ବିଡିଓଙ୍କୁ ହତ୍ୟା ଧମକ ଦେଲେ ବିଜେଡି ସମର୍ଥିତ ଜନପ୍ରତିନିଧି

କୁଜଙ୍ଗ,୧୪।୯(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ଗଣ୍ଡଗୋଳ ହୋଇଛି। ବିଜେଡି ସମର୍ଥତ୍ତ ଜନପ୍ରତିନିଧି ବିଡିଓଙ୍କୁ ଡାକି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେଡି ଓ ଭାଜପା ସମର୍ଥିତ ଜନପ୍ରତିନିଧି ମୁହଁାମୁହିଁ ହୋଇଛନ୍ତି।
ଏହି ଘଟଣାକୁ ନେଇ ବିଡିଓ ଦୀପକ ପ୍ରସାଦ ସ୍ବାଇଁ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ପାରାଦୀପଗଡ ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଯୋଗଦେଇଥିଲେ। ପୂର୍ବାହ୍ନ ୧୧ଟା ୨୦ମିନିଟ୍‌ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ ତାଙ୍କୁ କଲ୍‌ କରି କହିଥିଲେ ଯେ, କେତେଜଣ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଆସିଛନ୍ତି। ସେମାନେ ବିଡିଓଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି। ଜନଶୁଣାଣି ସରିବା ପରେ ବିଡିଓ ସ୍ବାଇଁ କାର୍ଯ୍ୟାଳୟକୁ ଆସିବେ ବୋଲି କହିଥିଲେ। ଅପରାହ୍ନ ୧ଟା ୩୦ ମିନିଟ୍‌ରେ ଉପାଧ୍ୟକ୍ଷ ଜ୍ଞାନଜିତ ସ୍ବାଇଁ ବିଡିଓଙ୍କୁ ଫୋନ କରି ଶୀଘ୍ର ନ ପହଞ୍ଚତ୍ଲେ ଉଠାଇ ଆଣିବାକୁ ଧମକ ଦେଇଥିଲେ। ମାତ୍ର ବିଡିଓ ଜନଶୁଣାଣି ସାରି ତାଙ୍କ କାର୍ଯ୍ୟାଳୟକୁ ଫେରି ଆସିଥିଲେ। ଏହାପରେ ସେଠାରେ କେତେଜଣ ବିଜେଡି ସମର୍ଥକ ଓ ଜନ ପ୍ରତିନିଧିଙ୍କ ସ୍ବାମୀ ପହଞ୍ଚତ୍ ବିଡିଓ ସ୍ବାଇଁଙ୍କୁ କାର୍ଯ୍ୟାଳୟରୁ ସମ୍ମିଳନୀ କକ୍ଷକୁ ଉଠାଇନେଇ କବାଟ ବନ୍ଦ କରି ଦେଇଥିଲେ। ଏଥିସହ ମିଥ୍ୟା ବିଲ୍‌ରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ହତ୍ୟା ଧମକ ଦେଇ ଖାଲି କାଗଜରେ ଦସ୍ତଖତ କରାଇ ନେଇଥିଲେ। ଏହାକୁ ସେଠାରେ ଉପସ୍ଥିତ ଥିବା କେତଜଣ ଭାଜପା ସମର୍ଥତ୍ତ ଜନପ୍ରତିନିଧି ବିରୋଧ କରିବାରୁ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉତ୍ତେଜନା ହେବାରୁ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏ ସମ୍ପର୍କରେ ଉପାଧ୍ୟକ୍ଷ ଜ୍ଞାନଜିତ୍‌ କହିଛନ୍ତି, ସେ ବିଡିଓଙ୍କୁ ଏଭଳି କିଛି ବ୍ୟବହାର କରିନାହାନ୍ତି। ବିଡିଓ ଏପ୍ରସଙ୍ଗରେ ମିଥ୍ୟା ଆରୋପ ଲଗାଇଛନ୍ତି। ଏସମ୍ପର୍କରେ ଅଧ୍ୟକ୍ଷା ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?