କ୍ୟାରିୟରକୁ ନେଇ କ’ଣ କୁହନ୍ତି ହରି

ଧାରାବାହିକ ଥିଲା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇ। ଏବେ ସେ କେବଳ ନିଜକୁ ଅଭିନୟରେ ବାନ୍ଧି ରଖି ନାହାନ୍ତି, କାହାଣୀ ଏବଂ ସଂଳାପ ରଚନାରେ ନିଜକୁ ବ୍ୟସ୍ତ ରଖୁଛନ୍ତି। କମେଡି ବ୍ୟତୀତ ଭିନ୍ନ ଭିନ୍ନ ଭାବପ୍ରବଣ ଚରିତ୍ରରେ ସେ ଅଭିନୟ କରିସାରିଲେଣି। ନିଜ ଆକ୍ଟିଂ କ୍ୟାରିୟର ବିଷୟରେ ସେ କହନ୍ତି, ”ଚଳଚ୍ଚିତ୍ରରେ ମୋତେ ସୁଯୋଗ ମିଳିବା ପୂର୍ବରୁ ମୁଁ ଧାରାବାହିକରେ ଅଭିନୟ କରୁଥିଲି। ନୀରଦ ମହାପାତ୍ରଙ୍କ ପ୍ରଯୋଜିତ ଏବଂ ଚୌଧୁରୀ ବିକାଶ ଦାସଙ୍କ ନିର୍ଦ୍ଦେଶିତ ଧାରାବାହିକ ‘ବାପନାହଘଫନର’ର ଶୁଟିଂ ଚାଲିଥାଏ। ଏହାର କ୍ୟାମେରାମ୍ୟାନ ଥାଆନ୍ତି ବିଶିଷ୍ଟ ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ରାଜୁ ମିଶ୍ର। ଏହାର ଶୁଟିଂର ମାସେ ପରେ ମୋତେ ସେ କଲ୍‌ କରି କହିଲେ, ‘ହରି, ତୁମେ ସିନେମାରେ ଅଭିନୟ କରିବ’। ସେଭଳି ଏକ ସୁଯୋଗକୁ ମୁଁ ହାତଛଡା କରିବାକୁ ଚାହୁଁ ନ ଥିଲି। ତାଙ୍କ ନିର୍ଦ୍ଦେଶିତ ‘ସତ ମିଛ’ ଥିଲା ମୋ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ସେ ବୋଧହୁଏ ଧାରାବାହିକରେ ମୋ ଅଭିନୟକୁ ଭଲ ଭାବରେ ତର୍ଜମା କରି ମୋତେ ଏଭଳି ସୁଯୋଗ ଦେଇଥିଲେ। ତେଣୁ ସେହି ଧାରାବାହିକଟି ହିଁ ମୋ ଅଭିନୟ କ୍ୟାରିୟରରେ ଏକ ଟର୍ନିଂ ପଏଣ୍ଟ ଆଣିଥିଲା। ୟା ଭିତରେ ତ ମୁଁ ଅନେକ ସିନେମାରେ ଅଭିନୟ କରିଛି। ଦର୍ଶକ ମୋତେ ଏବେ ଜଣେ ଅଲରାଉଣ୍ଡର ଭାବରେ ଗ୍ରହଣ କରିନେଲେଣି। ମୋ ମତରେ ଯଦି ନିଜର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଲା ତେବେ ତୁମେ ନିଶ୍ଚୟ ଜଣେ ସଫଳ ଅଭିନେତା। ସ୍ବପ୍ନ ତ ଅସୁମାରୀ। ମୋର ଡ୍ରିମ୍‌ ରୋଲ ହେଉଛି ଗୋପବନ୍ଧୁ କିମ୍ବା ହିଟଲରଙ୍କ ଭଳି ଚରିତ୍ର। କାରଣ ଏସବୁ ରୋଲ୍‌ରେ ସମାଜ ପ୍ରତି ସ୍ବତନ୍ତ୍ର ବାର୍ତ୍ତା ରହିଛି। ଏବେ ବଳି ପ୍ରଥା ଏବଂ ବିଲୁପ୍ତ ପ୍ରାୟ କଣ୍ଢେଇ ନାଚ ଉପରେ ଦୁଇଟି ସ୍କ୍ରିପ୍ଟ ପ୍ରସ୍ତୁତ କରିଛି। ସୁଯୋଗ ମିଳିଲେ ନିଶ୍ଚୟ ସିନେମା ତିଆରି କରିବି।“


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri