Odisha Elections 2024

କୁମ୍ଭୀର ସହ ସେଲ୍‌ଫି

କେନ୍ଦ୍ରାପଡ଼ା,୧୦ା୧୨(ଜଗନ୍ନାଥ ଧଳ)ଶୀତୁଆ ସକାଳରେ ଖରା ପୋଉଁଛି କୁମ୍ଭୀର। ଏହାର ମାତ୍ର ୩୦ ହାତ ଦୂରରେ କୁମ୍ଭୀର ସହ ସେଲ୍‌ଫି ଉଠାଉଛନ୍ତି ଏକାଧିକ ଯୁବକ। ଜୀବନକୁ ବାଜି ଲଗାଇ ଏପରି ସେଲ୍‌ଫି ନେଉଥିବା ଯୁବକମାନେ ବୋଧେ ଜାଣିନାହାନ୍ତି କୁମ୍ଭୀର କେତେ ଭୟଙ୍କର। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଡଅଁରମୁଣ୍ଡା ଗ୍ରାମରେ ପ୍ରତିଦିନ ଏମିତି ଚାଲିଛି। ଗୋବରୀ ନଦୀପଠାରେ ଏବେ ପ୍ରାୟ ୫ଟି କୁମ୍ଭୀର ରହିଛନ୍ତି ବୋଲି ଗ୍ରାମବାସୀ କହୁଛନ୍ତି। ସେହି ଭୟରେ କେହି ନଦୀକୁ ଯାଉନାହାନ୍ତି। ଏପରି କି ନଦୀ ଜଳକୁ କ୍ଷେତରେ ମଡ଼ାଇବା କଥାକୁ ଗ୍ରାମବାସୀ ଭୁଲି ଯାଇଛନ୍ତି। ଏହି ଭୟଙ୍କର ଜୀବ ପାଇଁ ନଦୀକୁ ଶୌଚ ହେବାକୁ ଯିବା ପାଇଁ ଲୋକେ ଉଚିତ ମଣୁନାହାନ୍ତି। କାରଣ ଗତ ଜୁନ୍‌ ଓ ଜୁଲାଇ ମାସର ମାତ୍ର ୪୫ ଦିନ ମଧ୍ୟରେ ଏହି ଜିଲାରେ ୫ ଜଣଙ୍କ ଜୀବନ କୁମ୍ଭୀର ମୁହଁରେ ଯାଇଛି। ଖାଲି ମଣିଷ ନୁହନ୍ତି, ଗୃହପାଳିତ ପଶୁପକ୍ଷୀ ବି କୁମ୍ଭୀର ମୁହଁରୁ ବାଦ୍‌ ପଡିନାହାନ୍ତି। ଗ୍ରାମବାସୀଙ୍କ ଜୀବନ ସୁରକ୍ଷା, ପାନୀୟ ଜଳ ଓ କ୍ଷେତକୁ ପାଣି ମଡ଼ାଇବା, ଗୃହପାଳିତ ପଶୁପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଗ୍ରାମବାସୀ ଦାବି କରୁଥିବା ବେଳେ କେତେଜଣ ଯୁବକଙ୍କ ସେଲ୍‌ଫି ଉଠାଇବା ମଜା କାଳ ହୋଇପାରେ ବୋଲି ଆଲୋଚନା ହେଉଛି।
ଏ ସମ୍ପର୍କରେ ଗ୍ରାମର ରତିକାନ୍ତ ବେଉରା, ଅଜୟ କୁମାର ରାଉତ, ସଜନୀ ସେଠୀ, ହେମଲତା ସେଠୀ ପ୍ରମୁଖ କହିଛନ୍ତି, ଗୋବରୀ ନଦୀ ଏବେ କୁମ୍ଭୀରପ୍ରବଣ ହୋଇଗଲାଣି। ପୂର୍ବରୁ ଜାତୀୟ ଉଦ୍ୟାନ ଭିତରକନିକାରେ ଏହି ଭୟଙ୍କର ଜୀବଙ୍କୁ ଦେଖିବାକୁ ମିଳୁଥିଲା। କୁମ୍ଭୀର ଏବେ ୮୦ କି.ମି. ଦୂର ଡଅଁରଗଣ୍ଡ ଗ୍ରାମରେ ଆତଯାତ ହେଉଛନ୍ତି। ନଦୀପଠାରେ ଏହି ଜୀବଙ୍କୁ ଦେଖିବାକୁ ମିଳୁଛି। ପଠାରେ ଗୋରୁମାନଙ୍କ ସହିତ ଛେଳି ମେଣ୍ଢା ବି ଚରିଥାଆନ୍ତି। ଗତ ସପ୍ତାହରେ ଗୋଟିଏ ଛେଳିକୁ କୁମ୍ଭୀର ଟାଣି ନେଇଥିଲା। ସେହିପରି ନଦୀକୁ ଲାଗି ଚାଷଜମି ରହିଛି। ନଦୀଜଳ ଚାଷ କାମରେ ଲାଗିଥାଏ। ମାତ୍ର କୁମ୍ଭୀର ଭୟରେ ଚାଷ କରିବା ବିପଦ ହୋଇଛି। ସେହିପରି ଗ୍ରାମ ନିକଟରେ ଗୋବରୀ ନଦୀ ଥିବାରୁ ଭୟ ବଢ଼ୁଛି। ନଦୀକୁ ଶୌଚ ପାଇଁ ଯାଇହେଉନାହିଁ। ଏପରିକି ଗ୍ରାମକୁ କୁମ୍ଭୀର ଆସିବା ଭୟ ଲାଗିଯାଇଛି। ଏହି ଅଞ୍ଚଳରେ ୩ ଫୁଟରୁ ପ୍ରାୟ ୧୦ ଫୁଟ୍‌ ଲମ୍ବର ୩ରୁ ୫ଟି କୁମ୍ଭୀର ଦେଖିବାକୁ ମିଳୁଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିସହ ଜନଜୀବନ ସୁରକ୍ଷା ପାଇଁ ନଦୀରୁ କୁମ୍ଭୀରକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି।
ମାର୍ଶାଘାଇର ବୁଦ୍ଧିଜୀବୀ ପ୍ରମୋଦ କୁମାର ଦାସ କହିଛନ୍ତି, କୁମ୍ଭୀର ବଂଶବୃଦ୍ଧି ଓ ଆକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଜାତୀୟ ଉଦ୍ୟାନ ଭିତରକନିକାରେ ବନ ବିଭାଗ ପକ୍ଷରୁ ଗଣନା ଅନୁଯାୟୀ ମାତ୍ର ୧୭୯୩ଟି କୁମ୍ଭୀର ଅଛି। ତେବେ ବାସ୍ତବରେ କୁମ୍ଭୀରଙ୍କ ସଂଖ୍ୟା ବହୁତ ବଢ଼ିଛି। ଏବେ ଗଣନା ସ୍ଥଳକୁ ଛାଡି ଜିଲାର ବିଭିନ୍ନ ନଦୀ, ପୋଖରୀରେ ଏହି ଜୀବଙ୍କୁ ଦେଖିବାକୁ ମିଳୁଛି। ଗତ ଜୁନ୍‌ ଓ ଜୁଲାଇ ମାସର ୪୫ ଦିନ ମଧ୍ୟରେ ୫ ଜଣଙ୍କ ଜୀବନ ଯାଇଛି। ସେହିପରି ଅଗଷ୍ଟ ମାସରେ ଜଣଙ୍କ ମୃତ୍ୟୁ ଘଟିଛି। ଗୋବରୀ ନଦୀକୂଳରେ ଥିବା କୁମ୍ଭୀର ସହ ସେଲ୍‌ଫି ନେବା ମଜାଠାରୁ ଆକ୍ରମଣ ସଜା ଅଧିକ ହୋଇଯିବ। ଏଥିପ୍ରତି ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଭିତରକନିକା ରେଞ୍ଜ ଅଧିକାରୀ ମାନସ ଦାସ କହିଛନ୍ତି, ପ୍ରଜନନ ସମୟରେ ଅଧିକ ଖାଦ୍ୟ ପାଇଁ କେତେକ କୁମ୍ଭୀର ନଦୀକୁ ବାଛିଥାନ୍ତି। ଏହି ଭୟଙ୍କର ଜୀବ ସହିତ ସେଲ୍‌ଫି ନେବା ମରଣକୁ ବରଣ କରିବା ସହ ସମାନ। ଏହି ଜୀବଙ୍କୁ ଉତ୍ସାହିତ କଲେ ଅଧିକ ଭୟଙ୍କର ହୋଇଥାନ୍ତି। ଯୁବବର୍ଗ ଏଥିରୁ ନିବୃତ୍ତ ରହିବା ଉଚିତ। ଏଥିସହିତ ଉପଦ୍ରବ ଅଞ୍ଚଳରୁ କୁମ୍ଭୀର ସ୍ଥାନାନ୍ତର ହେଉଥିବା ରେଞ୍ଜ ଅଧିକାରୀ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟରେ ରାଜନୈତିକ ହିଂସା: ୮ ଗିରଫ

ଖଲ୍ଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା...

ଧସିଲା ପଥର ଖାଦାନ: ଜଣେ ଶ୍ରମିକ ମୃତ, ଆହୁରି ଶ୍ରମିକ ଚାପି ରହିଥିବା ସନ୍ଦେହ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁରରେ ଗୁରୁବାର ଏକ ଅଘଟଣ ଘଟିଛି। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳା ପଥର ଖାଦାନରେ ପଥର ଓ ମାଟି ଧସି ଜଣେ...

ପାଇପ ଲାଇନ କାମବେଳେ ଖସିଲା ମାଟି ଅତଡା: ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା):: ଯାଜପୁର ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ମାଡ଼ି ଅତଡା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାସହ ଜଣେ ଆହତ...

ରାଜଧାନୀରେ ନଡ୍ଡାଙ୍କ ମେଗା ରୋଡ ଶୋ’: ହଜାର ହଜାର କର୍ମୀଙ୍କ ଭିଡ଼

ଭୁବନେଶ୍ୱର,୧୬।୫: ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇଛନ୍ତି। ଏହି କ୍ରମରେ ଗୁରୁବାର ଭାଜପାର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରଠାରେ ଅନୁଷ୍ଠିତ...

ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେଡି ଓ ଭାଜପା କର୍ମୀଙ୍କ ସଂଘର୍ଷରେ ଜଣେ ମୃତ

ଖଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା...

ଭୋଟ ହାତେଇବାକୁ ନିଯୁକ୍ତି ଥୋପ

ଯାଜପୁର,୧୬ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକା କାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ...

ବିଜୁ ଉତ୍ତରାଧିକାରୀ, ବୈଜୟନ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା, ୧୬ା୫ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଜୁବାବୁଙ୍କ ରାଜନୈତିକ କର୍ମଭୂମି। ଏକଦା ବିଜୁବାବୁଙ୍କ ଘନିଷ୍ଠ ଥିଲେ ଏହି ଜିଲାର ନଳିନୀକାନ୍ତ ମହାନ୍ତି ଓ ବିଜୟ ମହାପାତ୍ର। ସେହିପରି...

ବାଲିଶଯ୍ୟା, ପଥର ବିକିରଣ ପାଇଁ ପରିବେଶ ଉତ୍ତପ୍ତ

ସୋନପୁର,୧୬ା୫(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ସହରର ପାରଦ ଗତ କିଛିବର୍ଷ ହେବ ସର୍ବୋଚ୍ଚସ୍ତରରେ ରହୁଛି। ଏହି ସହର ଉତ୍ତପ୍ତ ବୋଲି ପାଣିପାଗ ରିପୋର୍ଟ କହୁଛି। ମହାନଦୀ ଓ ତେଲନଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri