ବଣ ଭିତରେ ନଳକୂପ

ରଘୁନାଥପୁର,୧୦।୭ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ କେରେକେରାସ୍ଥିତ ଗୋରେଖନାଥ ପୀଠରୁ ଶହେ ମିଟର ଦୂରରେ ଏକ ଜଙ୍ଗଲିଆ ସନ୍ତସନ୍ତିଆ ପରିତ୍ୟକ୍ତ ସ୍ଥାନରେ ନଳକୂପ ବସାଯାଇଛି। ପୀଠକୁ ଆସୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକଙ୍କ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବା ଏହାର ଉଦ୍ଦେଶ୍ୟ ଥିଲା। ତେବେ ସରକାରୀ ଯୋଜନା ଏଠି ଦିଗହରା ହୋଇପଡିଛି। ଉଦ୍ଦେଶ୍ୟ ସାଧନ ହେବା ପରିବର୍ତ୍ତେ ଏହି ନଳକୂପଟି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ନଳକୂପ ବସିଥିବା ସ୍ଥାନଟି ଖାଲୁଆ ଓ ଆବର୍ଜନାମୟ ହୋଇଥିବାରୁ ଲୋକେ ସେଠାକୁ ଯାଇପାରୁନାହାନ୍ତି। ଅପରପକ୍ଷେ ପ୍ରଶାସନର ଅପାରଗତା ଯୋଗୁ ୫ବର୍ଷ ତଳୁ ୭୦ ହଜାର ଟଙ୍କା ବ୍ୟୟରେ ବସାଯାଇଥିବା ନଳକୂପଟି ଅକାମୀ ହୋଇ ପଡିରହିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯଦି ନଳକୂପ ବସିଥିବା ସ୍ଥାନର ଚତୁଃପାର୍ଶ୍ୱକୁ ୨ ଫୁଟ ଉଚ୍ଚା କରି ପ୍ଲାଟ ଫର୍ମ ନିର୍ମାଣ କରାଯାଆନ୍ତା ତାହା ହେଲେ ଏହା ବ୍ୟବହାର ଉପଯୋଗୀ ହୋଇପାରନ୍ତା ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି। ତତ୍କାଳୀନ ସରପଞ୍ଚ ବିଜୟ ସ୍ବାଇଁଙ୍କ ଉଦ୍ୟମରେ ଏହି ନଳକୂପଟି ବସାଯାଇଥିଲା। ତେବେ ଏହାକୁ ବସାଇଥିବା ଠିକାଦାର ସମ୍ପୂର୍ଣ୍ଣ କାର୍ଯ୍ୟ ନ କରି ଛାଡି ଚାଲିଯାଇଥିବା ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ମନୋରଞ୍ଜନ ଦେହୁରୀ କୁହନ୍ତି ଯେ, ଏହା ତାଙ୍କ ନଜରକୁ ଆସିଛି। ଏଥିପାଇଁ ସୁବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ

ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ...

ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡ଼ିଲେ ପ୍ରେମିକା

ଜଗତସିଂହପୁର,୧୧ା୭: ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ଗୁରୁବାର ପ୍ରେମିକା ମହାନଦୀକୁ ଡେଇଁ ପଡ଼ିଛନ୍ତି। ଏପରି ଅଭାବାନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ତାରତୋଲଠାରେ।...

ସମ୍ବିତଙ୍କ ‘ଢୋଲ ଭିତରେ ମୂଷା’ ମନ୍ତବ୍ୟ, ବିଜେଡିରେ ଆଲୋଡ଼ନ: ବଢିପାରେ ଦଳୀୟ କନ୍ଦଳ

କୁଜଙ୍ଗ,୮।୭(ମନୋଜ ପ୍ରଧାନ):ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ରବିବାର ଭୁବନେଶ୍ୱରଠାରେ ଗତ ନିର୍ବାଚନରେ ଦଳ ହାରିବାର କାରଣ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ବିଜେଡିରେ...

ଥାନା ବାରଣ୍ଡାରେ ବସିଲେ ବିଧାୟକ: ଅଭିଯୋଗ ଲେଖିବାକୁ କାଗଜ, କଲମ ଦେଲେ

ଜଗତ୍‌ସିଂହପୁର, ୬ା୭ (ପ୍ରମୋଦ କୁମାର ନାୟକ):ଜଣେ ମହିଳା କୌଣସି ଅଭିଯୋଗ କରିବାକୁ ବିନା ଅଭିଯୋଗପତ୍ର (ଏଫ୍‌ଆଇଆର୍‌ ପେପର)ରେ ବୁଧବାର ଜଗତ୍‌ସିଂହପୁର ଥାନାରେ ପହଞ୍ଚତ୍ଥିଲେ। ଥାନାରେ କାଗଜ...

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା...

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ …

କୁଜଙ୍ଗ,୩।୭(ମନୋଜ ପ୍ରଧାନ): ଏରସମା ବ୍ଲକ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗର ବଡ଼ଦାଣ୍ଡ ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର କଂକ୍ରିଟ ଢଳେଇ ହୋଇଥିଲା। ମାତ୍ର ଏହି ସମୟରେ ଯନ୍ତ୍ରୀ...

ଜାହାଜରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି ୨୧ ନାବିକ

ପାରାଦୀପ,୨୭ା୬(ଶରତ ରାଉତ)ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଥିଲା। ଏମ୍‌.ଭି. ଦେବୀ ନାମକ ଜାହାଜରେ ଥିବା...

ଅବ୍ୟବସ୍ଥା ଘେରରେ ପ୍ରଭୁ ଗୋରେଖନାଥ ପୀଠ

ରଘୁନାଥପୁର,୨୫ା୬(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠର ମହିମା ସୁଦୂର ପ୍ରସାରୀ। ଦୈନନ୍ଦିନ ବହୁ ହଜାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri