Posted inଜାତୀୟ

ଦିଅରଙ୍କୁ ପ୍ରେମ କରି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ,ଏମିତି ରଚିଥିଲେ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀରେ ଦିଅରଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ମୃତକ କରନ ଦେବ (୩୬)ଙ୍କୁ ତାଙ୍କ ସ୍ତ୍ରୀ ସୁସ୍ମିତା ଗତ ୧୩ ତାରିଖରେ ମାତା ରୂପରାନି ମାଗୋ ହସ୍ପିଟାଲକୁ ଆଣି ତାଙ୍କୁ ବିଦ୍ୟୁତ୍‌ ଶକ୍‌ ଲାଗିଥିବା କହିଥିଲେ। ହସ୍ପିଟାଲ ପକ୍ଷରୁ କରନଙ୍କୁ ମୃତ ଘୋଷଣା କରାଯିବା ପରେ ତାଙ୍କ ବୟସ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତଦେହ ବ୍ୟବଚ୍ଛେଦ କରିବାକୁ ଦିଲ୍ଲୀ ପୋଲିସ କହିଥିଲା। କରନଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇଙ୍କ ବିରୋଧ ସତ୍ତ୍ୱେ ମୃତଦେହ ବ୍ୟବଚ୍ଛେଦ ପାଇଁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଯାଇଥିଲା। କରନଙ୍କୁ ତାଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସନ୍ଦେହ ହେଉଛି ବୋଲି ୩ ଦିନ ପରେ ସାନଭାଇ କୁନାଲ ପୋଲିସକୁ କହିଥିଲେ। ଏଥିସହିତ ସେ ସୁସ୍ମିତା ଓ ରାହୁଲଙ୍କ ମଧ୍ୟରେ ଇନ୍‌ଷ୍ଟାଗ୍ରାମ ଚାଟିଂକୁ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ, ଯେଉଁଥିରେ ହତ୍ୟା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ଚାଟ୍‌ରୁ ସୁସ୍ମିତା ଓ ରାହୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଓ ଏହି କାରଣରୁ ସେମାନେ କରନଙ୍କୁ ହତ୍ୟା ଯୋଜନା କରିଥିବା ଜଣାପଡ଼ିଥିଲା। ସେମାନେ କରନଙ୍କୁ ରାତ୍ର ଭୋଜନରେ ୧୫ଟି ନିଦ ବଟିକା ଦେଇ ସଂଜ୍ଞାହୀନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହାପରେ ସେମାନେ କରନଙ୍କୁ ବିଦ୍ୟୁତ୍‌ ଆଘାତ ଦେଇ ମାରିଦେଇଥିଲେ ଓ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଦର୍ଶାଇଥିଲେ। ପୋଲିସ ସୁସ୍ମିତାଙ୍କୁ ହାଜତକୁ ନେଇ ପଚରାଉଚରା କରିବା ପରେ ସେ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଭୀଷଣ ହେଉଛି ବାୟୂ ପ୍ରଦୂଷଣ, ଏୟାର୍ ପ୍ୟୁରିଫାୟର୍‌ରେ GST କମାଇବାକୁ ମନାକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,,୨୬।୧୨: ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ୱେ ଏଥିରେ ସୁଧାର ଆସୁ ନାହିଁ। ଫଳରେ ଲୋକେ କେବଳ ଅତ୍ୟାଧୁନିକ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

ଡେଲିଭରୀ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ: ଏହି ଦୁଇଦିନ ହେବ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୬।୧୨: ସ୍ୱିଗି (Swiggy), ଜୋମାଟୋ (Zomato), ଜେପ୍ଟୋ (Zepto), ବ୍ଲିଙ୍କିଟ୍ (Blinkit), ଆମାଜନ (Amazon), ଫ୍ଲିପକାର୍ଟ (Flipkart) ସମେତ ବିଭିନ୍ନ ଇ-କମର୍ସ ଏବଂ ଫୁଡ୍ ଡେଲିଭରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri