁ ଉଦ୍ୟମ କରାଯାଉଛି। ସବୁକିଛି ରଫାଦଫା କରାଯାଉଛି, କିନ୍ତୁ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ବରଂ ପ୍ରଧାନ ବିଚାରପତିଙ୍କ ଭାଷାରେ ବ୍ୟାପକ ସଚେତନତା ଶିକ୍ଷା ଜରୁରୀ। ହୁଏତ ଏଥିରେ କିଛି ଆଶ୍ୱସ୍ତି ମିଳିପାରିବ!

  •  ଦ୍ୱିତୀ ଚନ୍ଦ୍ର ସାହୁ
    ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
    ମୋ: ୯୪୩୭୯୦୯୬୭୧

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?