Posted inଜାତୀୟ

ସାରା ବିଶ୍ୱରେ ସର୍ବାଧିକ ଭୋଟର ଭାରତରେ, ଏଥର ଏତେ କୋଟି ଲୋକ ଦେବେ ପ୍ରଥମ ଥର ଭୋଟ

ନୂଆଦିଲ୍ଲୀ,୧୬।୩: ଆଜି ଦେଶରେ ବାଜିବ ଲୋକସଭା ନିର୍ବାଚନର ବିଗୁଲ। ଶନିବାର ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଦେଶରେ ଆରମ୍ଭ ହେବ ନିର୍ବାଚନର ମହୋତ୍ସବ। ଭୋଟର ସ୍ଥିର କରିବ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ କାହା ହାତରେ କ୍ଷମତାର କମାଣ ଦେବେ। ଜାଣି ଆଶ୍ଚର୍ଯ୍ୟ ହେବେ ସାରା ବିଶ୍ୱରେ ଭାରତର ଭୋଟରଙ୍କ ସଂଖ୍ୟା ଅଧିକ। ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଦେଶର ସମୁଦାୟ ଭୋଟରଙ୍କ ସୂଚନା ପ୍ରଦାନ କରିଛନ୍ତି। ଆୟୋଗ ସମସ୍ତ ୨୮ ଟି ରାଜ୍ୟ ତଥା ୮ ଟି କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସହ ଜଡିତ ସ୍ବତନ୍ତ୍ର ସାରାଂଶ ରିପୋର୍ଟ ୨୦୨୪ ରିପୋର୍ଟ ପ୍ରକାଶ କରିଛନ୍ତି।

ସ୍ବତନ୍ତ୍ର ସାରାଂଶ ରିପୋର୍ଟ ତଥା SSR ଫେବୃଆରୀରେ ୯ରେ ପ୍ରକାଶ ପାଇଛି। ଇସିଙ୍କ ତଥ୍ୟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ୯୬ କୋଟିରୁ ଅଧିକ ଲୋକଙ୍କ ଭୋଟ ଦେବେ। ଏଥର ୬ ପ୍ରତିଶତ ନୂଆ ଭୋଟର ଯୋଗ ଦେଇଛନ୍ତି। ବିଶ୍ୱ ମଧ୍ୟରେ ଆମ ଦେଶରେ ସର୍ବାଧିକ ଭୋଟର ଅଛନ୍ତି। ୨୦୧୯ ରେ ଏହି ସଂଖ୍ୟା ୮୯.୬ କୋଟି ଥିଲା।

SSR 2024 ଅନୁଯାୟୀ, ଏଥର ୨.୬୩ କୋଟି ନୂଆ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଯେଉଁଥିରେ ମହିଳାଙ୍କ ଅଂଶ ଅଧିକ। ଦେଶରେ ୧.୪୧ କୋଟି ମହିଳା ଭୋଟର ଅଛନ୍ତି। ଯେତେବେଳେ କି ପୁରୁଷ ଭୋଟର ମାତ୍ର ୧.୨୨ କୋଟି ଅଛନ୍ତି। ଯେତେବେଳେ କି ୪୮.୦୪୪ ତୃତୀୟ ବର୍ଗର ଭୋଟର ଅଛନ୍ତି। ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବକ ଅଟନ୍ତି। ଆୟୋଗଙ୍କ ଆକଳନରୁ ଜଣାପଡିଛି ଯେ ୮୦ ବର୍ଷରୁ ଅଧିକ ୧ କୋଟି ୮୫ ଲକ୍ଷ ୯୨ ହଜାର ୯୧୮ ଭୋଟର ଅଛନ୍ତି। ୧୦୦ ବର୍ଷରୁ ଅଧିକ ୨ ଲକ୍ଷ ୩୮ ହଜାର ୭୯୧ ଲୋକ ଅଛନ୍ତି। ଦିବ୍ୟାଙ୍ଗ ୮୮.୩୫ ଲକ୍ଷ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri