ଗଞ୍ଜାମର ପାଟପୁର ଥାନାକୁ ମିଳିଲା ଦେଶର ଶ୍ରେଷ୍ଠ ଥାନା ପୁରସ୍କାର

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ୨ୟ ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲା ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି। ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜାତୀୟ ସ୍ତରୀୟ ଡି.ଜି ଓ ଆଇ.ଜି ସମ୍ମିଳନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଉପସ୍ଥିତିରେ ପାଟପୁର ଥାନା ଷ୍ଟେସନ ହାଉସ ଅଫିସର ତଥା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ସମ୍ମାନଜନକ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ (ସିସିିଟିଏନ୍‌ଏସ୍‌) ରେ ଥାନାର କାର୍ଯ୍ୟଦକ୍ଷତା କୁ ମୂଲ୍ୟାୟନ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଗତ ୧୯୧୧ ମସିହାରେ ସ୍ଥାପିତ ପାଟପୁର ଥାନାକୁ ଏକ ଆଦର୍ଶ ଥାନାରେ ପରିଣତ କରିବା ସକାଶେ ପୂର୍ବରୁ ଥାନା ଅଧିକାରୀ ଅଜୟ କୁମାର ବାରିକ , ରମେଶ ଚନ୍ଦ୍ର ପ୍ରଧାନ , ସବ୍ୟସାଚୀ ମଲ୍ଲ , ନିକଟରେ ଅବସର ନେଇଥିବା ଅଜୟ କୁମାର ସ୍ବାଇଁ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ଶ୍ରେଷ୍ଠ ପୁରସ୍କାରର ଅଧିକାରୀ ହୋଇପାରିଥିବା କୁହାଯାଉଛି। ଥାନାରେ ଗଠନ କରାଯାଇଥିବା ଆମ ପୋଲିସ ସମିତି ପକ୍ଷରୁ ବାଲ୍ୟବିବାହ, ନାରୀ ନିର୍ଯାତନା,ସଡ଼କ ସୁରକ୍ଷା ଭଳି ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କେବଳ ସେତିକି ନୁହେଁ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଆବଶ୍ୟକ ରକ୍ତ ୟୁନିଟ୍‌ର ଅଭାବ ଥିବାକୁ ଦୃଷ୍ଟିରେ ରଖି ପାଟପୁର ଥାନା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ପ୍ରାୟ ୧ ହଜାର ୟୁନିଟ ରକ୍ତ ସଂଗ୍ରହ କରି ବେଶ ସୁନାମ ଅର୍ଜନ କରିଥିଲା। ୨୦୨୧ ମସିହାରେ ରମେଶ ପ୍ରଧାନଙ୍କ ଅନ୍ୟ ଥାନାକୁ ବଦଳି ପରେ ଭଞ୍ଜନଗର ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟକରୁଥିବା ସବ୍ୟସାଚୀ ମଲ୍ଲ ପଦୋନ୍ନତି ପାଇ ପାଟପୁର ଥାନାରେ ଆଇଆଇସି ଭାବେ ଯୋଗ ଦେଇଥିଲେ। ପରେ ସେ ଶ୍ରେଷ୍ଠ ପୋଲିସ ଅଫିସର ଭାବେ ସାଧାରଣ ଜନତାଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସାମଗ୍ରିକ ଦୃଷ୍ଟିକୋଣରୁ ସମୀକ୍ଷା କରାଯିବା ପରେ ରାଙ୍କିଂ ଅନୁଯାୟୀ ପାଟପୁର ଥାନାକୁ ଦେଶର ଶ୍ରେଷ୍ଠ ଥାନାର ମାନ୍ୟତା ମିଳିଛି। ଏବେ ପୁରସ୍କାର ପାଇବା ପରେ ଅତ୍ୟନ୍ତ ଭାବବିହ୍ବଳ ହୋଇ ସେ ଏହି ପୁରସ୍କାର ପାଟପୁର ଥାନା ଅଞ୍ଚଳବାସୀଙ୍କ ସହଯୋଗ ଯୋଗୁ ମିଳିପାରିଛି। ଗଞ୍ଜାମ ଏସ୍‌ପିଙ୍କ ପ୍ରେରଣା ଯୋଗୁ ସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri