ବଡି କେୟାର କିଡ୍‌ସର ନ୍ୟୁ ସମର କଲେକ୍ସନ

ନୂଆଦିଲ୍ଲୀ,୨୨।୬: ବଡି କେୟାର ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ଅଗ୍ରଣୀ କ୍ଲଥିଂ ଲାଇନ ବଡି କେୟାର କିଡ୍‌ସର ନୂତନ ସମୟ କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଚଳିତ ବର୍ଷର ଗ୍ରୀଷ୍ମଋତୁ ବା ଖରାଦିନ ପାଇଁ ଛୋଟପିଲାମାନଙ୍କର ଏକ ବିସ୍ତୃତ ରେଞ୍ଜର ନୂଆ ସାମଗ୍ରୀକୁ ବଜାର ପ୍ରବେଶ କରାଇଛି। ବିଶେଷକରି ଉକ୍ତ ସାମଗ୍ରୀଗୁଡିକ ଖରାଦିନେ ପିଲାମାନଙ୍କୁ ପନ୍ଧିବାକୁ ବହୁତ ଆରାମ ପ୍ରଦାନ କରିବ। ଏପରିକି ପୂର୍ବ ସଂଗ୍ରହଠାରୁ ଏହା ଭିନ୍ନ ସମ୍ପୂର୍ଣ୍ଣ ଓ ଏକ ବିସ୍ତୃତ ଖରାଦିନିଆ ପୋଷାକ ସାମଗ୍ରୀ ସହ ବିଭିନ୍ନ ରଙ୍ଗ, ପ୍ରିଣ୍ଟ ଓ ତାଜା ଡିଜାଇନରେ ପ୍ରସ୍ତୁତ ହୋଇଛି। ଏହା ୪୫୦ରୁ ଅଧିକ ବିତରକଙ୍କ ସହ ୧୯୦୦୦ରୁ ଅଧିକ ଷ୍ଟୋରରେ ଏବଂ ସାରା ଭାରତରେ ୨୦ରୁ ଅଧିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଉକ୍ତ ସଂଗ୍ରହରେ ପେପା ପିଗ୍‌, ବେବି ସାର୍କ, ଡିଜନି, ହେଲୋ କିଟ୍‌, କାର୍ଟୁନ ନେଟ୍‌ୱର୍କ ଭଳି ବିଭିନ୍ନ ଚିତ୍ର ଥିବା ଟି-ଶାର୍ଟ ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ ନୂଆ ଖରାଦିନିଆ ଥିମ୍‌ ଯଥା ସମୁଦ୍ର କୂଳ, ଜୀବନ୍ତ ପୁଷ୍ପ, ଆକର୍ଷଣୀୟ ପଶୁମାନଙ୍କ ଗ୍ରାଫିକ ମଧ୍ୟ ରହିଛି। ଏହା ବ୍ୟତୀତ ଆଇସ୍‌ କ୍ରିମ୍‌ କୋନ୍‌, ସର୍ଫ ବୋର୍ଡ ଓ ସୂର୍ଯ୍ୟକିରଣ ଦ୍ୱାରା ଅନୁପ୍ରାଣିତ ଉପାଦାନଗୁଡ଼ିକ ପିଲାଙ୍କ ହୃଦୟକୁ ଛୁଇଁପାରିବ। ଏ ସମ୍ପର୍କରେ ବଡି କେୟାର ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ନିର୍ଦ୍ଦେଶକ ମିଥୁନ ଗୁପ୍ତା କହିଛନ୍ତି, ବଡି କେୟାର କିଡ୍ସର ଏକ ନୂଆ ରୋମାଞ୍ଚକର ଯୋଗ ଆରମ୍ଭ କରିଛି, ଯାହା ଡେନିମ ଓ କ୍ରୀଡ଼ା ପୋଷାକ ଭାବେ ଉପଲବ୍ଧ। ଏହାର ଡେନିମ ସଂଗ୍ରହରେ ଷ୍ଟାଇଲିଶ ଓ ଟ୍ରେଣ୍ଡି ଡିଜାଇନ ବୈଶିଷ୍ଟ୍ୟ ଥିବାବେଳେ କ୍ରୀଡ଼ା ପୋଷାକ ସଂଗହ ସକ୍ରିୟ ଜୀବନଶୈଳୀକୁ ଆକର୍ଷିତ କରିଥାଏ। ବିଶେଷକରି ପିଲାମାନଙ୍କ ପାଇଁ ଆରାମଦାୟକ ଆଥ୍‌ଲେଟିକ ପୋଷାକ ରହିଛି ଓ ସେମାନଙ୍କ ପାଇଁ ଫ୍ୟାଶନର ସର୍ବଶେଷ ଧାରା ବଜାୟ ରଖିବା ପାଇଁ ବ୍ରାଣ୍ଡ୍‌ର ପ୍ରତବିଦ୍ଧତାକୁ ପ୍ରତିଫଳିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri