ଆସିଲା ବି.ଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୨୬ରୁ ନାମଲେଖା;ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୧୩ା୬(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ବି.ଏଚ୍‌.ଏଡ୍‌ ଓ ଏମ୍‌.ଏଡ୍‌ରେ ନାମଲେଖାଇବା ଲାଗି ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ଏହି ତିନି ବିଭାଗରେ ମୋଟ ୨୭୫୦ଟି ସିଟ୍‌ ରହିଛି। ଏଥିରେ ନାମଲେଖାଇବା ପାଇଁ ୧ଲକ୍ଷ ୨୯ ହଜାର ୭୧୨ଜଣ ଆବେଦନ କରିଥିବା ବେଳେ ୧ଲକ୍ଷ ୧୭ ହଜାର ୯୩୩ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀଛାତ୍ର ନାମ ଲେଖାଇବାକୁ ବିବେଚିତ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ଜୁନ୍‌ ୧୩ରୁ ୧୯ ସୁଦ୍ଧା ନିଜ ପସନ୍ଦର ଶିକ୍ଷାନୁଷ୍ଠାନଗୁଡିକୁ ଅନ୍‌ଲାଇନ ମାଧ୍ୟମରେ ଚୟନ କରିପାରିବେ। ୨୫ରେ ପ୍ରଥମ ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ରଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଜୁନ ୨୫ରୁ ଜୁଲାଇ ୧ ମଧ୍ୟରେ ଛାତ୍ରୀଛାତ୍ର ଫ୍ରିଜ୍‌, ସ୍ଲାଇଡ ବା ଫ୍ଲଟ ଅପ୍‌ସନ ଦେବା ସହ ନାମଲେଖା ଫି’ ଜମା କରିବେ। ଫ୍ରିଜ ଅପ୍‌ସନ ଦେଇଥିବା ଛାତ୍ରୀଛାତ୍ର ଜୁନ୍‌ ୨୬ରୁ ଜୁଲାଇ ୧ ମଧ୍ୟରେ ଚୟନ ହୋଇଥିବା କଲେଜରେ ନାମ ଲେଖାଇବେ। କେବଳ ଛୁଟି ଦିନକୁ ଛାଡି ଅନ୍ୟଦିନ ଗୁଡିକରେ ନାମଲେଖା କାର୍ଯ୍ୟ ଚାଲିବ। ସେହିପରି ଜୁଲାଇ ୭ରେ ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ରଙ୍କୁ ସିଟ୍‌ ଆଲଟମେଣ୍ଟ୍‌ କରାଯିବ। ଜୁଲାଇ ୭ରୁ ୧୧ ମଧ୍ୟରେ ଛାତ୍ରୀଛାତ୍ର ଫ୍ରିଜ୍‌, ସ୍ଲାଇଡ୍‌ ବା ଫ୍ଲଟ୍‌ ଅପ୍‌ସନ ଦେବା ସହ ନାମଲେଖା ଫି’ ଜମା କରିବେ। ଜୁଲାଇ ୮ରୁ ୧୧ ସୁଦ୍ଧା ଏହ ଛାତ୍ରୀଛାତ୍ରମାନେ ଚୟନ ହୋଇଥିବା କଲେଜରେ ନାମ ଲେଖାଇବେ। ଜୁଲାଇ ୧୭ରେ ତୃତୀୟ ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ରଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଜୁଲାଇ ୧୭ରୁ ୨୨ ସୁଦ୍ଧା ଛାତ୍ରୀଛାତ୍ର ଫ୍ରିଜ, ସ୍ଲାଇଡ୍‌ ବା ଫ୍ଲଟ ଅପ୍‌ସନ ଦେବା ସହ ନାମଲେଖା ଫି’ ଜମା କରିବେ। ଜୁଲାଇ ୧୮ରୁ ୨୨ ମଧ୍ୟରେ ଛାତ୍ରୀଛାତ୍ରମାନେ ଚୟନ ହୋଇଥିବା କଲେଜରେ ପଢ଼ିବା ପାଇଁ ନାମ ଲେଖାଇବେ। ଯେଉଁ ଛାତ୍ରୀଛାତ୍ର ଆଡ୍‌ମିଶନ କରି ନ ଥିବେ କିମ୍ବା ଚୟନ ହୋଇ ନ ଥିବେ ସେମାନେ ଜୁଲାଇ ୨୮ରୁ ୩୧ ଯାଏ ଅନ୍‌ଲାଇନ ଜରିଆରେ ଓ୍ବେଟିଂ ଲିଷ୍ଟ ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୫ରେ ଓ୍ବେଟିଂ ଲିଷ୍ଟର ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୬ରୁ ୭ ସୁଦ୍ଧା ଛାତ୍ରୀଛାତ୍ର ଅନ୍‌ଲାଇନରେ ନାମଲେଖା ଫି’ ଜମା କରିବେ। ସେହିପରି ୮ରୁ ୧୧ସୁଦ୍ଧା ଚୟନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri