ଲଗାଣ ବର୍ଷା : ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୧୪।୮(ଡି.ଏନ.ଏ.)-ଗତ ୨ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଚଳିତ ବର୍ଷ ହୀରାକୁଦ ନଦୀବନ୍ଧରୁ ଏ ପର୍ଯ୍ୟନ୍ତ ବନ୍ୟାଜଳ ଛଡ଼ାଯାଇନଥିଲେ ମଧ୍ୟ ଏହାର ତଳିଆ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି ା ବିଶେଷକରି ମଙ୍ଗଳବାର ସକାଳୁ ପ୍ରତିଘଣ୍ଟାରେ ମହାନଦୀର ଜଳସ୍ତର ଦେଢ଼ଫୁଟ ବଢିବାରେ ଲାଗିଥିବା ଦେଖିବାକୁ ମିଳିଥିଲା ା ହୀରାକୁଦ ନଦୀବନ୍ଧ ବୁର୍ଲା ଡିଭିଜନ ଗଣିଆ ବ୍ଲକର ବଡ଼ମୂଳଠାରେ ଥିବା ଗେଜ୍‌ ସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ମହାନଦୀର ଜଳସ୍ତର ୧୫ଫୁଟ ୩ ଇଞ୍ଚ ରହିଥିବାବେଳେ ଏହାର ୩ଘଣ୍ଟା ପରେ ପୂର୍ବାହ୍ନ ୯ଟାରେ ୨୦ଫୁଟ ୬ଇଞ୍ଚକୁ ବୃଦ୍ଧି ପାଇଥିଲା। ସେହିପରି ମଧ୍ୟାହ୍ନ ୧୨ଟାରେ ୨୫ଫୁଟ ୭ଇଞ୍ଚକୁ ବୃଦ୍ଧି ପାଇଥିଲା । ଏଠାରେ ବିପଦ ସଙ୍କେତ ୩୫ଫୁଟ ରହିଛି। ଖବର ଲେଖା ହେବାବେଳକୁ ସନ୍ଧ୍ୟା ୬ଟା ସୁଦ୍ଧା ଜଳପତ୍ତନ ବୃଦ୍ଧି ପାଇ ୨୯.୧୦ରେ ପ୍ରବାହିତ ହେଉଛି। ଅନ୍ୟପକ୍ଷେ ହୀରାକୁଦ ନଦୀବନ୍ଧରୁ ଆସନ୍ତା ବୁଧବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବା ପାଇଁ ନଦୀବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ଦିଆଯାଇଛି । ତେବେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ସହ ଲାଗିରହିଥିବା ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହିଭଳି ଜଳସ୍ତର ବୃଦ୍ଧି ପାଇଲେ ଗଣିଆ ଅଞ୍ଚଳର ଛାମୁଣ୍ଡିଆ,ରାସଙ୍ଗ,ବେଲପଡ଼ା ଓ କିଶୋରପ୍ରସାଦ ପଞ୍ଚାୟତର ବହୁ ଗ୍ରାମରେ ବନ୍ୟା ହେବା ଆଶଙ୍କା ଦେଖାଦେଇଛି ବୋଲି ନଦୀକୂଳିଆ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ା ତେବେ ବନ୍ୟା ହେଲେ ଗଣିଆ – ବଡମୂଳ ରାସ୍ତାର ରାସଙ୍ଗ ଠାରୁ କେନ୍ଦୁପଲ୍ଲୀ, ମଣିଭଦ୍ରାଠାରୁ ବୃତ୍ତଙ୍ଗ, ମାଳିସାହି ଠାରୁ ଛାମୁଣ୍ଡିଆ ଓ ଛାମୁଣ୍ଡିଆ ଠାରୁ ବଡ଼ମୂଳ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଥାଏ ା ଫଳରେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ ା ତେବେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ସଜାଗ ଥିବା ଜଣାପଡିଛି ା
ବ୍ଲକ ଜିପିଇଓ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବେହେରାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଗତ ଜୁନ୍‌ ମାସ ୧୬ ତାରିଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ବନ୍ୟା ସମୟରେ ରାସଙ୍ଗ ପଞ୍ଚାୟତର ରାସଙ୍ଗଠାରେ ୨ଟି ଲଞ୍ଚ ମହଜୁଦ୍‌ ରଖାଯାଇଥିବା ବେଳେ ଏଥିପାଇଁ ୩ଜଣ ଚାଳକଙ୍କୁ ନିଯୁକ୍ତି କରାଯାଇଛି ା ସେହିପରି ବ୍ଲକର ବେଲପଡା ପଞ୍ଚାୟତ କାର୍ଯ୍ୟାଳୟଠାରେ, ରାସଙ୍ଗ ପଞ୍ଚାୟତର ରାସଙ୍ଗ ଓ ଡଙ୍କାରିସାହିଠାରେ , ଛାମୁଣ୍ଡିଆ ପଞ୍ଚାୟତର ଛାମୁଣ୍ଡିଆ ଓ ରାଜିଙ୍ଗି ଏବଂ ବଡ଼ଶିଲିଙ୍ଗା ଠାରେ ୩ ମାସର ରିଲିଫ୍‌ ଚାଉଳ ମହଜୁଦ ରଖାଯାଇଥିବା ବ୍ଲକ ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ନାହାକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri