ପ୍ରେମିକାଙ୍କ ସହ ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ିଗଲେ ୟୁଟ୍ୟୁବର ରଣବୀର, ଚେତା ହରାଇବା ପୂର୍ବରୁ…

ନୂଆଦିଲ୍ଲୀ: ବିଅରବାଇସେପ୍‌ ନାମରେ ଖ୍ୟାତ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗୋଆ ସମୁଦ୍ରରେ ବୁଡ଼ୁ ବୁଡ଼ୁ ବର୍ତ୍ତୀ ଯାଇଛନ୍ତି। ତାଙ୍କୁ ଜଣେ ଆଇପିଏସ୍‌ ଅଧିକାରୀ ଏବଂ ତାଙ୍କ ଆଇଆର୍‌ଏସ୍‌ ପତ୍ନୀ ବଞ୍ଚାଇ ଦେଇଥିଲେ। ଏନେଇ ରଣବୀର ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ବୁଧବାର ନିଜର ଭୟଙ୍କର ଅନୁଭବ ବିଷୟରେ କହିଛନ୍ତି। ପ୍ରେମିକାଙ୍କ ସହ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ି ଯାଇଥିବା ସେ ଜଣାଇଛନ୍ତି।

କ୍ରିସମାସ୍‌ ଦିନ ରଣବୀର ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି,ଆମେ ପୁରା ଠିକ୍‌ ଅଛୁ। ହେଲେ କାଲି ଅପରାହ୍ନ ୬ଟାରେ ମୁଁ ଏବଂ ମୋ ପ୍ରେମିକାଙ୍କୁ ଏକ ବଡ଼ ସ୍ଥିତି ଦେଇ ଗତି କରିବାକୁ ପଡ଼ିଲା। ତାଙ୍କୁ ଖୋଲା ସମୁଦ୍ରରେ ପହଁରିବା ବହୁତ ପସନ୍ଦ। ପିଲାଦିନୁ ସେ ଏହା କରିଆସୁଛନ୍ତି। ହେଲେ ଡିସେମ୍ବର ୨୪ରେ ସେ ଏବଂ ତାଙ୍କ ପ୍ରେମିକା ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ଭାସି ଯାଇଥିଲେ। ୫ ରୁ ୧୦ ମିନିଟ ଯାଏ ସେମାନେ ସଂଘର୍ଷ କରିଥିଲେ। ସହାୟତା ଲାଗି ଡାକିବା ପୂର୍ବରୁ ଚେତା ହରାଇବାକୁ ଯାଉଥିଲେ। ସୌଭାଗ୍ୟବଶତଃ ନିକଟରେ ଏକ ପରିବାର ପହଁରୁଥିଲେ। ସେମାନେ ତାଙ୍କୁ ବଞ୍ଚାଇବାକୁ ଆଗକୁ ଆସିଥିଲେ। ଆଇପିଏସ୍‌ ଅଧିକାରୀ ସ୍ବାମୀ ଏବଂ ଆଇଆର୍‌ଏସ୍‌ ଅଧିକାରୀ ପତ୍ନୀଙ୍କ ପରିବାର ପ୍ରତି ଗଭୀର କୃତଜ୍ଞତା, ଯେଉଁମାନେ ଆମ ଦୁହିଁଙ୍କୁ ବଞ୍ଚାଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri