୨୦୦୦ ବର୍ଷ ପୁରାତନ ଜଳଖିଆ ଦୋକାନର ମିଳିଲା ସନ୍ଧାନ

ରୋମ୍‌,୨୭।୧୨: ଇଟାଲୀରେ ୨୦୦୦ ବର୍ଷ ପୁରାତନ ଏକ ଜଳଖିଆ ଦୋକାନର ସନ୍ଧାନ ମିଳିଛି। ଆଗ୍ନେୟଗରି ଉଦ୍‌ଗୀରଣରେ ଜଳଖିଆ ଦୋକାନଟି ଉତ୍ତପ୍ତ ତରଳ ଲାଭା ତଳେ ପୋତି ହୋଇ ଯାଇଥିଲା। ଏହାକୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଉଦ୍ଧାର କରିଛନ୍ତି। ଜଳଖିଆ ଦୋକାନରେ ଲୋକଙ୍କ ପାଇଁ ମୁଖ୍ୟତଃ ଗରମ ପାନୀୟ ପ୍ରସ୍ତୁତ କରାଯାଉଥିତ୍ବା ଅନୁମାନ କରାଯାଉଛି। ଏହା ସହିତ କୁକୁଡ଼ା,ବତକ, ଗେଣ୍ଡା, ଘୁଷୁରି, ଗାଈ ମାଂସରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ପରସା ଯାଉଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ସୂଚନା ଦେଇଛନ୍ତି। ଏସବୁ ଖାଦ୍ୟରର ଅବଶେଷ ଏଠାରୁ ମିଳିଛି। ଜଳଖିଆ ଦୋକାନ କାନ୍ଥରେ କୁକୁଡ଼ା ଏବଂ ବତକ ଆଦିର ଚିତ୍ର ରହିଛି। ଇଟାଲୀର ପ୍ରାଚୀନ ପୋମ୍ପେଇ ସହରରେ ଏହି ଦୋକାନଟି ରହିଥିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ବୋଲି ପୋମ୍ପେଇ ପୁରାତତ୍ତ୍ୱ ପାର୍କର ନିର୍ଦ୍ଦେଶକ ମସ୍ସିମୋ ଓସ୍ସାନା କହିଛନ୍ତି। ଆଗ୍ନେୟଗିରି ଉଦ୍‌ଗୀରଣ ସମୟରେ ଏହି ସହରରେ ପ୍ରାୟ ୧୩ ହଜାର ଲୋକ ବାସ କରୁଥିଲେ। ୨୧ ମାଇଲ ପର୍ଯ୍ୟନ୍ତ ଉତ୍ତପ୍ତ ତରଳ ଲାଭା ମାଡ଼ି ଯାଇଥିଲା। ଲୋକେ ଜୀବନ ବିକଳରେ ସହର ଛାଡ଼ି ପଳାଇଥିଲେ। ୩୦୦ରୁ ଅଧିକ ଲୋକ ତରଳ ଲାଭା ତଳେ ପୋତି ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସ୍‌ ଏଜ୍‌ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ

ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍‌ ଏଜ୍‌ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା...

କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ...

କରୋନା ଭ୍ୟାକ୍ସିନ ପାଇଁ ମାରି ଦିଆଯିବ ୫ ଲକ୍ଷ ଶାର୍କ!

ୱାଶିଂଟନ,୨୯ ।୯: କରୋନା ମହାମାରୀରୁ ବଞ୍ଚିବା ପାଇଁ ଏବେ ଅନେକ ଦେଶ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ...

ସ୍ବାଭିମାନର ସୌଦାଗର

ଓଡ଼ିଶାର ପ୍ରଥମ ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନନୀୟ।...

ସୁନାରେ ତିଆରି ହେଲା ଏଟିଏମ୍‌ କାର୍ଡ

ଲଣ୍ଡନ,୧୩।୧୦: ଇଂଲଣ୍ଡରେ ଏକ କମ୍ପାନୀ ପ୍ରଥମ ସୁନା ଏଟିଏମ୍‌ କାର୍ଡ ତିଆରି କରିଛି। ସରକାରୀ କମ୍ପାନୀ ଦି ରୟାଲ ମିଣ୍ଟ୍‌ ପକ୍ଷରୁ ଏହି କାର୍ଡ ତିଆରି...

ସ୍ଲାଇଡ୍‌ ଚଢ଼ି ମଜା ନେଉଛି ଭାଲୁ, ଭିଡିଓ ଦେଖିଲେ…

ପଶୁମାନେ ପ୍ରାୟତଃ ପିଲାମାନଙ୍କ ପରି ବ୍ୟବହାର ଦେଖାଇଥାନ୍ତି। ପିଲାଙ୍କ ପରି ଏମାନେ ଥଟ୍ଟମଜା କରୁଥିବା ଦେଖିବାକୁ ମିଳେ। ବେଳେବେଳେ ସେମାନେ ପିଲାମାନଙ୍କର ଦୋଳି ଉପଭୋଗ କରିବାକୁ...

ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ

ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍‌ର ରୂପ ନେଇଛି। ଏହି ଷ୍ଟ୍ରେନ୍‌ ବ୍ରିଟେନରେ ଆତଙ୍କ...

ପୁଟିନ୍‌ଙ୍କୁ ବ୍ୟଙ୍ଗ କଲେ ଟ୍ରମ୍ପ୍‌: ଏଥର ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବ ନାହିଁ

ଓସାକା,୨୯ା୬(ଆଇଏଏନ୍‌ଏସ୍‌): ଜାପାନର ଓକାସା ସହରରେ ଚାଲିଥିବା ୨ ଦିନିଆ ଜି-୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ସାକ୍ଷାତ୍‌...

Advertisement
Archives

Model This Week