Advertisement
Posted inଜାତୀୟ

୭ ମାସର ଝିଅକୁ ଝୁଣି ଖାଇଗଲେ କୁକୁର

ନୋଏଡା,୧୮।୧୦: ନୋଏଡା ସେକ୍ଟର ୩୯ ପୋଲିସ ଷ୍ଟେଶନ ପରିସରରେ ଅବସ୍ଥିତ ଲୋଟସ ବଲ୍ଲଭ ସୋସାଇଟି ଅଫ ସେକ୍ଟର ୧୦୦ରେ କୁକୁର ଆକ୍ରମଣରେ ଜଣେ ସାତ ମାସର ଶିଶୁ ମୃତ୍ୟୁବରଣ କରିଛି। ପୋଲିସ ଏହି ସୂଚନା ଦେଇଛି।
ଇନ୍ସପେକ୍ଟର ରାଜୀବ ବାଲିଆନ କହିଛନ୍ତି, ସୋମବାର ସେକ୍ଟର-୧୦୦ରେ ଅବସ୍ଥିତ ‘ଲୋଟସ ବଲ୍ଲଭ’ ସୋସାଇଟିରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲଥିଲା। ଶ୍ରମିକ ରାଜେଶ କୁମାର, ତାଙ୍କ ସ୍ତ୍ରୀ ସପନା ସେମାନଙ୍କର ସାତ ମାସର ଶିଶୁ ସହ ସେଠାରେ କାମ କରିବାକୁ ଆସିଥିଲେ। ସେ ପିଲାଟିକୁ ଶୋଇଦେଇ କାମ କରୁଥିବା ସମୟରେ ତିନି ଜଣ ବୁଲା କୁକୁର ଶିଶୁକୁ ଆକ୍ରମଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଶିଶୁର ପେଟର ଅନ୍ତନଳୀ ବାହାରି ଆସିଥିଲା। ସ୍ଥାନୀୟ ଲୋକ ଶିଶୁକୁ ନୋଏଡାର ରିଅଲିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସା ସମୟରେ ସୋମବାର ବିଳମ୍ବିତ ରାତିରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃକ୍ଷରୋପଣ କଲେ ୪ଶହ କର୍ମଚାରୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନା କୋମରାମ ଭିମ ଆସିଫାବାଦର ଶିରିପୁର କାଗଜନଗର ବ୍ଲକରେ ପ୍ରାୟ ୪ଶହ ବନ ବିଭାଗ ଓ ପୋଲିସ କର୍ମଚାରୀ ବୃକ୍ଷରୋପଣ କରିଛନ୍ତି। ଦିନକୁ ଦିନ...

ଲକ୍‌ଡାଉନ୍‌ ୫.୦: ଜୁନ ୩୦ ଯାଏ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲାଗୁ, ବାକି ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଖୋଲିବାକୁ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୩୦।୫: କରୋନା ମୁକାବିଲା ପାଇଁ ଦେଶରେ ପୁଣି ଥରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ ୫.୦ ପାଇଁ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।...

୩୭୦ ଉଚ୍ଛେଦକୁ ସମର୍ଥନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୮:ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଦୁଇ ଫାଳ ହୋଇଯାଇଛି। କିଛି ନେତା ଏହାକୁ ସମର୍ଥନ କରୁଥିଲାବେଳେ ଆଉ କିଛି ନେତା ଏହାକୁ ବିରୋଧ...

୪ ଦିନ ମଧ୍ୟରେ ତୃତୀୟ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଆତଙ୍କବାଦୀଙ୍କର ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ଆସିଥିବା ଆତଙ୍କବାଦୀମାନଙ୍କୁ ଅଖନୁର ସେକ୍ଟରରୁ...

ନିର୍ବାଚନ ପୂର୍ବରୁ ହାତ ଛାଡ଼ି ଫୁଲ ଧରିଲେ ଦୁଇ ବିଧାୟକ

ନୂଆଦିଲ୍ଲୀ,୨୮।୧୨: ପଞ୍ଜାବର ଦୁଇ ବିଧାୟକ କଂଗ୍ରେସ ଛାଡ଼ି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଦୁଇ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଏମ୍‌ପି...

ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର

ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

କୋଭିଡ୍‌ ଟେଷ୍ଟରେ ସହଯୋଗ ନ କରିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼ ଦେଲେ ଅଧିକାରୀ

ବେଙ୍ଗାଲୁରୁ, ୨୪।୫ : କୋଭିଡ୍‌-୧୯ ଟେଷ୍ଟବେଳେ ସହଯୋଗ କରୁ ନ ଥିବା ଜଣେ ନାବାଳକଙ୍କୁ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକା (ବିବିଏମ୍‌ପି)ର ଦୁଇ ଅଧିକାରୀ ନିସ୍ତୁକ...

Advertisement
Archives

Model This Week