ବଲାଙ୍ଗୀର ପ୍ରତି ଅବହେଳା ହୋଇଛି: ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୩।୧୧(ସୁନିଲ କୁମାର ମହାନ୍ତି): ବିଭିନ୍ନ ସରକାର ଅମଳରେ ବଲାଙ୍ଗୀର ଜିଲା ପ୍ରତି ଅବହେଳା ହୋଇଛି। ବଲାଙ୍ଗୀରର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ ଆମ ସରକାର ସମସ୍ତ ଅସମାନତା ଦୂର କରି ଜିଲାକୁ ସମୃଦ୍ଧ ଓ ବିକଶିତ ଜିଲା କରିବାକୁ ପ୍ରାଥମିକତା ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ବଲାଙ୍ଗୀର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ବଲାଙ୍ଗୀର ଜିଲାର ଜଳସେଚନ, କୃଷି ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯିବ। ଏହି ଖବରଦାତା ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ଜିଲାପାଳ ଗୌରବ ଶିଓ୍ବାଜୀ ଇସଲଓ୍ବାର, ଏସ୍‌ପି ଋଷିକେଶ ଡାନଦେଓ ଖିଲାରୀ, ଭାଜପା ଜିଲା ସଭାପତି ଶିବାଜୀ ମହାନ୍ତି ଓ ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଶନିବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ତୁଷୁରା ଏୟାରଷ୍ଟ୍ରିପ ସମ୍ପ୍ରସାରଣ ଓ ଉନ୍ନତିକରଣ, ବେଲପଡା ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ, ପାଟଣାଗଡ଼ ବାଇପାସ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଓ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଡାଇଲିସିସ ୟୁନିଟ୍‌ ଓ ବଲାଙ୍ଗୀର ନୂଆ ସର୍କିଟ ହାଉସର ଉଦଘାଟନ କରିଥିଲେ। ଖବରଦାତା ସମ୍ମିଳନୀ ପରେ ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri