୨ଲକ୍ଷ ଟଙ୍କାରେ ଶିଶୁ ବିକ୍ରି: ଶିଶୁର ବାପା, ମଧ୍ୟସ୍ଥଙ୍କ ସମେତ ୩ଗିରଫ

ଟିଟିଲାଗଡ, ୬ା୮(ଶରତ ମିଶ୍ର)ଟିଟିଲାଗଡ ସହରର ଜନୈକ ଦମ୍ପତି ନିଜ ଚତୁର୍ଥ ପୁତ୍ର ସନ୍ତାନକୁ ବିକି କରି ଦେଇଥିବା ଜଣାପଡିବା ନେଇ ଆଲୋଚନାର ବିଷୟ ହୋଇଛି। ଖବର ପାଇବା ପରେ ଟିଟିଲାଗଡ଼ ଥାନା ପୋଲିସ ଏକ ମାମଲା(୨୨୪/୨୩) ରୁଜୁ କରି ତନାଘନା ଚଳାଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଶିଶୁର ପିତା ସନ୍ତୋଷ ପୁଟେଲ(୩୨) ଓ ମଧ୍ୟସ୍ଥ ଶେଖ ରମଜାନ ଖାନ(୩୧) ଓ ଶିଶୁକ୍ରୟ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ରାଜା ଦୁର୍ଗା(୩୫)। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଟିଟିଲାଗଡ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଥିବା ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପଧାନ କହିଛନ୍ତି। ସୂଚନା ଅନୁଯାୟୀ ଟିଟିଲାଗଡ ଝାଙ୍କରପଡ଼ା ନିବାସୀ ସନ୍ତୋଷ ପୁଟେଲ ଓ ପୁଷ୍ପା ପୁଟେଲ ଏକ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାନ୍ତି। ପୁଷ୍ପାଙ୍କ ପୂର୍ବରୁ ୩ଟି ସନ୍ତାନ ଥିବାବେଳେ ମାସକ ତଳେ ତାଙ୍କର ସ୍ଥାନୀୟ ଡାକ୍ତରଖାନାରେ ପୁଣି ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଚାରିପିଲାଙ୍କ ଲାଳନ ପାଳନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ପୁଟେଲ ଦମ୍ପତି ଲୋଭନୀୟ ପ୍ରସ୍ତାବ ପାଇ ନବଜାତ ଶିଶୁକୁ ମଧ୍ୟସ୍ଥଙ୍କ ସହାୟତାରେ ଭବାନୀପାଟଣାର ବିକ୍ରମ ମହାନନ୍ଦଙ୍କୁ ୨ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏଥିରେ ମଧ୍ୟସ୍ଥି ସାଜିଥିଲେ ସନ୍ତୋଷଙ୍କ ପଡୋଶୀ ଶେଖ ରମଜାନ। ତାଙ୍କୁ ୨୦ହଜାର ଟଙ୍କା ଦେଇଥିଲେ ସନ୍ତୋଷ। ଘଟଣା ନେଇ ପୋଲିସ ଅବଗତ ହେବା ପରେ ଏକ ମାମଲା ରୁଜୁ କରି ସନ୍ତୋଷ ଏବଂ ରମଜାନଙ୍କୁ ପଚରାଉଚୁରା କରି ଭବାନୀପାଟଣା, ରାୟପୁର ଆଦି ଅଞ୍ଚଳ ଯାଇ ଶିଶୁକୁ ଖୋଜାଖୋଜି କରିଥିଲେ। ତେବେ ଶିଶୁକୁ କିଣିଥିବା ବିକ୍ରମ ମୋବାଇଲ ସୁଇଚ ଅଫ କରି ଫେରାର ହୋଇ ଯାଇଥିବାରୁ ଅଦ୍ୟାବଧି ଶିଶୁ ଉଦ୍ଧାର ହୋଇନାହିଁ। ତେବେ ଅର୍ଥଲୋଭରେ କିଭଳି ଜଣେ ମା’ ସ୍ନେହ ମମତା ଭୁଲି ନିଜ ଜନ୍ମିତ ଶିଶୁକୁ ବିକ୍ରି କରି ଦେଇପାରେ ତାହାକୁ ନେଇ ଆଲୋଡନ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ସହର ପଦ୍ମନାଭପୁରର ଜଣେ ମହିଳା ନିଜ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri