ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ ବାହାର କରିଛନ୍ତି। ମହିଳା ଜଣକ ମୁହଁ ଖୋଲା କରି ଶୋଇଥିବା ସମୟରେ ସାପ ତାଙ୍କ ପାଟିରେ ପଶିଯାଇଥିଲା। ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୁଷ୍‌ର ଦାଗେସ୍ତାନର ଲେବାଶି ଗାଁରେ ମହିଳା ଜଣକ ବାସ କରୁଥିବା ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଡେଲି ମେଲ୍‌ ପକ୍ଷରୁ କୁହାଯାଇଛି। ମହିଳା ଜଣକ ଘର ବଗିଚାରେ ଶୋଇଥିଲେ। ସାପ ଖୋଲା ପାଟିକୁ ଗାତ ଭାବି ଏଥିରେ ପଶିଯାଇଥିଲା। ଏହା ଗଳାରେ ପ୍ରବେଶ ଆରମ୍ଭ କରିଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଗଳାରେ ଭିଡ଼ିଓ କ୍ୟାମେରା ଭର୍ତ୍ତି କରି ସାପ କେତେକ ଦୂର ପର୍ଯ୍ୟନ୍ତ ପ୍ରବେଶ କରିଛି ତାହା ଅନୁଧ୍ୟାନ କରିବା ପରେ ଧୀରେଧୀରେ ସାପକୁ ପାଟିରୁ ବାହାର କରିବାରେ ସଫଳ ହୋଇଥିଲେ। ଏବେ ଏହି ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା, କରୋନା ଉତ୍ପତ୍ତି ନେଇ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଚାଇନା ଅନ୍ତର୍ଜାତୀୟସ୍ତରରେ ଧୀରେଧୀରେ ଅଡୁଆରେ ପଡ଼ିବାରେ ଲାଗିଛି। ମହାମାରୀ ସଂକ୍ରମଣର ଗୁମର ଖୋଲିବାରେ ଲାଗିଛି। କରୋନା ମହାମାରୀର ଉତ୍ପତ୍ତି...

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ...

ଦେଶ ଜାତିର ପରିଚୟ ଦିଏ ଇତିହାସ

କେବେ ଗଢ଼ିଉଠିଥିଲା ଗଡ଼, କିପରି ଥିଲା ଗଡ଼ଖାଇର ଅତୀତ। ଆଉ କେମିତି ବିତିଥିଲା ଗଡ଼ବାସୀଙ୍କ ଜୀବନଶୈଳୀ। ଏମିତି ନାନା ପ୍ରକାରର କଥା ଜାଣିବା ପାଇଁ ଅନିସନ୍ଧିତ୍ସୁ...

ଆମେରିକାରେ ମୃତ୍ୟୁସଂଖ୍ୟା ୧୧

ସିଟଲ,୬ା୩: ଆମେରିକାରେ କରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲାଣି।କେବଳ ଓ୍ବାଶିଂଟନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିଟଲ ଅଞ୍ଚଳର ଏକ ନର୍ସିଂ ହୋମ୍‌ରେ ପ୍ରଥମ କରୋନା...

କରୋନାକୁ ରୋକିବାରେ ଆମେରିକା ଅସମର୍ଥ: ସୈନ୍ୟବାହିନୀର ସହାୟତା ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭।୪: ଆମେରିକାରେ କରୋନା ସଂକ୍ରମଣ ରୋକିବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ପକ୍ଷରୁ ହୋଇଥିବା ସମସ୍ତ ଉଦ୍ୟମ ଫେଲ୍‌ ମାରିଛି। ଶେଷରେ ଟ୍ରମ୍ପ୍‌ ସୈନ୍ୟବାହିନୀର ସହାୟତା...

ଲିଭିଲା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ : ବଢିଲା ବନ୍ୟା ଆଶଙ୍କା

ସିଡ୍‌ନୀ,୧୮।୧: ଗତ ଗୁରୁବାର ପୂର୍ବ ଅଷ୍ଟ୍ରେଲିଆରେ ହୋଇଥିବା ବର୍ଷାରେ ସେଠାକାର ଜଙ୍ଗଲରେ ଲାଗିଥିବା ନିଆଁ ଅନେକାଂଶରେ ଲିଭିଯାଇଛି। ହେଲେ ଏହା ଫଳରେ ବନ୍ୟା ଆଶଙ୍କା ଦେଖାଯାଇଛି।...

ଚାଇନାରେ କରୋନା ଅଣାୟତ୍ତ, ମାତାପିତାଙ୍କଠାରୁ ପିଲାଙ୍କୁ ଅଲଗା କରୁଛନ୍ତି ସରକାର…

ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର...

ଏଲିଅନ୍‌ ଖୋଜିବ ଜେମ୍ସ ଓ୍ବେବ୍‌ ଟେଲିସ୍କୋପ୍‌

ଓ୍ବାଶିଂଟନ, ୨୬ା୧୨: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ...

Advertisement
Archives

Model This Week