ମନ୍ଦିର, ଘର ଭିତରେ ଲହଡ଼ି ମାରିଲା ଡ୍ରେନ୍‌ପାଣି

ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଏକ ପୁରୁଣା ଏବଂ ଯୋଜନବଦ୍ଧ ସହର ଭାବେ ସାରା ଓଡିଶାରେ ପରିଚିତ। ଏଠାକାର ବାଗଡି ଘର ଭଳି ବର୍ଗାକାର ରାସ୍ତା, ଜଳ ପରିଚାଳନା ଦିନେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଗୋଟିଏ ବର୍ଷ ହେଲେ ଜଣାପଡିଯାଉଛି ସହର ସ୍ବାସ୍ଥ୍ୟ ଭଲନାହିଁ। ଗତ ଦୁଇଦିନର ଲଗାଣ ବର୍ଷାରେ ଉବୁଡୁବ ସହର। ଇଷ୍ଟଦେବୀଙ୍କ ମନ୍ଦିରଠୁ ଲୋକଙ୍କ ଘରେ ଆଣ୍ଠୁଏ ପାଣି। କିଛି ରାସ୍ତାରେ ଛାତିଏ ପାଣି ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାତିରୁ ଘର ମନ୍ଦିରରେ ଡ୍ରେନ୍‌ ପାଣି ପଶି ଯିବାରୁ ଉଜାଗର ରହି ଲୋକେ ପାଣି ନିଷ୍କାସନରେ ମାତିଛନ୍ତି। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ବୁଧବାର ରାତି ସୁଦ୍ଧା ଜାରି ରହିଛି।
ସରକାରୀ ସୂଚନା ମୁତାବକ ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ବଲାଙ୍ଗୀର ସହରରେ ୧୭୩ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ବେହାଲ ମ୍ୟୁନିସିପାଲିଟି ଡ୍ରେନ୍‌ ସମସ୍ୟା ଏବଂ ଜବରଦଖଲ ସମସ୍ୟାକୁ ଉଜାଗର କରିଛି। ସହରର ଅନେକ ପୁରୁଣା ମନ୍ଦିର ଏବେ ସାମାନ୍ୟାବର୍ଷା ହେଲେ ଜଳାଶୟ ଭିତରେ ମନ୍ଦିର ଭ୍ରମ ସୃଷ୍ଟି କରୁଛି। ପାଟଣା ରାଜ୍ୟ ଅଧିଷ୍ଠାତ୍ରୀ ଦେବୀ ମା’ପାଟଣେଶ୍ୱରୀଙ୍କ ମନ୍ଦିର ଭିତରେ ଡ୍ରେନ୍‌ ପାଣି ପଶିଯିବାରୁ ଦେବୀ ପାଣି ଘେରରେ ରହିଯାଇଥିଲେ। ଏହି ମନ୍ଦିରଟି ରାସ୍ତାରୁ ପ୍ରାୟ ଦୁଇଫୁଟ୍‌ ତଳ ହୋଇଗଲାଣି। ମନ୍ଦିର ସାମ୍ନାରେ ଯେଉଁ ଡ୍ରେନ୍‌ ଯାଇଛି ସେଥିରେ ଜଳ ନିଷ୍କାସନ କ୍ଷମତା ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ମନ୍ଦିର ଭିତରକୁ ବର୍ଷାଜଳ ପଶିଯାଉଛି। ଆଜି ବର୍ଷାଜଳରେ ମନ୍ଦିର ଭିତର ଦେବୀ ପ୍ରତିମା ବୁଡିବା ଅବସ୍ଥା ସୃଷ୍ଟି ହୋଇଥିଲା। କେତେଜଣ ଶ୍ରଦ୍ଧାଳୁ ପାଣିପମ୍ପ ଆଣି ଜଳ ନିଷ୍କାସନ କରିବା ପରେ ମନ୍ଦିର ଭିତରୁ ବର୍ଷାଜଳ ବାହାରିଥିଲା। ବର୍ଷା ଓ ଡ୍ରେନ୍‌ ପାଣି ମନ୍ଦିର ଭିତରକୁ ପଶିବା ଏବଂ ଦେବୀଙ୍କ ପ୍ରତିମା ଅର୍ଦ୍ଧ ବୁଡିବା ଅବସ୍ଥାକୁ ଚାଲିଯିବା ଘଟଣାକୁ ଶ୍ରଦ୍ଧାଳୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ଦିର ଅବସ୍ଥା ସମ୍ପର୍କରେ ଖବର ପାଇ ଉପଜିଲାପାଳ କୁମାର ନାଗଭୂଷଣ, ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ ଏବଂ ଅନ୍ୟମାନେ ଘଟଣା ସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିଥିଲେ। ସ୍ବେଚ୍ଛାସେବୀ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ମନ୍ଦିରରୁ ପାଣି ନିଷ୍କାସନ କରାଯାଇଥିଲା। ମନ୍ଦିର ଅବସ୍ଥା ଦେଖି ପୂଜକ ମଳୟ ଦିଶ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ମନ୍ଦିର ମରାମତି ଏବଂ ଆନୁସଙ୍ଗିକ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ପାଟଣେଶ୍ୱରୀ ମନ୍ଦିର ସମେତ ସମଲେଶ୍ୱରୀ ମନ୍ଦିର, ଗୋପାଲଜୀ ମନ୍ଦିର, ଲୋକନାଥ ମନ୍ଦିରରେ ବର୍ଷାଜଳ ଲହଡି ମାରୁଥିଲା। ବହୁ କଷ୍ଟରେ ମନ୍ଦିର ଭିତରୁ ପାଣି ନିଷ୍କାସନ କରାଯାଇଛି।
ଏହାସହିତ ଲଗାଣବର୍ଷା ଯୋଗୁଁ ସହରର ଖାଡିଆପଡା, ସାଲେପାଲି, ତେଲିଗୋଠପଡା, ତୁଲସୀନଗର, ପ୍ରତାପସାଗରପଡା, କଲେଜ ଛକ, ଶାନ୍ତିପଡା, ଖର୍ସେଲପଡା, ବରପାଲିପଡା, ତାଲପାଲିପଡା, ମାଲପଡା, ସାଗରପଡା, ରୁଗୁଡିପଡା, ଉଦୟନଗର, ମାଲଗୋଦାମପଡା ସମେତ ଅନ୍ୟ ତଳି ଅଞ୍ଚଳରେ ବର୍ଷା ପାଣି ଯୋଗୁ ବହୁ ଲୋକଙ୍କ ଘର ଭିତରକୁ ବର୍ଷା ପାଣି ପଶିଯିବାରୁ ଲୋକେ ରାନ୍ଧିକରି ଖାଇବା ସ୍ଥିତିରେ ମଧ୍ୟ ନାହାନ୍ତି। ଖାଡିଆପଡାରେ ମହିଳାମାନେ ତାଙ୍କ ଦୁଃସ୍ଥିତି ସମ୍ପର୍କରେ ଜଣାଇଛନ୍ତି। ମଙ୍ଗଳବାର ରାତିରୁ ସେମାନଙ୍କ ଘରେ ପାଣି ପଶି ଯିବାରୁ ରାତିରେ ବହୁ କଷ୍ଟ ଭୋଗିଥିବା କହିଛନ୍ତି। ଖର୍ସେଲପଡାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି। କଦମପଡା-ରେଲୱେ ଅଣ୍ଡର ବ୍ରିଜ୍‌ରେ ଛାତିଏ ପାଣି ଥିବାରୁ ଆଠଗଁା, ମହୀମୁଣ୍ଡା-ବଲାଙ୍ଗୀର ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ଜିଲାପାଳ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ପ୍ରାଣୀଧନ କାଯର୍‌ୟାଳୟ ସମେତ ବିଭିନ୍ନ ଅଫିସରେ ବର୍ଷାପାଣି ଜଳଡା ମାରୁଥିଲା। ପୌରାଧ୍ୟକ୍ଷା ସାହୁ ଓ ମ୍ୟୁନିସିପାଲିଟି ଟିମ୍‌ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଜିଲାପାଳ ଚଞ୍ଚଳ ରାଣା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର, ମ୍ୟୁନିସିପାଲିଟି ଅଧିକାରୀମାନଙ୍କୁ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଓଡ୍ରାଫ, ଅଗ୍ନିଶମ ବିଭାଗ ଏବଂ ପୋଲିସ ବାହିନୀ ମଧ୍ୟ ସ୍ଥିତି ଉପରେ ନଜର ରଖି ବିଭିନ୍ନ ଲୋକଙ୍କୁ ସହାୟତା ଯୋଗାଉଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri