ଗୁଜୁରାଣରେ ବାଧକ ସ୍ବଳ୍ପ ବେତନ : ଦୁର୍ଦ୍ଦିନରେ ଡ୍ୟାନ୍ସିଂ ହୋମ୍‌ଗାର୍ଡ ପ୍ରତାପ

ଭୁବନେଶ୍ୱର,୨୩।୯ : ହସ ହସ ମୁହଁରେ ଟ୍ରାଫିକ୍‌ ପୋଷ୍ଟରେ ଦିଅନ୍ତି ସିଗ୍‌ନାଲ। ଯଦି କେହି ହେଲ୍‌ମେଟ କିମ୍ବା ସିଟ୍‌ବେଲ୍ଟ ବାନ୍ଧି ନ ଥାନ୍ତି ସେ ତାଙ୍କର ସ୍ବତନ୍ତ୍ର ଭଙ୍ଗିରେ ଦିଅନ୍ତି ପରାମର୍ଶ। ଏହିପରି ସହରବାସୀଙ୍କ ହୃଦୟ ଜିଣିଥିବା ସୁପରିଚିତ ଡ୍ୟାନ୍ସିଂ ଟ୍ରାଫିକ୍‌ ହୋମ୍‌ଗାର୍ଡ ପ୍ରତାପ ଖଣ୍ଡୁଆଳ କିନ୍ତୁ ଆଜି ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ପେଟରେ ଭୋକ, ମନରେ ଦୁଃଖକୁ ଲୁଚାଇ ରଖି ଆଜି ବି ସେ ନିଜର ଡ୍ୟୁଟିକୁ ଭଗବାନ ଭାବି ଟ୍ରାଫିକ ପରିଚାଳନା କରୁଛନ୍ତି। ସ୍ବଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ଈର୍ଷା ପାଇଁ ସେ ଆଜି ଅଲୋଡ଼ା ହୋଇପଡିଛନ୍ତି।
ପ୍ରତାପଙ୍କ ପ୍ରତି ବଢ଼ୁଥିବା ଲୋକପ୍ରିୟତା ପାଇଁ ଅନେକ ଉଚ୍ଚ ଅଧିକାରୀ ତାଙ୍କ ଉପରେ ଈର୍ଷାନ୍ବିତ ହୋଇ ଡ୍ୟୁଟି ଦେଉନାହାନ୍ତି। କେବେ କେବେ ଯଦି ତାଙ୍କୁ ଏକ ନିଛାଟିଆ ଛକରେ ଡ୍ୟୁଟି ମିଳେ, ସେ ତାହାକୁ ମଧ୍ୟ ଠିକ୍‌ ଭାବେ ପାଳନ କରିଥାନ୍ତି। ଆକ୍ସନ ମାଧ୍ୟମରେ ସିଗ୍‌ନାଲ ଦେବା ସହ ସଚେତନ ମଧ୍ୟ କରିଥାନ୍ତି। ହେଲେ ଅଧିକାରୀଙ୍କ ଅଣଦେଖା ଓ ପରିବାରର ବୋଝ ଭିତରେ ଚାପି ହୋଇଗଲେଣି ପ୍ରତାପ। ମାସକୁ ୯ହଜାର ଟଙ୍କା ବେତନରେ ରାଜଧାନୀରେ ପରିବାର ସହ ନିଜ ଖର୍ଚ୍ଚ ମେଣ୍ଟାଇବା ସମ୍ଭବ ହେଉନି। ପରିବାରର ଭରଣପୋଷଣ ତାଙ୍କ ପାଇଁ ଭାରି ପଡ଼ୁଛି। ଘରେ ଦି ଓଳି ଖାଇବା ଦେବା ପାଇଁ ସେ ଅନେକ ସମୟରେ ଉପାସ ରହି କାର୍ଯ୍ୟ କରୁଛନ୍ତି।
ଏନେଇ ପ୍ରତାପ କହିଛନ୍ତି, ଡ୍ୟାନ୍ସ କରି ସିଗ୍‌ନାଲ ଦେବା ପରେ ଲୋକେ ସିଗ୍‌ନାଲ ମାନିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ସେମାନେ ଟ୍ରାଫିକ ସିଗ୍‌ନାଲ ମାନୁଥିବାରୁ ଏପରି ଡ୍ୟାନ୍ସ କରିବାରେ ତାଙ୍କୁ ଖୁସିଲାଗେ ବୋଲି ସେ କହିଛନ୍ତି। ମୋ ପରି ହୋମ୍‌ଗାର୍ଡମାନଙ୍କୁ ବହୁତ କମ୍‌ ଦରମା ମିଳୁଛି। ମାସକୁ ୩ଦିନ ଛୁଟି ନେଲେ ଦରମା କଟିଯାଇ ୮ ହଜାର ମିଳୁଛି। ସେଥିରୁ ୩ହଜାର ଟଙ୍କା ଘରଭଡା ବାବଦକୁ ଚାଲିଯାଉଛି। ବଳକାରେ ନା ପେଟ ପୁରୁଛି ନା ଦେହ ଲୁଚୁଛି। ଏହି ଟଙ୍କାରେ ସେ ଖାଇବେ କ’ଣ, ଗାଡିରେ ତେଲ ପକାଇବେ କେତେ ଏବଂ ସ୍ତ୍ରୀ ଓ ବାପା ମା’ଙ୍କ ପାଇଁ କିପରି କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କି ପରିବାର ଲୋକଙ୍କ ଦେହ ଖରାପ ହେଲେ ମେଡିସିନ ଦେବାକୁ ଅଧିକାଂଶ ସମୟରେ ଟଙ୍କା ନ ଥାଏ। ସରକାର ଯଦି ହୋମଗାର୍ଡଙ୍କ ଦରମା ବଢାନ୍ତେ ମୋଭଳି ଅନେକଙ୍କ ପରିସ୍ଥିତି ସୁଧୁରି ଯାଆନ୍ତା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତାପଙ୍କ ଘର କେନ୍ଦ୍ରାପଡା ଜିଲାର ପାଟକୁରାର କୋରୁଆ ଗ୍ରାମରେ। ସେ ୯ବର୍ଷ ହେବ ଭୁବନେଶ୍ୱରରେ ହୋମଗାର୍ଡ ଭାବେ ଚାକିରି କରୁଛନ୍ତି। ପ୍ରଥମେ ଶ୍ରୀୟା ଛକରେ ଡ୍ୟୁଟି କରିବା ସମୟରେ ଏଭଳି ଡ୍ୟାନ୍ସ ମାଧ୍ୟମରେ ଟ୍ରାଫିକ ସିଗନାଲ ଦେଇଥିଲେ। ପ୍ରଥମେ ଲୋକେ ତାଙ୍କୁ ନେଇ ଭିନ୍ନ କିଛି ଚିନ୍ତା କରିଥିଲେ। ହେଲେ ପ୍ରତିଦିନ ତାଙ୍କର ମଜାଳିଆ ଟ୍ରାଫିକ ପରିଚାଳନାକୁ ଦେଖି ସହଜରେ ଗ୍ରହଣ କରିନେଇଥିଲେ। ବହୁ ସମୟରେ ସେହିବାଟ ଦେଇ ଯାଉଥିବା ଲୋକେ ମଧ୍ୟ ତାଙ୍କର ଡ୍ୟାନ୍ସିଂ ଟ୍ରାଫିକ୍‌ ପରିଚାଳନାକୁ ଦେଖୁଥିଲେ। ତେବେ ବିଭିନ୍ନ ଝଡ଼ଝଞ୍ଜା ସତ୍ତ୍ୱେ ସେବେଠୁ ଏବେ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟକୁ ଠିକ୍‌ ଭାବେ ସମ୍ପାଦନ କରି ଆସିଛନ୍ତି ପ୍ରତାପ।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri