ଭୁବନେଶ୍ୱର,୮।୩: ସହିଦ ନଗରରେ ଥିବା ମିକ୍ସଚର ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରାଯାଉଛି। କିନ୍ତୁ ପ୍ରବଳ ଧୂଆଁ ବହାରୁ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ମିକ୍ସଚର ଫ୍ୟାକ୍ଟ୍ରିରେ କିଭଳି ନିଆଁ ଲାଗିଲା ତାହା ଜଣାପଡିନାହିଁ।
ସୂଚନାଯୋଗ୍ୟ, ଶନିବାର ଭୋର ୫ଟା ସମୟରେ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଫୋନ କରିବା ସହ ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ୩ ଟି ଅଗ୍ନିଶମ ଗା ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମିକ୍ସଚର ଫ୍ୟାକ୍ଟ୍ରି ପାଖରେ ଥବା ଔଷଧଦୋକନକୁ ନିଆଁ ବ୍ୟାପି ଯାଇଛି। ଅନ୍ୟ ଦୋକାନରେ ମଧ୍ୟ ନିଆଁ ବ୍ୟାପିବାର ସମ୍ଭାବନା ରହିଛି।


