Posted inଫୁରସତ

ବନ୍ଧୁ ପାଇଁ ଦିନଟିଏ

ସବୁ ସମ୍ପର୍କଠୁ ନିଆରା ବନ୍ଧୁତାର ସମ୍ପର୍କ। ସେଇଥିପାଇଁ ତ ଏହି ସମ୍ପର୍କକୁ ସମ୍ମାନ ଜଣାଇ ସାରା ପୃଥିବୀରେ ପାଳନ କରାଯାଏ ବନ୍ଧୁତା ଦିବସ। ତା’ରି ସମ୍ପର୍କରେ କିଛି…
ବନ୍ଧୁତା ଦିବସ କେବେଠୁ: ବନ୍ଧୁତାର ମହତ୍ୱ ସବୁବେଳେ, ସବୁଠି ସ୍ବତନ୍ତ୍ର। ତେଣୁ ଏହାକୁ ନେଇ ସ୍ବତନ୍ତ୍ର ଦିବସ ବି ପାଳନ କରାଯାଏ। ପ୍ରଥମ କରି ୩୦ ଜୁଲାଇ ୧୯୫୮ରେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିବାର ପ୍ରସ୍ତାବ ପାରାଗୁଏରେ ଆଗତ ହୋଇଥିଲା। ତେବେ ୨୦୧୧ରେ ସଂଯୁକ୍ତ ରାଷ୍ଟ୍ର ୩୦ ଜୁଲାଇକୁ ବନ୍ଧୁତା ଦିବସ ପାଳିବାକୁ ଘୋଷଣା କଲେ। ହେଲେ ଆମେରିକା, ଭାରତ, ମାଲେସିଆ, ବାଂଲାଦେଶ ପରି ଅନେକ ଦେଶ ବନ୍ଧୁତା ଦିବସକୁ ଅଗଷ୍ଟ ମାସର ପ୍ରଥମ ରବିବାର ପାଳନ କରନ୍ତି। କୁହାଯାଏ ପୃଥିବୀର ବିଭିନ୍ନ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଓ ଏକତାର ସନ୍ଦେଶକୁ ବ୍ୟାପ୍ତ କରିବାର ଉଦ୍ଦେଶ୍ୟ ନେଇ ଏହି ଦିବସର ପରିକଳ୍ପନା ହୋଇଥିଲା।
ଦିବସ ପଛର କାହାଣୀ: ବନ୍ଧୁତା ଦିବସ ପାଳନକୁ ନେଇ ଅନେକ ରୋଚକ କାହାଣୀ ରହିଛି। କୁହାଯାଏ ୧୯୩୫ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହି ଖବର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବନ୍ଧୁଙ୍କୁ ଶକ୍ତ ଧକ୍କା ଦେଇଥିଲା ଓ ସେ ଆତ୍ମହତ୍ୟା କରିଥିଲେ। ବନ୍ଧୁତାର ଏଭଳି ନିଦର୍ଶନ ସମସ୍ତଙ୍କ ସାମ୍‌ନାକୁ ଆସିବା ପରେ ଜୀବନରେ ବନ୍ଧୁତାର ମହତ୍ତ୍ୱ କେତେ ତାକୁ ବୁଝାଇବା ଉଦ୍ଦେଶ୍ୟରେ ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତା ଦିବସଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ଏହାବାଦ୍‌ ବି କୁହାଯାଏ ଯେ, ବନ୍ଧୁତା ଦିବସ ପାଳନ କରିବାର ବିଚାର ପ୍ରଥମେ ୧୯୫୮ରେ ଡ. ରାମୋନ୍‌ ଆର୍ଟେମିଓ ବ୍ରାଚୋଙ୍କ ମନକୁ ଆସିଥିଲା। ଆଉ ଏହାକୁ ସେ ନିଜ ସାଙ୍ଗମାନଙ୍କୁ ଜଣାଇଥିଲେ। ସେମାନେ ‘ଓ୍ବାଲର୍‌ଡ ଫ୍ରେଣ୍ଡ୍‌ଶିପ୍‌ କ୍ରୁଶେଡ’ ନାମରେ ଏହାକୁ ପାଳନ କରିବା ଆରମ୍ଭ କରିଥିଲେ। ପରେ ୧୯୫୮ରେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ଆସିଥିଲା।
ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ:  ବୁଣା ନ ଯାଇ ଗଣ୍ଠି ମାଧ୍ୟମରେ ତିଆରି ଏକ ସରୁ ଫିତା ହେଉଛି ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ। ଆଉ ଏହି ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ ବିନା ଫ୍ରେଣ୍ଡଶିପ୍‌୍‌ ଡେ’ ସେଲିବ୍ରେଶନ୍‌ ଅଧୁରା। ତେବେ ଜାଣନ୍ତି କି ଏହି ଧାରା କେବେଠୁ ଆରମ୍ଭ ହୋଇଛି? କୁହାଯାଏ ତ୍ରୟୋଦଶ ଶତାବ୍ଦୀରେ ଆରବରେ ଏଭଳି ବ୍ୟାଣ୍ଡ ତିଆରି ଆରମ୍ଭ ହୋଇଥିଲା। ଆଉ କିଛି ତଥ୍ୟ କହେ ଏହି ବ୍ୟାଣ୍ଡ ବା ବ୍ରେସଲେଟ୍‌ ନାଟିଭ ଆମେରିକାନ ସୋସାଇଟିରୁ ଆସିଛି, ଯେଉଁଠି ଏହାକୁ ଦୁଇଜଣଙ୍କ ଭିତରର ଭଲ ପାଇବାର ପ୍ରତୀକଭାବେ ଗ୍ରହଣ କରାଯାଏ। ଆଉ ଏହାକୁ ପିନ୍ଧୁଥିବା ବ୍ୟକ୍ତି ଏହାକୁ ତିଆରି କରି ପିନ୍ଧାଇଥିବା ବ୍ୟକ୍ତିର ସମ୍ମାନକୁ ନଜରରେ ରଖି ହାତରୁ କାଢ଼ି ନ ଥାନ୍ତି। ତା’ସହ ବିଶ୍ୱାସ କରାଯାଏ ଯେ, ଏହାକୁ ଯାହା ହାତରେ ପିନ୍ଧାଯାଏ ସେ ସବୁଦିନ ପାଇଁ ବନ୍ଧୁ ହୋଇ ରହିଯାଆନ୍ତି। ଏହାବାଦ୍‌ ବିଶ୍ୱାସ ରହିଛି ଯେ, ଏହି ବ୍ୟାଣ୍ଡ୍‌କୁ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନଜରରେ ରଖି ତିଆରି କରିଥାନ୍ତି। ଏହାକୁ ପିନ୍ଧାଇବାବେଳେ ପିନ୍ଧୁଥିବା ବ୍ୟକ୍ତି ଯଦି ଏକ ଓ୍ବିଶ୍‌ ମାଗନ୍ତି ଓ ବ୍ୟାଣ୍ଡ୍‌କୁ ପିନ୍ଧିଥିବା ବନ୍ଧୁ ନିଜେ ଏହାକୁ ନ କାଢ଼ନ୍ତି ଏବଂ ତାହା ଆପେ ଛିଣ୍ଡେ ତେବେ ସେହି ଓ୍ବିଶ୍‌ଟି ପୂରଣ ହୁଏ।
ଆଜିକାଲି ବିଭିନ୍ନ ପ୍ରକାରର ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ ବଜାରରେ ଉପଲବ୍ଧ ହେଉଛି। ଯାହାକୁ କିଣି ଯୁବପିଢି ଏହି ଦିନଟିକୁ ସେଲିବ୍ରେଟ୍‌ କରିଥାନ୍ତି।
ବ୍ୟାଣ୍ଡ୍‌ର ରଙ୍ଗ କ’ଣ କହେ: ବନ୍ଧୁଙ୍କୁ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ୍‌ ତାଙ୍କ ବ୍ୟକ୍ତିତ୍ୱକୁ ନଜରରେ ରଖି ତାଙ୍କୁ ସୁଟ୍‌ କଲାଭଳି ରଙ୍ଗର ଦେବା ଜରୁରୀ। କାରଣ ଭିନ୍ନ ଭିନ୍ନ ରଙ୍ଗର ବ୍ୟାଣ୍ଡ୍‌ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱକୁ ଦର୍ଶାଏ। ଯେମିତିକି- ରେଡ୍‌ ଓ ପିଙ୍କ୍‌ କଲର୍‌ ବ୍ୟାଣ୍ଡ ପ୍ୟାଶନ, ଦୟାଳୁଭାବ ଓ ସଚୋଟପଣକୁ ଦର୍ଶାଉଥିବାବେଳେ କମଳା ଓ ହଳଦିଆ ରଙ୍ଗ ଏନର୍ଜେଟିକ୍‌ ଓ ଚିୟରଫୁଲନେସ୍‌କୁ ଦର୍ଶାଏ। ସବୁଜ ଓ ନୀଳ ରଙ୍ଗ ବ୍ୟାଣ୍ଡ ୟୁଥ୍‌ଫୁଲ୍‌ନେସ୍‌, ଦାୟିତ୍ୱବାନ, ସଚୋଟପଣକୁ ଦର୍ଶାଏ।

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri