କେନ୍ଦ୍ରୀୟ ଟିମ୍‌ ଫୋକସ୍‌ରେ ‘ବଲ୍କ ଓ୍ବେଷ୍ଟ ଜେନେରେଟର୍ସ’

ଭୁବନେଶ୍ୱର,୧୭।୬ (ବନ୍ଦନା ସେଠୀ): ୨୦୨୪ ସ୍ବଚ୍ଛ ସର୍ବେକ୍ଷଣର ତୃତୀୟ ପର୍ଯ୍ୟାୟ ସର୍ବେକ୍ଷଣ ଜୁଲାଇ ୫ରୁ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ରାଜ୍ୟର ୟୁଏଲ୍‌ବି ପରିଦର୍ଶନ କରିବେ। କେନ୍ଦ୍ରୀୟ ଟିମ୍‌ ଖୁବ୍‌ଶୀଘ୍ର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ମଧ୍ୟ ପରିଦର୍ଶନରେ ଆସିବେ। ତେବେ ଚଳିତ ଥର ଟିମ୍‌ ଫୋକସ୍‌ରେ ‘ବଲ୍କ ଓ୍ବେଷ୍ଟ ଜେନେରେଟର୍ସ’ (ବିଡବ୍ଲ୍ୟୁଜିଏସ୍‌)ଙ୍କ କାର୍ଯ୍ୟକଳାପ ରହିବ। ଏମାନେ ଯେଉଁ ବର୍ଜ୍ୟ ଉତ୍ପାଦନ କରୁଛନ୍ତି ତାହା କିପରି ସଂଗ୍ରହ ହେଉଛି, କିପରି ପରିବହନ କରାଯାଉଛି ଏବଂ ସବୁଠାରୁ ବଡ଼ କଥା ହେଉଛି ତାହା ଠିକ୍‌ ଭାବେ ପ୍ରକ୍ରିୟାକରଣ ହେଉଛି କି ନାହିଁ ତା’ର ତଦାରଖ କେନ୍ଦ୍ରୀୟ ଟିମ୍‌ କରିବେ। ସେହି ଅନୁପାତରେ ସ୍ବଚ୍ଛ ସର୍ବେକ୍ଷଣରେ ବିଭିନ୍ନ ୟୁଏଲ୍‌ବିକୁ ର଼୍ୟାଙ୍କ୍‌ ମିଳିବ। ଏନେଇ କେନ୍ଦ୍ରୀୟ ସ୍ବଚ୍ଛ ଭାରତ ମିଶନ (ସହରାଞ୍ଚଳ) ଯୁଗ୍ମ ନିର୍ଦ୍ଦେଶକ ଏବଂ ଜାତୀୟ ମିଶନ ନିର୍ଦ୍ଦେଶକ ରାଜ୍ୟ ସହରାଞ୍ଚଳ ବିକାଶ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ତେବେ କେବଳ ଏତିକିରେ ଯାଞ୍ଚ ସୀମିତ ରହିବ ନାହିଁ, ବରଂ ସ୍ବଚ୍ଛତାର ଅନ୍ୟ ସମସ୍ତ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ସେହିପରି ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ସାମିଲ ରହିଥିବା ସମସ୍ତ ଅଂଶୀଦାର କିମ୍ବା ଏଜେନ୍ସି ଯେଭଳି ନିରୀକ୍ଷଣ କାର୍ଯ୍ୟରେ ସହଯୋଗ କରିବେ ତାହାକୁ ରାଜ୍ୟ ମିଶନ ନିର୍ଦ୍ଦେଶକ, ପୌରନିଗମ କମିଶନର, କାର୍ଯ୍ୟକାରୀ ଅଧିକାରୀ ନିଶ୍ଚିତ କରାଇବେ ବୋଲି ଉଲ୍ଲେଖ ହୋଇଛି।
୨୦୨୨ରେ ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୮୦ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ୨୦୨୩ରେ ୩୪ତମ ର଼୍ୟାଙ୍କ୍‌ ମିଳିଥିଲା। ଏଥିସହ ଓ୍ବାଟର ପ୍ଲସ୍‌ ଏବଂ ଗାର୍‌ବେଜ୍‌ ଫ୍ରି ବା ଆବର୍ଜନା ମୁକ୍ତ ସହର ଭାବେ ୩ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଥିଲା। ତେବେ ଚଳିତ ଥର ସର୍ବେକ୍ଷଣରେ ବଲ୍କ ଓ୍ବେଷ୍ଟ ଜେନେରେଟର୍ସଙ୍କ କାର୍ଯ୍ୟକଳାପକୁ ଆଧାର କରି ମାର୍କିଂ କରାଗଲେ ବିଏମ୍‌ସି ପାଇଁ ର଼୍ୟାଙ୍କ ହାସଲ ସହଜ ହେବନାହିଁ ବୋଲି ଆଶଙ୍କା କରାଯାଉଛି। ବିଏମ୍‌ସି ଅଞ୍ଚଳରେ ଥିବା ବହୁତଳ ଆପାର୍ଟମେଣ୍ଟ, ରେଷ୍ଟୁରାଣ୍ଟ, ହୋଟେଲରୁ ଦୈନିକ ୧୦୦କି,ଗ୍ରାରୁ ଅଧିକ ଆବର୍ଜନା ବାହାରୁଥିବାବେଳେ ସେମାନେ ତାହାକୁ ବିଏମ୍‌ସିକୁ ଦେଉଛନ୍ତି। ବିଶେଷକରି ସେଠାରୁ ବାହାରୁଥିବା ଓଦା ବର୍ଜ୍ୟକୁ ନିଜେ ପ୍ରକ୍ରିୟାକରଣ କରିବା ପାଇଁ ନିୟମ ରହିଥିବାବେଳେ କେହି ଏହାକୁ ପାଳନ କରୁନାହାନ୍ତି। ବିଏମ୍‌ସିର ସଫେଇ କର୍ମଚାରୀ ଆସିବେ ଏବଂ ସେମାନଙ୍କ ନିକଟରୁ ଦୈନିକ ଆବର୍ଜନା ନେବେ ଏହି ଧାରାରେ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଛନ୍ତି। ଏହାଦ୍ୱାରା ସହରର ଆବର୍ଜନା ଗଦା ହେଉଥିବା ଟେମ୍ପରାରୀ ଟ୍ରାନ୍‌ଜିଟ୍‌ ଷ୍ଟେଶନ (ଟିଟିଏସ୍‌) ଉପରେ ଅତିରିକ୍ତ ବୋଝ ପଡୁଛି। ଠିକ୍‌ ଭାବେ ବର୍ଜ୍ୟ ପ୍ରକ୍ର୍ରିୟାକରଣ ହୋଇ ନ ପାରିବାରୁ ବିଏମ୍‌ସିକୁ ସମାଲୋଚିତ ହେବାକୁ ପଡୁଛି। ତେଣୁ ପରିଦର୍ଶନରେ ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍‌ ଯଦି ଏହି ଦିଗକୁ ଧ୍ୟାନ ଦେବେ ତେବେ ସର୍ବେକ୍ଷଣରେ ବିଏମ୍‌ସିର ଭଲ ର଼୍ୟାଙ୍କ୍‌ ପାଇବା ଆଶା ମଉଳିଯିବ। ଏନେଇ ବିଏମ୍‌ସିର ପରିମଳ ବିଭାଗ ଡେପୁଟି କମିଶନର ଡା. ମନୋରଞ୍ଜନ ସାହୁ କହିଛନ୍ତି, କେନ୍ଦ୍ରୀୟ ଟିମ୍‌ ବିଏମ୍‌ସିକୁ କେବେ ଆସିବେ ସେ ନେଇ କିଛି ସୂଚନା ମିଳିନାହିଁ। ନିୟମ ଅନୁଯାୟୀ, ବଲ୍କ ଓ୍ବେଷ୍ଟ ଜେନେରେଟରମାନେ ଦୈନିକ ବାହାରୁଥିବା ଓଦା ଆବର୍ଜନାକୁ ନିଜେ ପ୍ରକ୍ରିୟାକରଣ କରିବା କଥା। ମାତ୍ର କେହି ସେପରି କରୁନାହାନ୍ତି। ତେଣୁ ଏନେଇ ବିଏମ୍‌ସି ପକ୍ଷରୁ ସଚେତନ କରାଯାଉଛି। ଏନେଇ ଗତ କିଛିଦିନ ତଳେ ସହରର ୬୬୪ଜଣ ବଲ୍କ ଓ୍ବେଷ୍ଟ ଜେନେରେଟରଙ୍କୁ ଚିହ୍ନଟ କରାଯାଇ ବିଏମ୍‌ସି ପକ୍ଷରୁ ଚିଠି କରାଯାଇଥିଲା। ସେମାନଙ୍କ ସହ ଆଲୋଚନା କରାଯିବା ସହ ଆବର୍ଜନା ପ୍ରକ୍ରିୟାକରଣ କରିବା ପାଇଁ ସଚେତନ କରାଯାଇଥିଲା। ଖୁବ୍‌ଶୀଘ୍ର ଏନେଇ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଚଳିତ ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସି ପୂର୍ବାପେକ୍ଷା ଆହୁରି ଭଲ କରିବ ବୋଲି ଡା. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri