ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ରାଜ୍ୟ ସରକାର ୫-ଟି ଜରିଆରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଉନ୍ନତୀକରଣ କରୁଛନ୍ତି। ଶିକ୍ଷା ପ୍ରତି ପିଲାଙ୍କୁ ଆକର୍ଷିତ କରିବା ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଲକ୍‌ର ଅଁଳାକୁଡ଼ା ପଞ୍ଚାୟତର ଚକଶୁଳିଆପଦାରେ ଥିବା ଉତ୍କଳ ବନାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିନା ଅଧ୍ୟାପକରେ ଶିକ୍ଷା ବ୍ୟବସ୍ଥା ଚାଲିଛି। ମହାବିଦ୍ୟାଳୟଟି ପଶ୍ଚିମବଙ୍ଗ ସୀମାନ୍ତରେ ଥିବାରୁ ଶିକ୍ଷା ବ୍ୟବସ୍ଥା ଉପରେ ସରକାରଙ୍କ ନଜର ପଡୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି l
ସୂଚନା ଅନୁଯାୟୀ, ୧୯୮୮ରେ ପ୍ରତିଷ୍ଠା ହୋଇଥିବା ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ପାଠ୍ୟକ୍ରମ ଖୋଲାଯାଇଛି। ବର୍ତ୍ତମାନ +୨କଳା ଦ୍ୱିତୀୟ ବର୍ଷରେ ୧୨୮ ଛାତ୍ରୀଛାତ୍ର ଅଧ୍ୟୟନରତ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୯୮ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ସାରିଲେଣି। ତେବେ ପରିତାପର ବିଷୟ ବର୍ତ୍ତମାନ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଦୌ ଅଧ୍ୟାପକ, ଅଧ୍ୟକ୍ଷ ନାହାନ୍ତି। ବ୍ଲକ୍‌ର ମହାବିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ସପ୍ତାହରେ ଦିନେ, ୨ଦିନ ଏଠାକୁ ଆସି କାର୍ଯ୍ୟ କରନ୍ତି। ବିଦ୍ୟାଳୟରେ ସମସ୍ତ ବିଭାଗ ଯଥା ଓଡ଼ିଆ, ଇଂରାଜୀ ସାହିତ୍ୟ, ଇତିହାସ, ଅର୍ଥନୀତି, ରାଜନୀତି, ତର୍କ ବିଜ୍ଞାନରେ ନିମନ୍ତ୍ରିତ ଅଧ୍ୟାପକମାନଙ୍କ ଦ୍ୱାରା ସପ୍ତାହରେ ୨ରୁ ୩ ଦିନ ପାଠପଢ଼ା ଚାଲିଛି। ସେହିପରି କିରାଣି ପଦ ଫାଙ୍କା ଥିବାରୁ ଅଫିସ କାର୍ଯ୍ୟ ଖେଳ ଶିକ୍ଷକ ସୁଜିତ ଦାସ, ସହକାରୀ ଲାଇବ୍ରେରିଆନ କମଳଲୋଚନ ସେନାପତି, ପିଅନ ଲକ୍ଷ୍ମଣ ହଁାସଦା କରୁଛନ୍ତି। ୱାଚ୍‌ମ୍ୟାନ ଧରଣୀ ସେଠୀ, ସୁଇପର ସଚିନ କୁମାର ସାଉ ମଧ୍ୟ ସହଯୋଗ କରନ୍ତି। ଏନେଇ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସୁମିତା ହଁାସଦା, ଛାତ୍ର ସାଇନିନାତ ବେହେରା କୁହନ୍ତି, ଚଳିତ ଶିକ୍ଷା ବର୍ଷ ଅଧା ଅତିକ୍ରମ କରିଥିବା ବେଳେ ପାଠପଢ଼ା ହୋଇନାହିଁ। ଫଳରେ କିପରି ବୋର୍ଡ ପରୀକ୍ଷା ଦେବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି। ଯଥାଶୀଘ୍ର ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇଁ ଦାବି କରାଯାଇଛି l
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉତ୍ତର ଓଡ଼ିଶା ଜୋନ୍‌ କାଉନ୍‌ସିଲର ଜୟଦେବ ପରମାଣିକ କହିଛନ୍ତି, ପୂର୍ବରୁ ସମସ୍ୟା ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ଓ ଉପଜିଲାପାଳଙ୍କୁ ଅବଗତ କରାଯାଇଛି। ଏ ନେଇ ପୁଣି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri