ସୁବର୍ଣ୍ଣପୁର ସହର ପାଇଁ ସିସି କ୍ୟାମେରା ସ୍ବପ୍ନ

ସୋନପୁର,୨୯ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ଜିଲାର ବିନିକା ଓ ତରଭା ସହରରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ମାସରେ ଜିଲା ସଡକ ସୁରକ୍ଷା କମିଟି ଓ ସଚେତନ ନାଗରିକଙ୍କୁ ନେଇ ଅନୁଷ୍ଠିତ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିଲା। ଜିଲାପାଳ ଏଥିରେ ଅଧ୍ୟକ୍ଷତା କରିଥିଲେ। ଇତିମଧ୍ୟରେ ଜିଲାପାଳ ଓ ଏସ୍‌ପିଙ୍କ ବଦଳି ହୋଇସାରିଛି। ନିକଟରେ ରାଜ୍ୟରେ ସରକାର ମଧ୍ୟ ପରିବର୍ତ୍ତନ ହୋଇଛି। ତେବେ ଦୀର୍ଘ ୭ ମାସ ପରେ ବି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଜିଲାର ତିନି ପ୍ରମୁଖ ସହର ଶକ୍ତିଶାଳୀ ସିସି ଟିଭି କ୍ୟାମେରା ସ୍କାନରରେ ରହିବ। ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ପୋଲିସକୁ ସହଜ ହେବ। ତେବେ ଏହା ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇରହିଛି।
ସୁବର୍ଣ୍ଣପୁର ସହର ବ୍ଲକ ଛକ ଟ୍ରାଫିକ୍‌ ପୋଷ୍ଟରେ ଗତ ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ସ୍କୁଟି ଉପରେ ଏକ ହାଇଓ୍ବା ଚଢି ଯାଇଥିଲା। ହାଇଓ୍ବା ତଳେ ଚାପି ହୋଇ ସ୍କୁଟିରେ ଯାଉଥିବା ବାପ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏହି ଘଟଣା ପରେ ତତ୍ପରତା ପ୍ରକାଶ ପାଇବା ସହ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ହୋଇଥିଲା। ତତ୍କାଳୀନ ଜିଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ସଡକ ଦୁର୍ଘଟଣାର କାରଣ ଓ ଏହାର ନିରାକରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲା ସଦର ମହକୁମାର ବ୍ଲକ ଛକ, ବୁଢାରଜା ଛକ, ପଟାଭାଡି ଛକ, ନଳିନୀ ଛକ, ସ୍ମାର୍ଟ ପାର୍କ ଛକକୁ ପର୍ଯ୍ୟାୟ କ୍ରମେ ଗୋଲେଇ ଛକ କରିବା ପାଇଁ ତତ୍କାଳୀନ ଜିଲାପାଳ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ବ୍ଲକ ଛକ ଓ ବୁଢାରଜା ଛକକୁ ଗୋଲେଇ ଛକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ୬୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବ୍ଲକ ଛକ ଓ ୩୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୁଢାରଜା ଛକରେ ଗୋଲେଇ ଛକ ପାଇଁ ସର୍ଭେ କରି ପ୍ଲାନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରମ ପର୍ଯ୍ୟାୟରେ ସହର ର ଗୁରୁତ୍ୱପୂର୍ଣ୍ଣ ନଳିନୀ ଛକ, ବ୍ଲକ ଛକ ଓ ବୁଢାରଜା ଛକରେ ସିସି କ୍ୟାମେରା ସ୍ଥାପନ ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ କୁହା ଯାଇଥିଲା। ପ୍ରାକ୍ତନ ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀ, ପୌରାଧ୍ୟକ୍ଷା, ପ୍ରାକ୍ତନ ପୌରାଧ୍ୟକ୍ଷ ଓ ସଚେତନ ନାଗରିକ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ ଜିଲାପାଳ ଓ ଏସ୍‌ପିଙ୍କ ବଦଳି ପରେ ମଧ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ସହରରେ ସିସି କ୍ୟାମେରା ଲଗାଇବା ପାଇଁ ପୌର ପରିଷଦ ଆଗ୍ରହ ପ୍ରକାଶ କରୁନି। ଏଥିପାଇଁ ଆବଶ୍ୟକ ଅର୍ଥ ନଥିବା ପୌର କତ୍ତୃପକ୍ଷ କହୁଛନ୍ତି। ସେହିପରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାର ସୁବର୍ଣ୍ଣପୁର, ବିନିକା ଓ ତରଭା ସହର ର ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ସିସି କ୍ୟାମେରା ଲଗାଇବା ପାଇଁ ୧କୋଟି ୧୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପରିବହନ ବିଭାଗର କମିଶନରଙ୍କୁ ଆବଶ୍ୟକ ଅନୁଦାନ ପାଇଁ ଗତ ଜାନୁୟାରୀ ମାସରେ ଚିଠି ମାଧ୍ୟମରେ ଅନୁରୋଧ କରା ଯାଇଥିଲା। ତେବେ ଏହା ପରିବହନ ବିଭାଗର କାର୍ଯ୍ୟ ନୁହଁ କହି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିଲେ। ଫଳରେ ଜିଲାର କୌଣସି ଗୋଟିଏ ବି ସହରରେ ସରକାରଙ୍କ ପକ୍ଷରୁ ସିସି କ୍ୟାମେରା ଲାଗିପାରିନି। ନିର୍ବାଚିତ ଲୋକପ୍ରତିନିଧିମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର ଅନ୍ୟ ସହର ମାନଙ୍କରେ ସିସି କ୍ୟାମେରା ଲଗାଇବା ପାଇଁ ସରକାର ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେଉଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସହରର ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ ତଥା ଅନ୍ୟାନ୍ୟ ବିଷୟରେ ଦୃଷ୍ଟି ରଖିବା ପାଇଁ ସିସି କ୍ୟାମେରାର ଆବଶ୍ୟକ ଥିଲା। ତେବେ ରାଜ୍ୟର ଅନ୍ୟ ସହରରେ ସିସି କ୍ୟାମେରା ଲାଗିଥିବା ବେଳେ ସୁବର୍ଣ୍ଣପୁର ଜିଲା ଏକ୍ଷେତ୍ରରେ ପଛରେ ରହିଛି। ସିସି ଟିଭି ନଥିବା ଯୋଗୁ ଚୋର, ଡକାୟତଙ୍କୁ ଧରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ ହେଉଛି। ଲୁଟ୍‌ କରି ଆଖି ପିଛୁଳାକେ ରାଜପଥ ଦେଇ ଲୁଟେରାମାନେ ଫେରାର ହୋଇଯାଉଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବି ଲୁଟେରାଙ୍କ ଟେର ପାଉନାହିଁ। ସେହିପରି ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଉପରେ ମଧ୍ୟ ନଜର ରଖି ହେଉନାହିଁ। ନୂଆ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri