ସୀତାବିଞ୍ଜରେ ରହିଛି ଲବକୁଶଙ୍କ ଅନ୍ତୁଡ଼ିଶାଳ

କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏହାକୁ ନେଇ ସାରା ଦେଶରେ ରାମଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଦେଖାଦେଇଛି। ଏଭଳି ସମୟରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଡାଙ୍ଗୁଆପଶି ଗ୍ରାମ ନିକଟରେ ଥିବା ପର୍ଯ୍ୟଟନ କେନ୍ଦ୍ର ସୀତାବିଞ୍ଜ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଦିନେ ଏଠାକୁ ମାତା ସୀତା ଆସିଥିଲେ ଏବଂ ଲବକୁଶଙ୍କ ଜନ୍ମ ଏ ଠାରେ ହୋଇଥିଲା ବୋଲି ଲୋକକଥା ରହିଛି। ପରେ ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନରେ ମାତା ସୀତା ଲବକୁଶଙ୍କ ସହିତ ରହିଥିଲେ ଏବଂ ବାଲ୍ମୀକି ଋଷିଙ୍କ ଆଶ୍ରମରେ ୨ ଭାଇ ପାଠ ପଢ଼ିଥିଲେ। ତାଙ୍କ ସ୍ମୃତିରେ ଏଠାରେ କାହିଁ କେଉଁ କାଳରୁ ମା’ ସୀତାଙ୍କ ସହିତ ଲବକୁଶ ପୂଜା ପାଇ ଆସୁଛନ୍ତି।
ନାମ ଅନୁସାରେ ସ୍ଥାନର ନାମ ସୀତାବିଞ୍ଜ୍‌ ହୋଇଥିବା କୁହାଯାଉଥିବା ବେଳେ ଏଠାରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମ ରହିଛି। ଏଠାରେ ହିଁ ଦସ୍ୟୁ ରତ୍ନାକର ତପସ୍ୟା କରି ବାଲ୍ମୀକି ଋଷି ହୋଇଥିଲେ ବୋଲି ଲୋକକଥା ରହିଛି। ଏଠାରେ ଏକ ବିଶାଳକାୟ ଅର୍ଦ୍ଧ ବର୍ତ୍ତୁଳାକାୟ ପଥର ରହିଛି, ଯାହା ଦସ୍ୟୁ ରତ୍ନାକରଙ୍କ ଭଣ୍ଡାରଘର ବୋଲି କୁହାଯାଏ। ମା’ ସୀତା ବନବାସ ସମୟରେ ଏହି ସ୍ଥାନକୁ ଆସିଥିବା ବେଳେ ଏଠାରେ ଲବକୁଶଙ୍କୁ ଜନ୍ମ ଦେଇଥିଲେ। ଲବକୁଶଙ୍କ ଅନ୍ତୁଡିଶାଳ ରହିଥିବା ବେଳେ ୩ ବୃତାକାୟ ପଥର ମା’ ସୀତା, ଲବ ଓ କୁଶଙ୍କ ପ୍ରତୀକ ଭାବରେ ପୂଜା ପାଇଆସୁଛନ୍ତି। ଏଠାରେ ଶୁଦ୍ଧ ମନରେ ପୂଜାର୍ଚ୍ଚନା କଲେ ପୁତ୍ରବତୀ ହେବା ନେଇ ବିଶ୍ୱାସ ରହିଛି ବୋଲି ସ୍ଥାନୀୟ ସ୍ବେଚ୍ଛାସେବୀ ମନୋଜ ନାୟକ କୁହନ୍ତି। ଏଣୁ ବହୁସଂଖ୍ୟାରେ ଭକ୍ତ ଏଠାକୁ ଆସିଥାନ୍ତି। ସେହିପରି ବାଲ୍ମୀକି ଆଶ୍ରମରେ ରହି ଲବକୁଶ ପାଠ ପଢୁଥିବା ସମୟର ଅନେକ ଶୀଳାଲେଖ ରହିଛି। ଏହି ପ୍ରସ୍ତର ଉପରେ ଲିଖିତ ଲିପିକୁ ନେଇ ଗବେଷଣା ଚାଲିଛି। ଏଠାରେ ରହିଥିବା ବିରଳ ରାବଣଛାୟା ତୈଳଚିତ୍ରରେ ମଧ୍ୟ ବହୁ ଲୋକକଥା ଛପି ରହିଛି। ସାଧାରଣତଃ ରାବଣଛାୟାର ଅର୍ଥ ଅସୁର ରାଜା ରାବଣଙ୍କ ଛାୟା। ତେବେ ଏହାର ଏଭଳି ନାମକରଣ କିଭଳି ହୋଇଛି, ତାହାର ଠିକ୍‌ ତଥ୍ୟ କାହାପାଖରେ ନାହିଁ। ୨୨ ଫୁଟ ଉଚ୍ଚରେ ଛତା ଭଳି ଅର୍ଦ୍ଧବର୍ତ୍ତୁଳାକାୟ ପ୍ରାୟ ୧୨୫୦ ବର୍ଗ ସେଣ୍ଟିମିଟର ପରିସୀମା ପଥରର ତଳ ପାର୍ଶ୍ୱରେ ଏହି ଚିତ୍ର ଅଙ୍କିତ ହୋଇଛି। ବିରଳ ତୈଳଚିତ୍ର ଦେଖିବାକୁ ବହୁ ପର୍ଯ୍ୟଟକ ତଥା ଗବେଷକ ଆସିଥାନ୍ତି।
କେନ୍ଦୁଝରଠାରୁ ପ୍ରାୟ ୩୨ କି.ମି. ଦୂର ଏବଂ ଘଟଗାଁ ବ୍ଲକ୍‌ କଟରାବେଡ଼ା ଗ୍ରାମ (ଏନ୍‌ଏଚ୍‌ ୨୦) ଠାରୁ ପ୍ରାୟ ୬ କି.ମି. ଦୂର ଡାଙ୍ଗୁଆପଶି ନିକଟରେ ଏହି ରମଣୀୟ ସ୍ଥାନ ଅବସ୍ଥିତ ା ରଜ ସମୟରେ ୭ ଦିନ ଧରି ମେଳା ହୋଇଥାଏ। ଏହାର ବିକାଶ ଓ ସୁରକ୍ଷା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri