‘ହୋଣ୍ଡା ଏଲିଭେଟ୍‌’ର ପ୍ରାକ୍‌-ଉନ୍ମୋଚନ ବୁକିଂ

ଭୁବନେଶ୍ୱର,୪।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍‌ କାର୍‌ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ମଧ୍ୟମ-ଆକାରର ଏସ୍‌ୟୁଭି ‘ହୋଣ୍ଡା ଏଲିଭେଟ୍‌’ର ପ୍ରାକ୍‌-ଉନ୍ମୋଚନ ବୁକିଂର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ଥିବା ହୋଣ୍ଡାର ସମସ୍ତ ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ( ହୋଣ୍ଡା ଶୋ’ରୁମ୍‌) ସହିତ ହୋଣ୍ଡାର ଅନଲାଇନ୍‌ ସେଲ୍‌ସ ପ୍ଲାଟଫର୍ମ ‘ହୋଣ୍ଡା ଫ୍ରମ୍‌ ହୋମ୍‌’ ଜରିଆରେ ମଧ୍ୟ ଗ୍ରାହକମାନେ ହୋଣ୍ଡା ଏଲିଭେଟ୍‌ର ବୁକିଂ କରିପାରିବେ ବୋଲି ଏଚ୍‌ସିଆଇଏଲ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରଥମ ବଜାର ଭାବେ ଭାରତରେ ଚଳିତ ବର୍ଷ ଉତ୍ସବ ଋତୁ ସମୟରେ ହୋଣ୍ଡା ଏଲିଭେଟ୍‌କୁ ଉନ୍ମୋଚନ କରାଯିବ।
ଏ ସମ୍ପର୍କରେ ଏଚ୍‌ସିଆଇଏଲର ନିର୍ଦ୍ଦେଶକ (ମାର୍କେଟିଂ ଆଣ୍ଡ ସେଲ୍‌ସ) ୟୁଇଚି ମୁରାଟା କହିଛନ୍ତି, ଚଳିତ ବର୍ଷ ଜୁନରେ ହୋଣ୍ଡା ଏଲିଭେଟ୍‌ର ୱାର୍ଲଡ୍‌ ପ୍ରିମିୟର ଉନ୍ମୋଚନ ହେବା ପରଠାରୁ ଉକ୍ତ ମଡେଲକୁ ବିପୁଳ ଜନ ସମର୍ଥନ ମିଳିଛି। ବିଶେଷ କରି ଏହି ବହୁ ପ୍ରତୀକ୍ଷିତ ମଡେଲ୍‌ର ପ୍ରାକ୍‌-ଉନ୍ମୋଚନ ବୁକିଂର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ, ଯାହାର ବିକ୍ରି ୨୦୨୩ ସେପ୍ଟେମ୍ବରରେ ଆରମ୍ଭ ହେବ। ସେହିପରି ଗଭୀର ଗବେଷଣା ଓ ଗ୍ରାହକମାନଙ୍କ ବ୍ୟାପକ ମତାମତକୁ ନେଇ ଆମେ ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ଓ ଅଭିଳାଷକୁ ପୂରଣ କରିବା ଲାଗି ଏହି କାର୍‌ ପ୍ରସ୍ତୁତ କରିଛୁ। ଆମର ବିଶ୍ୱାସ ରହିଛି ଯେ ନୂଆ ମଡେଲ୍‌ ଏଲିଭେଟ୍‌ ବଜାରରେ ବିଶେଷ ସଫଳତା ହାସଲ କରିବ। ‘ଅର୍ବାନ ଫ୍ରିଷ୍ଟାଇଲର୍‌’ ପରିକଳ୍ପନା ଆଧାରରେ ବିକାଶ କରାଯାଇଥିବା ହୋଣ୍ଡା ଏଲିଭେଟ୍‌କୁ ଚଳଚଞ୍ଚଳ ଜୀବନଶୈଳୀ ଓ ବିଶ୍ୱ ମାନସିକତାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି। ଥାଇଲାଣ୍ଡ୍‌ ସ୍ଥିତ ହୋଣ୍ଡା ଆର୍‌ଆଣ୍ଡ୍‌ଡି ଏସିଆ ପାସିଫିକ୍‌ କେନ୍ଦ୍ର ଦ୍ୱାରା ବିକାଶ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ଏଲିଭେଟ୍‌ ମାନ୍ୟତା, ଆରାମ ଓ ଏକ ଚଳଚଞ୍ଚଳ ଜୀବନଶୈଳୀ ଚାହୁଁଥିବା ଯୁବ ଗ୍ରାହକମାନଙ୍କ ଆବଶ୍ୟକତା ଓ ଅଭିଳାଷ ପୂରଣ କରିବ। ଅପରପକ୍ଷରେ ମ୍ୟାନ୍‌ ମ୍ୟାକ୍ସିମମ୍‌ ମେଶିନ୍‌ ମିନିମମ୍‌କୁ ନେଇ ହୋଣ୍ଡାର ରହିଥିବା ନୀତି ଉପରେ ଆଧାରିତ ଏଲିଭେଟ୍‌ ଶ୍ରେଷ୍ଠ ମାନର ହ୍ବିଲ୍‌ ବେସ୍‌, ଅଧିକ ସ୍ଥାନ ଥିବା ହେଡ୍‌ରୁମ୍‌, ନିରୁମ୍‌, ଲେଗ୍‌ ରୁମ୍‌ ଏବଂ ୪୫୮ ଲିଟରର ଫାଙ୍କା କାର୍ଗୋ ସ୍ଥାନ ସହ ଏକ ଉତ୍କୃଷ୍ଟ ଭିତର ପାର୍ଶ୍ୱ କ୍ୟାବିନ୍‌ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

ପ୍ରେମରେ ପଡ଼ିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ: ଏହି ଯୁବତୀ ହେବେ ଭଦ୍ରା ପରିବାରର ବୋହୂ

ନୂଆଦିଲ୍ଲୀ,୩୦।୧୨:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ପ୍ରେମରେ ପଡ଼ିଛନ୍ତି। ଭଦ୍ରା ପରିବାରର ଭବିଷ୍ୟତ ବୋହୂ ହେଉଛନ୍ତି ଅଭିଭା ବେଗ ।...

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri